ରାଜ୍ୟରେ ଅସହ୍ୟ ଗରମ ଆଉ ଗୁଳୁଗୁଳି…

heat wave3

ଭୁବନେଶ୍ୱର: ସଂପ୍ରତି ରାଜ୍ୟରୁ ମୌସୁମୀର ବିଦାୟ ପର୍ବ ଆରମ୍ଭ ହୋଇଯାଇଥିବା ବେଳେ ରାଜ୍ୟରେ ସର୍ବତ୍ର ଅସହ୍ୟ ଗରମ ଅନୁଭୂତ ହେଉଛି। ପାଣିପାଗର ଏପ୍ରକାରର ସ୍ଥିତିରେ ଖରାଦିନ ଭଳି ଗରମ ଆଉ ଗୁଳୁଗୁଳିରେ ଏବେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ। ବିଶେଷକରି ଦିନର ତାପମାତ୍ରା ୩୫ ଡିଗ୍ରି ପାଖାପାଖି ରହୁଛି।
ଅନ୍ୟପକ୍ଷରେ, ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଉତ୍ତର ପଶ୍ଚିମ ଭାରତରୁ ଧୀରେ ଧୀରେ ଅପସାରିତ ହେଉଥିବା ବେଳେ ଉତ୍ତର ପଶ୍ଚିମ ଭାରତରେ ଏକ ଗୁରୁଚାପ କ୍ଷେତ୍ର ସୃଷ୍ଟି ହେଇଛି ଯାହା ମୌସୁମୀକୁ ଅପସାରଣ କରିବାରେ ସହାୟକ ହେଉଛି।
୧୭ ତାରିଖ ବେଳକୁ ଏକ ପଶ୍ଚିମା ଝଡ଼ ଉତ୍ତର ପଶ୍ଚିମ ଭାରତକୁ ପ୍ରବେଶ କରିବାର ସମ୍ଭାବନା ଥିବା କାରଣରୁ ପାଗରେ ପରିବର୍ତ୍ତନ ଆସିପାରେ ଆଉ ତାତିରୁ ତ୍ରାହି ମିଳିପାରେ
ଗତ କିଛିଦିନ ହେବ ରାଜ୍ୟର ଅନେକ ଅଞ୍ଚଳରେ ପାଗ ଶୁଖିଲା ରହିଛି। ବର୍ଷା ନାହିଁ। ଗୁରୁଚାପର ତୀବ୍ରତା, ପରିବ୍ୟାପ୍ତି ଅଧିକ ଥିବା କାରଣରୁ ରାଜ୍ୟକୁ ଉତ୍ତର ପଶ୍ଚିମ ଦିଗରୁ ଶୁଷ୍କ ବାୟୁ ପ୍ରବାହ ହେଉଛି। ବାୟୁମଣ୍ଡଳରେ ଆଦ୍ରତା ଅଧିକ ମଧ୍ୟ ରହିଛି ଯାହା ଫଳରେ ବର୍ତ୍ତମାନ ରାଜ୍ୟରେ ତିନି ଦିନ ହେବ ପ୍ରବଳ ଖରା ସାଙ୍ଗକୁ ଗୁଳୁଗୁଳି ଲାଗି ରହିଛି।
ଆସନ୍ତା ପାଞ୍ଚ ଦିନ ପର୍ଯ୍ୟନ୍ତ ଏଇଭଳି ଗରମ ଗୁଳୁଗୁଳି ଲାଗି ରହିବ। ଦିନର ତାପମାତ୍ରା ସ୍ୱାଭାବିକ ଠାରୁ ୩ ଡିଗ୍ରି ଅଧିକ ରହିବାର ସମ୍ଭାବନା ରହିଛି।
ତେବେ, ଆସନ୍ତା ୧୭ ତାରିଖ ବେଳକୁ ଏକ ପଶ୍ଚିମା ଝଡ଼ ଉତ୍ତର ପଶ୍ଚିମ ଭାରତକୁ ପ୍ରବେଶ କରିବାର ସମ୍ଭାବନା ଥିବା କାରଣରୁ ପାଗରେ ପରିବର୍ତ୍ତନ ଆସିପାରେ ଆଉ ତାତିରୁ ତ୍ରାହି ମିଳିପାରେ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ତଥା ପାଣିପାଗ ବିଶେଷଜ୍ଞ ଏଚ୍‌ ଆର ବିଶ୍ୱାସ।

nis-ad
Leave A Reply

Your email address will not be published.