ଗ୍ୟାଙ୍ଗଷ୍ଟର ମାମଲାରେ ମୁଖତାର ଅନସାରୀଙ୍କୁ ମିଳିଲା ଜାମିନ…

dand

ଗ୍ୟାଙ୍ଗଷ୍ଟର ମାମଲାରେ ମୁଖତାର ଅନସାରୀଙ୍କୁ ଜାମିନ ମିଳିଛି । ଟ୍ରାଏଲ କୋର୍ଟରୁ ମିଳିଥିବା ୧୦ ବର୍ଷ କାରାଦଣ୍ଡାଦେଶ ଉପରେ ନିଷ୍ପତ୍ତି ଶୁଣାଇଛନ୍ତି ଆଲାହାବାଦ ହାଇକୋର୍ଟ । ହାଇକୋର୍ଟ ତାଙ୍କ ଜାମିନ ଆବେଦନକୁ ମଞ୍ଜୁର ଦେଇଛନ୍ତି । ଏହାସହିତ ୫ ଲକ୍ଷ ଟଙ୍କାର ଜରିମାନା ଉପରେ ମଧ୍ୟ ରହିତାଦେଶ ଲଗାଇଛନ୍ତି ।

କାରାଦଣ୍ଡାଦେଶ ଉପରେ ରୋକ୍‌ ଲଗାଇବାକୁ ହହାଇକୋର୍ଟ ମନା କରିଦେଇଛନ୍ତି । ଜଷ୍ଟିସ ରାଜବୀର ସିଂଙ୍କ ସିଙ୍ଗଲ ବେଞ୍ଚ ଏହି ନିଷ୍ପତ୍ତି ଶୁଣାଇଛି । ହାଇକୋର୍ଟରେ ଏହି ନିଷ୍ପତ୍ତିକୁ ୨୦ ସେପ୍ଟେମ୍ବର ପର୍ଯ୍ୟନ୍ତ ସୁରକ୍ଷିତ କରାଯାଇଛି । ମୁଖତାର ଅନସାରୀ ହାଇକୋର୍ଟରେ ଅପିଲ କରି ୧୦ ବର୍ଷର କାରାଦଣ୍ଡାଦେଶକୁ ଚ୍ୟାଲେଞ୍ଜ କରିଥିଲେ । ଗାଜିପୁରର ଏମପି ଏମଏଲଏ ସ୍ପେଶାଲ କୋର୍ଟ ଗ୍ୟାଙ୍ଗଷ୍ଟର ମାମଲାରେ ସଜା ଶୁଣାଇଥିଲେ । ୨୯ ଏପ୍ରିଲରେ ମୁଖତାର ଅନସାରୀ ଦୋଷୀ ସାବ୍ୟସ୍ତ ହେବା ସହିତ ୧୦ବର୍ଷ କାରାଦଣ୍ଡାଦେଶ ମଧ୍ୟ ପାଇଥିଲେ ।

ସୂଚନାଯୋଗ୍ୟ, ୧୯୯୧ ଅଗଷ୍ଟ ୩ରେ ଅବଧେଶ ରାୟଙ୍କୁ ହତ୍ୟା କରାଯାଇଥିଲା। ସେତେବେଳେ ଅବଧେଶ ନିଜ ସାନଭାଇ ତଥା ବର୍ତ୍ତମାନର କଂଗ୍ରେସ ନେତା ଅଜୟ ରାୟଙ୍କ ଘର ବାହାରେ ଠିଆ ହୋଇଥିଲେ। ସେହି ସମୟରେ ସେଠାରେ ଏକ ମାରୁତି ଭ୍ୟାନ୍ ଆସିଥିଲା ଏବଂ ଭ୍ୟାନ୍ରୁ ବହୁ ଲୋକ ବାହାରି ଆସିଥିଲେ। ସେହି ଲୋକମାନେ ଅବଧେଶଙ୍କ ଉପରକୁ ଆଖିବୁଜା ଗୁଳି ଚାଳନା କରିଥିଲେ। ଗୁଳି ଶବ୍ଦରେ ଚାରିଆଡ଼େ କମ୍ପି ଉଠିଥିଲା। ଏହି ହତ୍ୟାକାଣ୍ଡ ପରେ ପୂର୍ବତନ ବିଧାୟକ ଅଜୟ ରାୟ ଥାନାରେ ମୁଖତାର ଅନସାରୀଙ୍କ ସମେତ ଅନେକଙ୍କ ବିରୋଧରେ ଏତଲା ଦେଇଥିଲେ। ମୁଖତାର ଅନସାରୀଙ୍କ ସହ ଜଡ଼ିତ ୩୨ ବର୍ଷ ପୁରୁଣା ଏକ ହତ୍ୟା ମାମଲାରେ ବାରାଣସୀର ଏମ୍ପି-ଏମ୍ଏଲ୍ଏ କୋର୍ଟ ରାୟ ଦେଇଥିଲେ । ଯେଉଁଥିରେ ମୁଖତାର ଅନସାରୀଙ୍କୁ ଆଜୀବନ କାରାଦଣ୍ଡ ମିଳିଥିଲା ।

nis-ad
Leave A Reply

Your email address will not be published.