ଆସନ୍ତା ୨୧ ତାରିଖକୁ ସ୍ଥାନୀୟ ଛୁଟି ଘୋଷଣା କଲେ ସମ୍ବଲପୁର ଆରଡିସି

nua

ସମ୍ବଲପୁର : ଦିନଟିଏ ପରେ ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ । ଫଳରେ ମାଁ ସମଲେଶ୍ୱରୀଙ୍କ ପୀଠରେ ପ୍ରସ୍ତୁତି ଜୋରଦାର ଚାଲିଛି। ଆସନ୍ତା ୨୧ ତାରିଖକୁ ସ୍ଥାନୀୟ ଛୁଟି ଘୋଷଣା କଲେ ସମ୍ବଲପୁର ଆରଡିସି । ସ୍ଥାନୀୟ ଜନ ସମୁଦାୟଙ୍କ ଦାବି ଅନୁସାରେ ନୂଆଁଖାଇ ପରଦିନ ଅର୍ଥାତ୍ ୨୧ ତାରିଖକୁ ଆରଡିସି ଛୁଟି ଘୋଷଣା କରିଛନ୍ତି । ଆରଡିସି ସୁରେଶ ଚନ୍ଦ୍ର ଦଳାଇ ଏହି ଘୋଷଣା କରିଛନ୍ତି । ସମ୍ବଲପୁର, ବରଗଡ ଜିଲ୍ଲା ସମେତ ସୁନ୍ଦରଗଡ ସଦର ସବ୍‌ଡିଭିଜନକୁ ଛୁଟି ଘୋଷଣା କରାଯାଇଛି ।

ଏହି ପ୍ରସ୍ତାବକୁ ସହୃଦୟତା ସହିତ ବିଚାର କରି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟ ସରକାରଙ୍କ ପକ୍ଷରୁ ସମ୍ବଲପୁର, ବରଗଡ ଜିଲ୍ଲା ଏବଂ ସୁନ୍ଦରଗଡ ଉପଖଣ୍ଡରେ ସେପ୍ଟେମ୍ବର ୨୧ ତାରିଖଦିନକୁ ସ୍ୱତନ୍ତ୍ର ସ୍ଥାନୀୟ ଛୁଟି ଭାବରେ ଘୋଷଣା କରିବାକୁ ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କୁ ଅନୁମତି ପ୍ରଦାନକରିଛନ୍ତି । ଏହି ଅନୁମତି ଅନୁଯାୟୀ, ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତ, ସମ୍ବଲପୁର, ବରଗଡ ଜିଲ୍ଲା ଏବଂ ସୁନ୍ଦରଗଡ ଉପଖଣ୍ଡ ପାଇଁ ଆସନ୍ତା ସେପ୍ଟେମ୍ବର ୨୧ ତାରିଖ (ଗୁରୁବାର) ସ୍ୱତନ୍ତ୍ର ସ୍ଥାନୀୟ ଛୁଟି ଭାବରେ ଘୋଷଣା କରିଛନ୍ତି । ଏହି ଘୋଷଣା ସମ୍ବଲପୁର, ବରଗଡ ଏବଂ ସୁନ୍ଦରଗଡ ବାସୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଛି ।

ଆସନ୍ତା ବୁଧବାର ନୂଆଁଖାଇ ପାଳିବ ସାରା ପଶ୍ଚିମ ଓଡିଶା । ଫଳରେ ମାଁ ସମଲେଶ୍ୱରୀ ମନ୍ଦିରରେ ସଫେଇ କାମ ଓ ପାର୍ଶ୍ବ ଦେବାଦେବୀଙ୍କ ସିନ୍ଦୁର ଲଗା କାମ ସାରିଛନ୍ତି ପୂଜକ । ମନ୍ଦିର ପରିସରରେ ଥିବା ଛିନ୍ନମାତା, ମଙ୍ଗଳା, ଦୁର୍ଗା, ଗଣେଶ, ନରସିଂହ ପ୍ରଭୃତିଙ୍କୁ ସିନ୍ଦୁର ଲଗା କାମ ସରିଛି ।

nis-ad
Leave A Reply

Your email address will not be published.