୪ ଓଡ଼ିଆ ମୃତ, ୩ ଆହତ…

acci

ଆନ୍ଧ୍ର ପ୍ରଦେଶରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୪ ଓଡ଼ିଆ ମୃତ। ଚିତ୍ତୋର ଜିଲ୍ଲା ତାଭାନପଲ୍ଲୀ ମଣ୍ଡଳର ତାଲାଗୁଣ୍ଡଲା ପଲ୍ଲୀ ଗାଁ ନିକଟରେ ଏହି ଭୀଷଣ ଦୁର୍ଘଟଣା ଘଟିଛି। ଓଡ଼ିଶାର ଏକ ପରିବାରର ୭ ଜଣ ସଦସ୍ୟଙ୍କୁ ନେଇ ଏକ ଆମ୍ବୁଲାନ୍ସ ବେଙ୍ଗାଳୁରୁର ଡାକ୍ତରଖାନାକୁ ଯାଉଥିଲା। ଏହି ସମୟରେ ପୁଠପଟ୍ଟୁ-ନାଇଡୁପେଟାଠାରେ ଏକ ଲରି ସହ ଧକ୍କା ହୋଇଥିଲା।

ଫଳରେ ଆମ୍ବୁଲାନ୍ସରେ ଥିବା ୪ ଜଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା। ପରିବାରର ଅନ୍ୟ ଦୁଇ ସଦସ୍ୟ ଏବଂ ଆମ୍ବୁଲାନ୍ସ ଡ୍ରାଇଭରଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ୟାଦାମାରି ଓ କନିପକମ୍ ପୋଲିସ ପହଞ୍ଚି ୩ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଛି।

nis-ad
Leave A Reply

Your email address will not be published.