ମହମ୍ମଦ ମୋକିମଙ୍କୁ ୧୦ ହଜାର ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ…

md moq

କଟକ: ବାରବାଟୀ ବିଧାୟକ ମହମ୍ମଦ ମୋକିମଙ୍କୁ ୧୦ ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ଦେଇଛନ୍ତି ଓଡ଼ିଶା ହାଇକୋର୍ଟ  । ଏକ ମିଥ୍ୟା ସତ୍ୟପାଠ ମାମଲାରେ ହାଜର ନ ହେବା କାରଣରୁ ବିଧାୟକ ମୋକିମଙ୍କୁ ଶୁକ୍ରବାର ଏହି ଜରିମାନା ଦେବାକୁ ଆଦେଶ ଦେଇଛନ୍ତି କୋର୍ଟ ।

ବିଧାୟକ ମିଥ୍ୟା ସତ୍ୟପାଠ ମାମଲାରେ ସାକ୍ଷ୍ୟ ଦେବା ପାଇଁ ଉପସ୍ଥିତ ନ ହୋଇ ପୁଣି ସମୟ ମାଗିଥିଲେ । ଏଥିରେ ହାଇୋକୋର୍ଟ ବିରକ୍ତି ପ୍ରକାଶ କରିବା ସହ କୋର୍ଟର ସମୟ ନଷ୍ଟ କରୁଥିବା ଅଭିଯୋଗ ଆଣି ତାଙ୍କ ଉପରେ ୧୦ ହଜାର ଜରିମାନା ଆଦେଶ ଦେଇଛନ୍ତି ।  ଏହି ଜରିମାନା ବାର ଆସୋସିଏସନ ୱେଲଫେୟାର ଫଣ୍ଡରେ ଜମା କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ମିଳିଥିବା ସୂଚନା ଅନୁସାରେ, ମୋକିମଙ୍କୁ ମିଥ୍ୟା ସତ୍ୟପାଠ ମାମଲାରେ ସାକ୍ଷ୍ୟ ଦେବା ପାଇଁ କୁହାଯାଇଥିଲା । ହେଲେ ବିଧାୟକଙ୍କୁ କୋର୍ଟରେ ହାଜର ହେବାପାଇଁ ଅଧିକ ସମୟ ଦେବା ପାଇଁ ଓକିଲଙ୍କ ପକ୍ଷରୁ ଏକ ପିଟିସନ ଦାଏର କରାଯାଇଥିଲା । ଏହା ଉପରେ କୋର୍ଟ ଅସନ୍ତୋଷ ବ୍ୟକ୍ତ କରିବା ସହ  ଏହି ଜରିମାନା ଆଦେଶ ଦେବା ସହ ଅକ୍ଟୋବର ୧୭ ତାରିଖରେ ହାଜର ହେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନାଥାଉ କି, ଏହା ପୂର୍ବରୁ ଏକ ମିଥ୍ୟା ସତ୍ୟପାଠ ମାମଲାରେ  ସାକ୍ଷ୍ୟ ଗ୍ରହଣ ପାଇଁ ବିଧାୟକ ହାଜର ନ ହେବାରୁ  ଓଡ଼ିଶା ହାଇକୋର୍ଟ ଅଗଷ୍ଟ ୪ ତାରିଖରେ ୧୦ ହଜାର ଟଙ୍କା ଜରିମାନା ଆଦେଶ ଦେଇଥିଲେ ।

nis-ad
Leave A Reply

Your email address will not be published.