ଧର୍ମଗଡକୁ ଜିଲ୍ଲା ମାନ୍ୟତା ଦାବିରେ ୧୨ ଘଣ୍ଟିଆ ବନ୍ଦ…

3

ଧର୍ମଗଡ଼: ଆଜି ୧୨ ଘଣ୍ଟିଆ ଧର୍ମଗଡ଼ ବନ୍ଦ । ଧର୍ମଗଡକୁ ଜିଲ୍ଲା ମାନ୍ୟତା ଦାବି କରି ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି ଜିଲ୍ଲା ଗଠନ କ୍ରିୟାନୁଷ୍ଠାନ କମିଟି । ଆଜି ସକାଳ ୬ଟାରୁ ସଂଧ୍ୟା ୬ଟା ପର୍ୟ୍ୟନ୍ତ ଧର୍ମଗଡ଼ ଉପଖଣ୍ଡ ବନ୍ଦ ଡାକରା ଦିଆଯାଇଛି । ଫଳରେ ଯାତାୟତ ବାଧାପ୍ରାପ୍ତ ହୋଇଛି । ସକାଳୁ ସକାଳୁ ଦୋକାନ ବଜାର ବନ୍ଦ ରହିଛି ।

ସୂଚନା ଅନୁସାରେ, ଧର୍ମଗଡ଼ ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ଦେବା ପାଇଁ ଦାବି କରି ଧର୍ମଗଡ଼ ଜିଲ୍ଲା ଗଠନ କ୍ରିୟାନୁଷ୍ଠାନ କମିଟିର ଆହ୍ୱାନରେ ଅଗଷ୍ଟ ୨୮ ତାରିଖରୁ ଗତ ୩୭ ଦିନ ଧରି ଧର୍ମଗଡ଼ ଉପଜିଲ୍ଲାପାଳ କାର୍ୟ୍ୟାଳୟ ସମ୍ମୁଖରେ ବିଭିନ୍ନ ସଂଗଠନ ପକ୍ଷରୁ ଆନ୍ଦୋଳନ ଜାରି ରହିଥିଲା । ଏଥିସହ ଉପଜିଲ୍ଲାପାଳ, ତହସିଲଦାରଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟପାଳଙ୍କୁ ଦାବି ପତ୍ର ମଧ୍ୟ ପଠାଇଥିଲା ଏହି କମିଟି । କିନ୍ତୁ କୌଣସି ବିକଳ୍ପ ନମିଳିବାରୁ ଶେଷରେ ଆଜି ଧର୍ମଗଡ଼ ବନ୍ଦ ଡାକରା ଦେଇଛି ଜିଲ୍ଲା ଗଠନ କ୍ରିୟାନୁଷ୍ଠାନ କମିଟି ।

ସେପଟେ କେବଳ ଜରୁରୀ ସେବାକୁ ଛାଡିଦେଲେ ବାକି ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନ ବନ୍ଦ ହେବା ସହ ଗାଡିମଟର, ଦୋକାନ ବଜାର ମଧ୍ୟ ବନ୍ଦ ରହିଛି । ଯାହା ଫଳରେ ଯାତାୟତ ବାଧାପ୍ରାପ୍ତ ହେବା ସହ ଯାତ୍ରୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି ।

nis-ad
Leave A Reply

Your email address will not be published.