ପଞ୍ଚଭୂତରେ ବିଲୀନ ହେଲେ ପ୍ରଖ୍ୟାତ ସାହିତ୍ୟିକା ଓ ସାମ୍ବାଦିକା ଗୀତା ମେହେଟ୍ଟା

geeta

ନୂଆଦିଲ୍ଲୀ: ଅନ୍ତିମ ଯାତ୍ରାରେ ଗୀତା ମେହେଟ୍ଟା।ପଞ୍ଚଭୂତରେ ବିଲୀନ ହେଲେ ପ୍ରଖ୍ୟାତ ସାହିତ୍ୟିକା ଓ ସାମ୍ବାଦିକା ଗୀତା ମେହେଟ୍ଟା। ଦିଲ୍ଲୀ ଲୋଧି ରୋଡ୍ ସ୍ମଶାନରେ ଗୀତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି ।

ଅବଦୁଲ କଲାମ ରୋଡ଼ରେ ଥିବା ପୈତୃକ ବାସଭବନରୁ ତାଙ୍କ ମରଶରୀରକୁ ଶୋଭାଯାତ୍ରାରେ ଶ୍ଣଶାନକୁ ନିଆଯାଇଥିଲା। ଏକମାତ୍ର ପୁଅ ମୁଖାଗ୍ନି ଦେଇଛନ୍ତି। ଶେଷ କୃତ୍ୟରେ ସାମିଲ ହେବା ପାଇଁ ଗତକାଲି ଦିଲ୍ଲୀରେ ପହଞ୍ଚିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଖ୍ୟାତ ଲେଖିକା ଓ ଭଲ ସାମ୍ବାଦିକ ଭାବେ ଜଣାଶୁଣା ଥିଲେ ବିଜୁ ପଟ୍ଟନାୟକଙ୍କ ଝିଅ ତଥା ମୁଖ୍ୟମନ୍ତ୍ରୀଙ୍କ ଭଉଣୀ ଗୀତା । ଶନିବାର ଦିଲ୍ଲୀସ୍ଥିତ ବାସଭବନରେ ୮୦ ବର୍ଷ ବୟସରେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ।

nis-ad
Leave A Reply

Your email address will not be published.