ଭୁଲବଶତଃ ଗୁଳିଭର୍ତ୍ତି ବନ୍ଧୁକରୁ ଚାଲିଲା ଗୁଳି: ଜଣେ ସେନା ଅଧିକାରୀଙ୍କର ମୃତ୍ୟୁ…

few

ଶ୍ରୀନଗର: ଜମ୍ମୁକଶ୍ମୀରର ବାନ୍ଦିପୋରାସ୍ଥିତ ସେନାର ୧୪ ରାଷ୍ଟ୍ରୀୟ ରାଇଫଲ୍ସ (ଆରଆର) କ୍ୟାମ୍ପରେ ଆଜି ଏକ ଛୋଟ ଦୁର୍ଘଟଣାରେ ଜଣେ ଯବାନଙ୍କର ମୃତ୍ୟୁ ହୋଇଯାଇଛି | ବାସ୍ତବରେ ଜଣେ ସୈନିକଙ୍କ ହାତରୁ ଗୁଳି ଭର୍ତ୍ତି ବନ୍ଧୁକ ହଠାତ୍ ଖସିପଡ଼ିବାରୁ ଏଥିରୁ ଗୁଳି ଫାୟାରିଂ ହୋଇଯାଇଥିଲା | ଆଉ ଗୁଳିରେ ଆଘାତ ହେତୁ ଘଟଣାସ୍ଥଳରେ ଜଣେ ଯବାନଙ୍କର ମୃତ୍ୟୁ ଘଟିଥିଲା । ଏହି ଦୁର୍ଘଟଣାରେ ଅନ୍ୟ ଜଣେ ଅଧିକାରୀ ଆହତ ହୋଇଥିବା ସୂଚନା ମଧ୍ୟ ରହିଛି। ଯେଉଁ ବନ୍ଧୁକରୁ ଗୁଳି ଚଳାଯାଇଥିଲା ସେହି ସୈନିକଙ୍କୁ ଗିରଫ କରାଯାଇଛି।

ପ୍ରୋଟୋକଲ ଅନୁଯାୟୀ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜମ୍ମୁକଶ୍ମୀର ପୁଲିସ ପକ୍ଷରୁ କୁହାଯାଇଛି | ସେନା ସୂତ୍ରରୁ ପ୍ରକାଶ ଯେ ୧୪ ରାଷ୍ଟ୍ରୀୟ ରାଇଫଲ୍ସ କ୍ୟାମ୍ପରେ ଗୁଳି ଭର୍ତ୍ତି ବନ୍ଧୁକ ସହ ସୈନିକମାନେ ଥିବାବେଳେ ଜଣେ ଯବାନଙ୍କ ହାତରୁ ହଠାତ ବନ୍ଧୁକ ଖସିପଡିଥିଲା, ସେ ବନ୍ଧୁକକୁ ଧରିବାକୁ ଚେଷ୍ଟା କରିଥିଲେ ବି ସଫଳ ହୋଇପାରିନଥିଲେ |

ଆଉ ବନ୍ଧୁକ ଜୋରରେ ତଳେ ପଡିଯିବା ପରେ ଦୁଇ ରାଉଣ୍ଡ ଫାୟାରିଂ ହୋଇଥିଲା | ଏଥିରୁ ଗୋଟିଏ ଗୁଳି ପାଖରେ ଛିଡା ହୋଇଥିବା ଯବାନଙ୍କୁ ବାଜିଥିଲା | ଉଭୟଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା। ସେମାନଙ୍କ ମଧ୍ୟରୁ ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଥିବାବେଳେ ଅନ୍ୟଜଣେ ଚିକିତ୍ସିତ ହେଉଛନ୍ତି।

nis-ad
Leave A Reply

Your email address will not be published.