ଆସନ୍ତାକାଲିରୁ ବିଧାନସଭା ମୌସୁମୀ ଅଧିବେଶନ, ସୁରକ୍ଷାରେ ୩୦ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ…

ass

ଭୁବନେଶ୍ୱର : ଆସନ୍ତାକାଲିଠାରୁ ଆରମ୍ଭ ହେବ ବିଧାନସଭାର ମୌସୁମୀ ଅଧିବେଶନ । ଏଥିପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି । ତ୍ରିସ୍ତରୀୟ ସୁରକ୍ଷା ବଳୟରେ ରହିଛି ବିଧାନସଭା । ବିଧାନସଭା ବାହାରେ ଓ ଭିତରେ କଡ଼ା ସୁରକ୍ଷା । ଆଜି ସୁରକ୍ଷା ବ୍ୟବସ୍ଥାର ତଦାରଖ କରିଛନ୍ତି ପୋଲିସ ଡିଜି ସୁନୀଲ ବଂଶଲ, ଗୁଇନ୍ଦା ନିର୍ଦ୍ଦେଶକ ସଞ୍ଜୀବ ପଣ୍ଡା ଓ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ।

ଭୁବନେଶ୍ୱର ଡିସିପିଙ୍କ ତତ୍ତ୍ବାବଧାନରେ ବିଧାନସଭା ସୁରକ୍ଷା ବ୍ୟବସ୍ଥାର ତଦାରଖ କରିବେ ୬ ଅତିରିକ୍ତ ଡିସିପି, ୧୯ ଜଣ ଏସିପି, ୨୦ ଇନିସ୍ପେକ୍ଟର ଓ ୭୫ ଜଣ ଏସଆଇ । ବିଧାନସଭା ସୁରକ୍ଷାରେ ମୁତୟନ ହୋଇଛନ୍ତି ୩୦ ପ୍ଲାଟୁନ ପୋଲିସ ଫୋର୍ସ । ରୁଫ ଟପ୍ ସୁରକ୍ଷା ସହ ସିସିଟିଭି ନଜରରେ ରହିବ ବିଧାନସଭା । ରାଲି, ଧାରଣାକୁ ଦୃଷ୍ଟିରେ ରଖି ୫ଟି କଣ୍ଟ୍ରୋଲ ରୁମ ରହିଛି । ଏଥିସହ ସଜାଗ ଅଛନ୍ତି ଷ୍ଟ୍ରାଇକିଂ ଫୋର୍ସ, କୁଇକ ରେସପନ୍ସ ଟିମ ଓ ସ୍ପେଶାଲ ଟାଇଟିକାଲ ୟୁନିଟ ।

nis-ad
Leave A Reply

Your email address will not be published.