ପ୍ରଧାନମନ୍ତ୍ରୀଙ୍କୁ ବାଲୁକାକଳା ଜରିଆରେ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ସୁଦର୍ଶନ ପଟ୍ଟନାୟକ…

hbd

ପୁରୀ: ଆଜି ପବିତ୍ର ବିଶ୍ବକର୍ମା ପୂଜା ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୩ ତମ ଜନ୍ମଦିନ। ଏହି ଅବସରରେ ଆଜିଠାରୁ ଦେଶରେ ଆରମ୍ଭ ହେବାକୁ ଯାଉଛି ବିଶ୍ବକର୍ମା ଯୋଜନା  ।  ସାରା ଭାରତରେ ତାଙ୍କର ଜନ୍ମଦିନକୁ ଭିନ୍ନ ଭିନ୍ନ ଢଙ୍ଗରେ ପାଳନ କରାଯାଉଛି  । ୧୯୫୦ ମସିହା ଆଜିର ଦିନରେ ଗୁଜରାଟରେ ଜନ୍ମ ଗ୍ରହଣ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।ଦେଶ ବିଦେଶରୁ ପ୍ରଧାନମନ୍ତ୍ରୀଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟୁଥିବାବେଳେ ପୁରୀରେ ନିଆରା ଭାବେ ବାଲୁକାକଳା ଜରିଆରେ ଶୁଭେଚ୍ଛା ଜଣାଇଛନ୍ତି ପ୍ରଖ୍ୟାତ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ। ସୁଦର୍ଶନ ପୁରୀ ବେଳାଭୂମିରେ କୋଣାର୍କ ଚକ ଭଳି ଅବିକଳ ଛୋଟଛୋଟ ୫୦ଟି  ପ୍ରତିକୃତିକୁ ନିଜ ବାଲୁକାକଳାରେ ସ୍ଥାନ ଦେଇ ପ୍ରଧାନମନ୍ତ୍ରୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି।

ଜି-୨୦ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ଓଡିଶାର ଐତିହ୍ୟ ବହନ କରୁଥିବା କୋଣାର୍କ ଚକକୁ ସ୍ଥାନ ଦେଇଥିବାରୁ ସୁଦର୍ଶନ ବାଲୁକାକଳା ଜରିଆରେ ନରେନ୍ଦ୍ର ମୋଦୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏହାଛଡା ପ୍ରଧାନମନ୍ତ୍ରୀଙ୍କ ଛବିକୁ ନିଜ ବାଲୁକାକଳାରେ ସ୍ଥାନ ଦେବାସହ ହାପି ବାର୍ଥ ଡେ ମୋଦି ଜି ଲେଖିଥିବା ଦେଖିବାକୁ ମିଳିଛି  । ସୁଦର୍ଶନଙ୍କର ଏହି ବାଲୁକା କଳା ଦେଖିବାକୁ ପୁରୀ ବେଳାଭୂମିରେ ପର୍ଯ୍ୟଟକଙ୍କର ପ୍ରବଳ ଭିଡ ପରିଲକ୍ଷିତ ହୋଇଛି  । ଜନ୍ମଦିନ ଅବସରରେ ଦେଶର ବିଭିନ୍ନ ସ୍ଥାନରେ ବିଜେପି ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି  । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ଗୃହମନ୍ତ୍ରୀ ଅମିତ ଶାହଙ୍କ ସମେତ ବହୁ ବିଶିଷ୍ଠ ବ୍ୟକ୍ତି  ଟ୍ୱିଟ୍ କରି ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି  ।

nis-ad
Leave A Reply

Your email address will not be published.