ପାର୍ବଣ ବେଳେ ରାଜଧାନୀରେ ଥିବା ବାର ଓ ପବ ଉପରେ ପୋଲିସର ଚଢ଼ାଉ…

pol

ଭୁବନେଶ୍ୱର: ଦୁର୍ଗାପୂଜାକୁ ଦୃଷ୍ଟିରେ ରଖି ରାଜଧାନୀ ଭୁବନେଶ୍ୱରରେ ଥିବା ବାର୍, ନାଇଟ୍ କ୍ଲବ୍, ପବ୍, ଡ୍ୟାନ୍ସ ବାର୍ ଉପରେ କମିସନରେଟ୍ ପୁଲିସ ପକ୍ଷରୁ କଡ଼ା ନଜର ରଖାଯାଇଛି। ଶନିବାର ରାତିରେ ଚନ୍ଦ୍ରଶେଖରପୁର, ପଟିଆ, ମଞ୍ଚେଶ୍ୱର, ଇନଫୋସିଟି ସମେତ ବିଭିନ୍ନ ଅଞ୍ଚଳରେ ଥିବା ବାର୍ ଓ ନାଇଟ୍ କ୍ଲବରେ ଚଢ଼ାଉ ବେଳେ ବେଧଡ଼କ ଭାବେ ନିୟମ ଉଲ୍ଲଙ୍ଘନ ହେଉଥିବା ପୋଲିସ ଦେଖିବାକୁ ପାଇଛି।

ନିର୍ଦ୍ଧାରିତ ସମୟଠାରୁ ଅଧିକ ସମୟ ଧରି ଅନେକ ବାର୍ ଖୋଲାଥିବା ଦେଖିବାକୁ ମିଳିଥିଲା ଏବଂ ପ୍ରାୟ ଏଭଳି ସବୁ ସ୍ଥାନରେ ରାତି ଗୋଟାଏ ୩୦ ମିନିଟ୍ ଯାଏଁ ‘ଲେଟ୍ କ୍ଲୋଜିଂ ପରମିସନ୍’ ପାଇଥିବା ସତ୍ତ୍ୱେ ଅନେକ ନାଇଟ୍ କ୍ଲବ୍, ପବ୍ ଏବଂ ଡ୍ୟାନ୍ସ ବାରରେ ଗ୍ରାହକମାନେ ରାତି ୨ଟା ୩୦ ଯାଏଁ ଥିବା ଦେଖିବାକୁ ମିଳିଥିଲା।

ରାଜଧାନୀରେ ଆଇନ ଶୃଙ୍ଖଳା ପରିସ୍ଥିତି ଓ ଅଘଟଣକୁ ରୋକିବା ପାଇଁ ପାର୍ବଣକୁ ଦୃଷ୍ଟିରେ ରଖି ଏହି ସ୍ୱତନ୍ତ୍ର ଅଭିଯାନକୁ ଆହୁରି ଜୋରଦାର କରାଯିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି। ଯେଉଁ ବାର୍ ଓ ନାଇଟ୍ କ୍ଲବ୍ ଏହି ନିୟମକୁ ଉଲ୍ଲଙ୍ଘନ କରୁଥିବା ଜଣାପଡ଼ିବ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

nis-ad
Leave A Reply

Your email address will not be published.