ଡକାୟତି ଯୋଜନା ପଣ୍ଡ, ୫ ଜଣଙ୍କୁ ବାନ୍ଧିଲା ପୋଲିସ…

cri

ଭୁବନେଶ୍ୱର: ଡକାୟତି ଯୋଜନା ପଣ୍ଡ। ଯାତ୍ରୀଙ୍କ ନିକଟରୁ ସଶସ୍ତ୍ର ଡକାୟତି କରିବା ନିମନ୍ତେ ଯୋଜନା କରୁଥିବା ବେଳେ ୫ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଜଟଣୀ ଥାନା ପୋଲିସ। ସୂଚନା ଅନୁସାରେ, ଜଟଣୀ ଥାନଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ସମ୍ପୃକ୍ତ ଥାନାର ଏକ ସ୍ପେଶାଲ ଟିମ ନିଜ ଅଞ୍ଚଳରେ ରାତ୍ରିକାଳୀନ ପାଟ୍ରୋଲିଂ କରୁଥିବା ସମୟରେ, ୫ ଅଭିଯୁକ୍ତ ସେଞ୍ଚୁରିଆନ ୟୁନିଭରସିଟି ନିକଟରେ ଥିବା ମାଆ ଖଣ୍ଡୁଆଳ ମନ୍ଦିର ନିକଟସ୍ଥ ଡକାୟତି ଯୋଜନା କରୁଥିଲେ। ରାସ୍ତାରେ ଯାତାୟାତ କରୁଥିବା ମାଲ ବୋଝେଇ ଯାନ ତଥା ଯାତ୍ରୀଙ୍କ ନିକଟରୁ ସଶସ୍ତ୍ର ଡକାୟତି କରିବା ନିମନ୍ତେ ଯୋଜନା କରୁଥିବା ନେଇ ବିଶ୍ଵସ୍ତ ସୂତ୍ରରୁ ସୂଚନା ପାଇଥିଲା ପୋଲିସ।

ମିଳିଥିବା ଏହି ସୂଚନ ଆଧାରରେ ପେଟ୍ରୋଲିଙ୍ଗ ଟିମ ଘଟଣାସ୍ଥଳରେ ସଦଳବଳେ ଅଚାନକ ଚଢଉ କରି ପାଞ୍ଚ ଅଭିଯୁକ୍ତଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲା। ଛାନଭିନ ସମୟରେ ପୋଲିସ ଅଭିଯୁକ୍ତମାନଙ୍କ ନିକଟରୁ ୩ଟି ଛୁରୀ, ଗୋଟିଏ କଟୁରୀ, ଦୁଇଟି ଦୁଇଚକିଆ ଯାନ, ଏବଂ ୨୭୦୦ ଟଙ୍କା ସହିତ ଅନ୍ୟାନ୍ୟ ସାମଗ୍ରୀ ସବୁକୁ ଜବତ କରିଥିଲା। ପଚରାଉଚରା ବେଳେ ଅଭିଯୁକ୍ତମାନେ ରାସ୍ତାରେ ଯାଉଥିବା ବିଭିନ୍ନ ମାଲ ବୋଝେଇ ଟ୍ରକ ତଥା ସାଧାରଣ ଯାତ୍ରୀଙ୍କ ନିକଟରୁ ଡକାୟତି ନିମନ୍ତେ ଯୋଜନା କରୁଥବା କଥା ସ୍ଵୀକାର କରିଥିଲେ।

ଅଭିଯୁକ୍ତ ମାନଙ୍କ ମଧ୍ୟରେ ରମେଶ ଜେନା ଜଣେ ଅଭ୍ଯାସଗତ ଅପରାଧୀ। ରମେଶ ବିରୋଧରେ ଭୁବନେଶ୍ବରର ବିଭିନ୍ନ ଥାନାରେ ୧୫ ଟି ଅପରାଧିକ ମାମଲା ରହିଛି। ଅଭିଯୁକ୍ତ ଜଣକ ଅଭ୍ଯାସଗତ ଭାବେ ବିଭିନ୍ନ ଅପରାଧରେ ସାମିଲ ରହୁଥିବାରୁ ତା ବିରୋଧରେ CrPC-110 ଧାରା ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବା ଲାଗି ପଦକ୍ଷେପ ନିଆଯାଇଛି। ସେହିପରି ଅଭିଯୁକ୍ତ ଦିଲୁ ଓରଫ ଏସକେ ଅଶ୍ରଫଙ୍କ ନାମରେ ଜଟଣୀ ଥାନାରେ ୩ଟି ମାମଲା ରହିଥିବା ବେଳେ ଅଭିଯୁକ୍ତ ଅଜୟ ଓରଫ ବିଦ୍ୟାପତି ସାହାଙ୍କ ନାମରେ କ୍ୟାପିଟାଲ ଥାନାରେ ୨ ଟି, ଅଭିଯୁକ୍ତ ସୋନୁ ଓରଫ ସୁନିଲ ସିଂହଙ୍କ ନାମରେ ଜଟଣୀ ଥାନାରଏ ୩ ଟି, ଇନଫୋଭ୍ୟାଲି ଥାନା ଓ ସି-ବିଚ ଥାନାରେ ଗୋଟିଏ ଲେଖାଏଁ, ଏବଂ ଅଭିଯୁକ୍ତ ବୁବୁ ଓରଫ ଆଲୋକ ହଡାଙ୍କ ନାମରେ ଜଟଣୀ ଥାନାରଏ ୩ଟି ମାମଲା ରହିଛି।

nis-ad
Leave A Reply

Your email address will not be published.