ରାଜଧାନୀରୁ ଆଉ ୮୬ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ…

dengue

ଭୁବନେଶ୍ଵର: ଥମୁନି ଡେଙ୍ଗୁ ଆତଙ୍କ । ବିଶେଷ କରି ରାଜଧାନୀରେ ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢିବାରେ ଲାଗିଛି । ରାଜଧାନୀ ଭୁବନେଶ୍ୱରେ ଡେଙ୍ଗୁ ନିଜର କାୟା ବିସ୍ତାର କରିବାରେ ଲାଗିଛି । ଆଜି ପୁଣି ଗୋଟିଏ ଦିନରେ ୮୬ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହା ପରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୪ ହଜାର ଟପିଛି ।

ଅଗଷ୍ଟ ମାସରେ ୧୯ ଶହ ରୋଗୀ ଚିହ୍ନଟ ହୋଇଥିବା ବେଳେ ସେପ୍ଟେମ୍ବର ୨୧ ତାରିଖ ଭିତରେ ୨୬୦୦ରୁ ଅଧିକ ରୋଗୀ ଚିହ୍ନଟ ହୋଇଛନ୍ତି । କେବଳ ସହିଦନଗରୁ ୨୫୦ ରୋଗୀ ଚିହ୍ନଟ ହୋଇଛନ୍ତି । ସେପ୍ଟେମ୍ବର ୧୭ ତାରିଖରେ ୧୨୬ ରୋଗୀ ଚିହ୍ନଟ ହୋଇଥିବା ବେଳେ ୧୮ ତାରିଖରେ ସଂଖ୍ୟା ୧୪୮ ରେ ପହଞ୍ଚିଥିଲା । ସେପଟେ କ୍ୟାପିଟାଲ ହସ୍ପିଟାଲ, ପଟିଆ ଏବଂ ନୂଆପଲ୍ଲୀ ୟୁପିଏଚ୍‌ସିରୁ ଗତକାଲି ମୋଟ୍ ୫୨୬ଟି ନମୁନା ସଂଗ୍ରହ କରାଯାଇଥିଲା । ସେଥିରୁ ୮୬ଟି ପଜିଟିଭ ଆସିଛି ।

nis-ad
Leave A Reply

Your email address will not be published.