୨୦୨୪ରୁ ‘ପାସ୍‌ପୋର୍ଟ’ମୁକ୍ତ ହେବ ସିଙ୍ଗାପୁରର ଚାଙ୍ଗି ବିମାନ ବନ୍ଦର: ରିପୋର୍ଟ

singa

ସିଙ୍ଗାପୁର: ‘ଅଟୋମେଟେଡ୍‌ ଇମିଗ୍ରେସନ୍‌ କ୍ଲିଅରାନ୍‌ସ୍‌’ ଲାଗୁ କରାଯାଉଥିବାରୁ ୨୦୨୪ ପ୍ରାରମ୍ଭରୁ ସିଙ୍ଗାପୁରସ୍ଥିତ ଚାଙ୍ଗି ବିମାନବନ୍ଦର ‘ପାସ୍‌ପ‌ୋର୍ଟ-ମୁକ୍ତ’ ହେବ ବୋଲି ‘ସିଏନ୍‌ଏନ୍‌’ ରିପୋର୍ଟ କରିଛି। ‘ଅଟୋମେଟେଡ୍‌ ଇମିଗ୍ରେସନ୍‌ କ୍ଲିଅରାନ୍‌ସ୍‌’ ଲାଗୁ ହେଲେ ଯାତ୍ରୀମାନେ ବିନା ‘ପାସ୍‌ପୋର୍ଟ’ରେ ଏହି ସହର-ଦେଶ (ସିଙ୍ଗାପୁର) ଛାଡ଼ି ବାହାରକୁ ଯାଇପାରିବେ। କିନ୍ତୁ, ସେମାନେ ‘ପାସ୍‌ପୋର୍ଟ’ ପରିବର୍ତ୍ତେ କେବଳ ‘ବାୟୋମେଟ୍ରିକ୍‌ ଡାଟା’ ବ୍ୟବହାର କରିବେ ବୋଲି ଜଣେ ସରକାରୀ ଅଧିକାରୀ କହିଛନ୍ତି।

ସୋମବାର ଦିନ ପାର୍ଲାମେଣ୍ଟ୍‌ ଅଧିବେଶନରେ ସିଙ୍ଗାପୁରର କମ୍ୟୁନିକେସନ୍‌ସ୍‌ ମିନିଷ୍ଟର୍‌ ଜୋସେଫାଇନ୍‌ ସିଓ ଉପରୋକ୍ତ ‌କଥା ଘୋଷଣା କରିଛନ୍ତି। ଏହି ଅଧିବେଶନରେ ଦେଶର ‘ଇମିଗ୍ରେସନ୍‌ ଆକ୍ଟ୍‌’ରେ (ପ୍ରବାସବାସ ନିୟମ) କେତେଗୁଡ଼ିଏ ପରିବର୍ତ୍ତନ କରାଯାଇଛି।

ଜୋସେଫାଇନ୍‌ କହିଛନ୍ତି, ‘ଅଟୋମେଟେଡ୍‌, ପାସ୍‌ପୋର୍ଟ-ଫ୍ରି ଇମିଗ୍ରେସନ୍‌ କ୍ଲଅରାନ୍‌ସ୍‌’ ପ୍ରଚଳନ କରୁଥିବା ବିଶ୍ବର ପ୍ରଥମ କେତୋଟି ଦେଶ ମଧ୍ୟରେ ସିଙ୍ଗାପୁର ହେବ ଅନ୍ୟତମ।

ସୂଚନାଯୋଗ୍ୟ, ସବୁବେଳେ ବିଶ୍ବର ଅନ୍ୟତମ ଶ୍ରେଷ୍ଠ ଓ ବ୍ୟସ୍ତବହୁଳ ବିମାନ ବନ୍ଦର ମାନ୍ୟତା ହାସଲ କରିଆସୁଥିବା ସିଙ୍ଗାପୁରର ଚାଙ୍ଗି ବିମାନ ବନ୍ଦର ୧୦୦ରୁ ଅଧିକ ଏୟାର୍‌ଲାଇନ୍‌କୁ ସେବା ଯୋଗାଇ ଥାଏ। ଏଠାରୁ ଅନେକ ବିମାନ ବିଶ୍ବବ୍ୟାପୀ ପ୍ରାୟ ୧୦୦ଟି ଦେଶର ୪୦୦ ସହରକୁ ଯାତାୟାତ କରନ୍ତି।

ସମ୍ପ୍ରତି ଏହି ବିମାନ ବନ୍ଦରରେ ୪ଟି ଟର୍ମିନାଲ୍‌ ଅଛି। ଯାତ୍ରୀମାନଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ୫ମ ଟର୍ମିନାଲ୍‌ କରାଯିବ ବୋଲି ସିଙ୍ଗାପୁର ସରକାରୀ କର୍ତ୍ତୃପକ୍ଷ ନିଷ୍ପତ୍ତି ଗ୍ରହଣ କରିଛନ୍ତି।

nis-ad
Leave A Reply

Your email address will not be published.