ବିଜେବି କଲେଜ ପରିସରରେ ବିସିଜେଡି ଗୁଣ୍ଡାଗର୍ଦ୍ଦି କରୁଥିବା କହି ଘେରିଲା ଏବିଭିପି…

bhj

ଭୁବନେଶ୍ୱର: ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ ବିସିଜେଡି ଛାତ୍ରଙ୍କ ସହ ଗୋଷ୍ଠୀ ସଙ୍ଘର୍ଷରେ ଏବିଭିପିର ୬ ଜଣ ଛାତ୍ର ଆହତ ହେବାର ଗୋଟିଏ ଦିନ ପରେ ଛାତ୍ରଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଛି। ଆହତ ଛାତ୍ରଛାତ୍ରୀମାନେ କଲେଜ କର୍ତ୍ତୃପକ୍ଷଙ୍କ ବିରୋଧରେ ବିଷୋଦଗାର କରିଛନ୍ତି। ଯାହାକୁ ନେଇ ବିଜୁ ଛାତ୍ର ଜନତା ଦଳ ଓ କମିସନରେଟ୍ ପୁଲିସ ଉପରେ ବର୍ଷିଛି ଏବିଭିପି।

ଏବିଭିପି ଛାତ୍ରନେତା ଅରିଜିତ ପଟ୍ଟନାୟକ ଅଭିଯୋଗ କରିଛନ୍ତି ଯେ, ବିଜେବି କଲେଜରେ ଏଭଳି କାର୍ଯ୍ୟକଳାପର ଆଡ୍ଡାସ୍ଥଳୀ ପାଲଟିଛି ଏବଂ ଗତ ୩ ମାସ ମଧ୍ୟରେ କଲେଜ ପରିସରରେ ଅନ୍ୟୂନ ୮ଟି ଏଭଳି ଘଟଣା ଦେଖିବାକୁ ମିଳିଛି। ସେହିପରି କଲେଜ ପରିସରରେ ବିଜେଡିର ଗୁଣ୍ଡା ଓ ନେତାମାନେ ଖୋଲାଖୋଲି ମଦ ପିଉଥିବା ସେ ଅଭିଯୋଗ କରିଛନ୍ତି।

ଅରିଜିତ ପଟ୍ଟନାୟକ ଆହୁରି ଅଭିଯୋଗ କରିଛନ୍ତି ଯେ, ବିଜେବି କଲେଜର ସ୍ୱୟଂଶାସିତ ମାନ୍ୟତା ପ୍ରତ୍ୟାହାର ଓ କଲେଜର ବିକାଶ ନହେବା ଭଳି ବାସ୍ତବ ପ୍ରସଙ୍ଗରୁ ଛାତ୍ରଛାତ୍ରୀଙ୍କୁ ବିଭ୍ରାନ୍ତ କରିବା ପାଇଁ ଶାସକ ବିଜେଡିର ଏସବୁ ଏକ ଷଡୟନ୍ତ୍ର। ସେହିପରି ବିଜେଡିର ଛାତ୍ର ନେତାମାନେ ଗୋଟିଏ କଲେଜ ପାଇଁ ଆବଶ୍ୟକ ‘ପରିବେଶ’କୁ ନଷ୍ଟ କରିବା ସହ ଆତଙ୍କ ଓ ଅପରାଧିକ କାର୍ଯ୍ୟକଳାପର ବାତାବରଣ ସୃଷ୍ଟି କରୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି।

ଏପରିକି ବାରମ୍ବାର ଦାବି ସତ୍ତ୍ୱେ କାର୍ଯ୍ୟରେ ଅବହେଳା କରାଯାଉଥିବା ଅରିଜିତ ପଟ୍ଟନାୟକ ଅଭିଯୋଗ କରିଛନ୍ତି ଯେ କଲେଜ କର୍ତ୍ତୃପକ୍ଷ ଜାଣିଶୁଣି କଲେଜ ପରିସରରେ ସିସି କ୍ୟାମେରା ଲଗାଉ ନହାନ୍ତି, ଏବଂ ଶାସକ ଦଳର ଚାପରେ କମିସନରେଟ୍ ପୁଲିସ ବିଜେଡି ଛାତ୍ରନେତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନି। କଲେଜ ପରିସରରେ ଚାଲିଥିବା ସମସ୍ତ ମାରପିଟ ଓ ଅପରାଧିକ କାମର ମାଷ୍ଟରମାଇଣ୍ଡ ଭାବେ ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ନାଁ ନେଇଛନ୍ତି। ଏବିଭିପି ଛାତ୍ରଙ୍କ ଉପରେ ଆକ୍ରମଣ କରିଥିବା ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରିଛନ୍ତି ଆନ୍ଦୋଳନରତ ଛାତ୍ର। ତେବେ ଏ ନେଇ ବିସିଜେଡି କୌଣସି ପ୍ରତିକ୍ରିୟା ରଖିନାହିଁ।

nis-ad
Leave A Reply

Your email address will not be published.