ସ୍ୱାମୀ ଅନ୍ୟ ମହିଳାଙ୍କ ସହ ରହିବା ନେଇ ପତ୍ନୀ କରିଥିବା ଅଭିଯୋଗର ପିଟିସନ ଖାରଜ

del

ନୂଆଦିଲ୍ଲୀ : ଦିଲ୍ଳୀ ହାଇକୋର୍ଟ ଏକ ମାମଲାରେ ସ୍ୱାମୀ ଅନ୍ୟ ମହିଳାଙ୍କ ସହ ରହିବା ନେଇ ପତ୍ନୀ କରିଥିବା ଅଭିଯୋଗର ପିଟିସନକୁ ଖାରଜ କରିଦେଇଛନ୍ତି । ଏଥିସହ ସ୍ୱାମୀ ଅନ୍ୟ ମହିଳାଙ୍କ ସହ ରହିବାକୁ ମଧ୍ୟ ଅପରାଧ ବୋଲି ମାନି ନାହାଁନ୍ତି, ଜାଣନ୍ତୁ କାହିଁକି ?

ସାଧାରଣତଃ କୌଣସି ବୈବାହିକ ଜୀବନରେ ପତି-ପତ୍ନୀଙ୍କ ମଧ୍ୟରେ କଳହକୁ ନେଇ ଯଦି କେହି ଅନ୍ୟ ପୁରୁଷ କିମ୍ବା ମହିଳାଙ୍କ ସହ ରୁହନ୍ତି,ଏହାକୁ ନ୍ୟାୟିକ ପ୍ରକ୍ରିୟାରେ ଠିକ ବୋଲି କୁହାଯାଇ ନଥାଏ। ହେଲେ ଏପରି ଏକ ମାମଲାର ବିଚାର କରି ଦିଲ୍ଳୀ ହାଇକୋର୍ଟ ସ୍ୱାମୀଙ୍କୁ ଠିକ୍‌ ବୋଲି କହିଛନ୍ତି । ବିବାହ ପରେ ମଧ୍ୟ ସ୍ୱାମୀ ଅନ୍ୟ ଜଣେ ମହିଳାଙ୍କ ସହ ରହୁଥିଲେ ।

ହିନ୍ଦୁ ମ୍ୟାରେଜ ଆକ୍ଟ ଆଇପିସି ଧାରା ୪୯୪ ଅନୁଯାୟୀ କୌଣସି ପୁରୁଷ ବା ମହିଳା ନିଜର ଜୀବନ ସାଥୀ ଜୀବିତ ଥିବା ବେଳେ ଦ୍ୱିତୀୟ ବିବାହ କରିବା ଅପରାଧ ଅଟେ । ଏଥିପାଇଁ ଯଦି ପତି କିମ୍ବା ପତ୍ନୀ ସ୍ୱୀକୃତି ଦେଇଥିଲେ ମଧ୍ୟ ଏହା ଗ୍ରହଣଯୋଗ୍ୟ ନୁହେଁ ବୋଲି ଆଇନରେ ଉଲ୍ଲେଖ ରହିଛି ।

ଜଣେ ମହିଳା ଦିଲ୍ଲୀ ହାଇକୋର୍ଟରେ ତାଙ୍କ ସ୍ୱାମୀଙ୍କ ବିରୋଧରେ ଏକ ମାମଲା ଦାୟର କରିଥଲେ ଯେ ତାଙ୍କ ସ୍ୱାମୀ ଅନ୍ୟ ଜଣେ ମହିଳାଙ୍କ ସହ ରହୁଛନ୍ତି । ଏହି ମାମଲାର ବିଚାର କରି କୋର୍ଟ ତାଙ୍କ ରାୟରେ କହିଥିଲେ ଯେ ଯଦି ଦମ୍ପତି ଜଣେ ଅନ୍ୟ ଜଣଙ୍କ ସହ ଦୀର୍ଘ ସମୟ ଧରି ନରହିଥାନ୍ତି କିମ୍ବା ପୁଣି ଥରେ ସେମାନଙ୍କର ମିଳନ ହେବାରେ ସମ୍ଭାବନା ନଥାଏ ।

ଏବଂ ପତି ଯଦି ଅନ୍ୟ ମିହଳାଙ୍କ ସହ ଶାନ୍ତିରେ ରହୁଛନ୍ତି,ତେବେ ଏହାକୁ କ୍ରୁରତା ଭାବେ ବିବେଚନା କରାଯିବ ନାହିଁ । କାରଣ ଛାଡପତ୍ର ମାମଲା ଦୀର୍ଘ ସମୟ ଲାଗୁଥିବାରୁ ପତି ଯଦି ଅନ୍ୟ ମହିଳାଙ୍କ ସହ ରୁହନ୍ତି,ଏହା ଦୋଷଯୁକ୍ତ ବା ପାରିବାରିକ କ୍ରୁରତା ଭାବେ ଦେଖାଯିବ ନାହିଁ ବୋଲି କୋର୍ଟ କହିଥିଲେ ।

nis-ad
Leave A Reply

Your email address will not be published.