ଉଲ୍ଲେଖ ଥାଉ କି ରାଜସ୍ଥାନରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ ଓ ସଚିନ ପାଇଲଟଙ୍କ ମଧ୍ୟରେ ଦୀର୍ଘଦିନ ଧରି କଳହ ଲାଗିରହିଥିଲା | ଅବଶ୍ୟ କିଛିମାସ ହେଲା ଉଭୟ ନିରବ ରହିଥିବାବେଳେ ଅକ୍ଟୋବର ୫ ତାରିଖ ଦିନ ଜୟପୁରରେ ଏକ କାର୍ଯ୍ୟକ୍ରମରେ ଟିକେଟ୍ ବଣ୍ଟନରେ ପାଇଲଟଙ୍କ ଭୂମିକା ଉପରେ ଏକ ପ୍ରଶ୍ନରେ ଗେହଲୋଟ୍ ସଚିନଙ୍କୁ କଟାକ୍ଷ କରିଥିଲେ | ସେ କହିଥିଲେ ଯେ , ‘ସଚିନ ପାଇଲଟ୍ ଆମ ଦଳର ନେତା। ବର୍ତ୍ତମାନ ସେ ନିଜେ ହାଇକମାଣ୍ଡରେ ପରିଣତ ହୋଇଛନ୍ତି। କ’ଣ କରିବାକୁ ହେବ ହାଇକମାଣ୍ଡଙ୍କୁ କହିବାର କୌଣସି ଆବଶ୍ୟକତା ନାହିଁ | ସେ କହିଛନ୍ତି, ‘ଯେତେବେଳେ ହାଇକମାଣ୍ଡ ଟିକେଟ୍ ବଣ୍ଟନ କରିବେ, ସେତେବେଳେ ପାଇଲଟଙ୍କର ମଧ୍ୟ ଏଥିରେ ଭୂମିକା ରହିବ | ତେବେ ଗେହଲୋଟଙ୍କ ଏଭଳି ବିବୃତ୍ତି ପୁଣି ରାଜସ୍ଥାନ କଂଗ୍ରେସରେ ନୂଆ ମହାଭାରତ ସୃଷ୍ଟି କରିପାରେ ବୋଲି ରାଜନୈତିକ ସମୀକ୍ଷକ ଆଶଙ୍କା କରିଛନ୍ତି |