ସୁନ୍ଦରଗଡକୁ ସ୍କ୍ରବ ଟାଇଫସ୍ ଚିନ୍ତା; ପୁଣି ୩ ପଜିଟିଭ ଚିହ୍ନଟ, ସମୁଦାୟ ସଂଖ୍ୟା ୧୮୩…

scrab

ସୁନ୍ଦରଗଡ: ସୁନ୍ଦରଗଡ଼ରେ ସ୍କ୍ରବ ଟାଇଫସ୍ରେ ଲାଗୁନି ଲଗାମ। ଗତକାଲି ୧୧ ଚିହ୍ନଟ ହୋଇଥିବାବେଳେ ଆଜି ପୁଣି ଚିହ୍ନଟ ହୋଇଛନ୍ତି ୩ଜଣ। ଏହା ସହ ସଂଖ୍ୟା ୧୮୩ରେ ପହଞ୍ଚିଛି। ଗତ ଜାନୁୟାରୀ ୧ରୁ ସେପଟେମ୍ବର ୧୨ ତାରିଖ ମଧ୍ୟରେ ଜିଲ୍ଲାରେ ୧୩୨ ଜଣ ସ୍କ୍ରବ ଟାଇଫସ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଜଣଙ୍କ ମୃତ୍ୟୁ ହୋଇଛି। ସେହି ରୋଗୀ ଜଣକ ପ୍ରାୟ ୨୦ ଦିନ ଧରି ICUରେ ରହି ଚିକିତ୍ସିତ ହେଉଥିଲେ ।

ସେ ପୂର୍ବରୁ ଅନ୍ୟାନ୍ୟ ରୋଗରେ ମଧ୍ୟ ଆକ୍ରାନ୍ତ ଥିବା କହିଛନ୍ତି । ଏହି ରୋଗକୁ ନିୟନ୍ତ୍ରଣ କରିବା ପାଇଁ ଔଷଧ ଓ ନମୁନା ପରୀକ୍ଷା ପାଇଁ ସମସ୍ତ ସୁବିଧା ଥିବା ସହ ସ୍ବତନ୍ତ୍ର ଡାକ୍ତରୀ ଦଳ ପ୍ରସ୍ତୁତ ରହିଛନ୍ତି। ଲୋକମାନଙ୍କୁ ସଚେତନ କରାଯିବା ସହ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବାକୁ କୁହାଯାଇଛି। ଚିଗର୍ସ ନାମକ ଏକ କୀଟ କାମୁଡ଼ିବା ଦ୍ବାରା ଲୋକଙ୍କ ଶରୀରରେ ଏହି ସଂକ୍ରମଣ ଆରମ୍ଭ ହୋଇଥାଏ। ପୋଖରୀ , ବିଲ କି ଜଙ୍ଗଲକୁ ଯାଉଥିବା ଲୋକ ଏହି କୀଟ ଦଂଶନର ଶିକାର ହୋଇଥାନ୍ତି।

nis-ad
Leave A Reply

Your email address will not be published.