ପାକ୍‌ ଯୁବତୀଙ୍କୁ ପୁଲିସ୍‌ର ହସ୍ତାନ୍ତର କରାଇଲେ ଯୁବକ…

mora

ମୋରଦାବାଦ୍‌: ପାକିସ୍ତାନରୁ ଆସିଥିବା ଜଣେ ୧୭ ବର୍ଷୀୟା ବାଳିକାଙ୍କୁ ନିଖିଲ ଶର୍ମା ନାମକ ଜଣେ ଯୁବକ ମୋରଦାବାଦ ରେଳ ପୁଲିସକୁ ହସ୍ତାନ୍ତର କରିଥିବା ଖବର ହସ୍ତଗତ ହୋଇଛି। ଏବେ ଏହି ଘଟଣାକୁ ନେଇ ଚାରିଆଡ଼େ ଚର୍ଚ୍ଚା ‌ଖେଳିଯାଇଛି।  ଶର୍ମା କହିଛନ୍ତି ଯେ ସେ ଡେରାଡୁନ୍‌ ଯାତ୍ରା କରୁଥିବା ସମୟରେ ଟ୍ରେନରେ ଝିଅଟିକୁ ଭେଟିଥିଲେ। ଏବେ ସରକାରୀ ରେଳ ପୁଲିସ (ଜିଆର୍‌ପି) ଏବଂ ସ୍ଥାନୀୟ ଅନୁସନ୍ଧାନ ୟୁନିଟ୍ (ଏଲ୍‌ଆଇୟୁ) ଦ୍ୱାରା ଏହି ଘଟଣାର ତଦନ୍ତ କରାଯାଉଛି। ପଚରାଉଚରା ପରେ ନାବାଳିକା ହାୟାତ୍ ବି କହିଛନ୍ତି ଯେ ସେ କରାଚି ନିବାସୀ। ତେବେ ପୁଲିସ ଶର୍ମାଙ୍କୁ ମଧ୍ୟ ପଚରାଉଚରା କରୁଛି।

ଏପଟେ ବୟାନ ଦେଇ ନିଖିଲଙ୍କ ମା କହିଛନ୍ତି ଯେ ତାଙ୍କ ପୁଅ ଜଣେ ସାମାଜିକ କର୍ମୀ। ସେ କିଛି କାମରେ ଡେରାଡୁନ୍‌ ଯାଇଥିଲେ। ସେଠାରେ ସେ ଟ୍ରେନରେ ହାୟାତ୍‌ଙ୍କୁ ଭେଟିଥିଲେ। ହେଲେ ହାୟାତ୍‌ଙ୍କ ସବୁ ସାମଗ୍ରୀ ଚୋରି ହୋଇଯାଇଥିଲା। ତେଣୁ ତାଙ୍କ ନିକଟରେ କୌଣସି କାଜଗପତ୍ର କିମ୍ବା ମୋବାଇଲ୍ ଫୋନ୍ ନଥିଲା। ସେ କିପରି ଭାରତକୁ ଆସିଲେ ଏବଂ ଏଠାକୁ କାହିଁକି ଆସିଲେ ସେ ସ୍ପଷ୍ଟ ଭାବରେ କହିପାରିଲେ ନାହିଁ।

ହୟାତ୍ କିଛି ସମୟ ମଧ୍ୟରେ ତାଙ୍କ ବିବୃତ୍ତି ବଦଳାଇ ଚାଲିଥିଲେ। ସେ ବେଳେବେଳେ କହିଥିଲେ ଯେ ସେ ଦିଲ୍ଲୀ ଏବଂ ଅନ୍ୟ ସମୟରେ ମୁମ୍ବାଇ ଯାଉଛନ୍ତି ବୋଲି। ତେଣୁ ସନ୍ଦେହ ହେବାକୁ ନିଖିଲ ତାଙ୍କୁ ମୋରଦାବାଦକୁ ଆଣି ତାଙ୍କ ସମ୍ପର୍କୀୟଙ୍କ ଘରକୁ ନେଇଗଲେ। ଏହାପରେ ସେମାନେ ତାଙ୍କୁ ସନ୍ଧ୍ୟାରେ ପୁଲିସକୁ ହସ୍ତାନ୍ତର କରିବାକୁ ନିଷ୍ପତ୍ତି ନେଇଥିଲେ। ଅନେକ ତଦନ୍ତକାରୀ ଉଭୟ ପାକିସ୍ତାନୀ ନାବାଳିକା ଓ ଶର୍ମାଙ୍କୁ ପଚରାଉଚରା କରୁଛନ୍ତି। ଝିଅଟି ଜଣେ ପାକିସ୍ତାନୀ ବୋଲି ମାନିଥିବା ସୂଚନା ରହିଛି।

nis-ad
Leave A Reply

Your email address will not be published.