ଭଞ୍ଜନଗର-ଭୁବନେଶ୍ୱରକୁ ସଂଯୋଗ କରୁଥିବା ରାସ୍ତାରେ ଗରା, ମାଠିଆ ଧରି ପ୍ରତିବାଦ କଲେ ଶତାଧିକ ମହିଳା । ଗଞ୍ଜାମ ଜଗନ୍ନାଥପ୍ରସାଦ ଥାନା ଗୋଛବାଡ଼ି ଗାଁକୁ ୮ ମାସ ହେଲା ପିଇବା ପାଣି ଆସୁନଥିବାରୁ ଏହାକୁ ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଗ୍ରାମବାସୀ । ପିଇବା ପାଣି ପାଇଁ ଗ୍ରାମବାସୀ ମାନେ ବାରମ୍ବାର ବିଡିଓଙ୍କୁ ଜଣାଇଛନ୍ତି । ହେଲେ କିଛି ସୁଫଳ ମିଳିନି । ଫଳରେ ଲୋକ ବାଧ୍ୟ ହୋଇ ରାଜରାସ୍ତାକୁ ଓହ୍ଲାଇଛନ୍ତି । ଫଳରେ ଏହି ରାସ୍ତାର ଯାତାୟତ ବାଧାପ୍ରାପ୍ତ ହୋଇଛି । ଦୁଇ ଘଣ୍ଟା ହେଲା ରାସ୍ତାର ଉଭୟ ପାର୍ଶ୍ବରେ ଶହ ଶହ ଯାନବାହାନ ଅଟକି ରହିଥିବା ଦେଖିବାକୁ ମିଳିଛି ।
Post Views: 8