ବିଶ୍ୱବାସୀଙ୍କୁ ମିଲେଟ ମିଶନର ସଫଳତା କହିବେ ଦୁଇ ଆଦିବାସୀ ମହିଳା

mahil

ଜି-୨୦ ସମ୍ମିଳନୀରେ ଓଡ଼ିଶାର ମିଲେଟ ମିଶନର ସଫଳତାର କଥା କହିବେ ଦୁଇ ଆଦିବାସୀ ମହିଳା । କୋରାପୁଟ ଓ ମୟୂରଭଞ୍ଜ ଜିଲ୍ଲାର ଦୁଇ ଆଦିବାସୀ ମହିଳା ଦିଲ୍ଲୀ ଶିଖର ସମ୍ମିଳନୀରେ ମାଣ୍ଡିଆ, ବିଭିନ୍ନ କୃଷି ଉତ୍ପାଦ, ସୁସ୍ଥ ଖାଦ୍ୟାଭ୍ୟାସ ଏବଂ ମିଲେଟ ମିଶନର ସଫଳତାର ବିଶ୍ୱବାସୀଙ୍କୁ ବାର୍ତ୍ତା ଦେବେ  ।

ଏ ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ପୋଷ୍ଟ ସେୟାର ଯାଇଛି ।  ଓଡ଼ିଶାର ମିଲେଟ ମିଶନ ଯୋଗୁ ପୁଷ୍ଟିସାଧନ ସହ ଚାଷୀଙ୍କ ଅର୍ଥନୈତିକ ବିକାଶରେ ଏକ ନୂଆ ଅଧ୍ୟାୟ ଯୋଡି ହୋଇଛି । ଦିଲ୍ଲୀରେ ଆୟୋଜିତ ହେବାକୁ ଯାଉଥିବା ଜି ୨୦ ଶିଖର ସମ୍ମିଳନୀରେ ଯୋଗେ ଦେବେ ମା ରାଇମତି ଗିଉରିଆ ଏବଂ ସୁବାସା ମହନ୍ତ । ଏମାନେ ମାଣ୍ଡଆ ଚାଷ ଏବଂ ମିଲେଟ ମିଶନର ଉପଳବ୍ଧିକୁ ଅନ୍ତର୍ଜାତୀୟ ସ୍ତରରେ ପହଞ୍ଚାଇବେ  ।

ଓଡ଼ିଶାର ମିଲେଟ ବ୍ରାଣ୍ଡ ଆମ୍ବାସଡର କୋରପୁର କୁନ୍ଦ୍ରା ବ୍ଲକର ରାଇମତି ଗିଉରିଆ ଏବଂ ମୟୂରଭଞ୍ଜର ସୁବାସା ମହାନ୍ତ ଦିଲ୍ଲୀରେ କହିବେ ମାଣ୍ଡିଆର ଉପକାରିତା । ଦିଲ୍ଲୀ ‘ଭାରତ ମଣ୍ଡପମ’ରେ ଏଇ ଦୁଇ ମହିଳା ଦେଶ ଏବଂ ବିଦେଶର ବହୁ ବଡ ବଡ ନେତାଙ୍କୁ ଆଦିବାସୀଙ୍କ ଜୀବନ ଶୈଳୀ ଏବଂ ମିଲେଟ ପରି ଏକ ଅତି ପୁଷ୍ଟକର ଶସ୍ୟର ଉତ୍ପାଦନ ଏବଂ ତାହାର ସଂରକ୍ଷଣ କିପରି କରୁଛନ୍ତି ତାହା ଜଣାଇବେ ।

ଏ ନେଇ  ଗଣମାଧ୍ୟକୁ ସୂଚନା ଦେଇ ରାଇମତି ମାଣ୍ଡିଆର ଉପକାରିତା ବିଷୟରେ କହିବା ସହ ସେ ସଂଗ୍ରହ କରିଥିବା ତାଙ୍କର ନମୂନା ସମ୍ପର୍କରେ ବିଶ୍ୱ ନେତାଙ୍କୁ ଜଣାଇବେ ବୋଲି କହିଛନ୍ତି । ଏଥିସହ ଆଦିବାସୀଙ୍କ ଚାଲିଚଳଣୀ, ଖାଦ୍ୟାଭ୍ୟାସ ଉପରେ ଭାଷଣ ଦେବେ।  ମାଣ୍ଡିଆର ଉପକାରିତା ଉପରେ ଆଲୋକପାତ ମଧ୍ୟ କରିବେ। ମିଲେଟ ମିଶନ ଦ୍ୱାରା ଆଦିବାସୀ ମହିଳାମାନେ କିପରି ସ୍ୱାବଲମ୍ବୀ ହୋଇପାରିଛନ୍ତି, ଏହା ଉପରେ ମଧ୍ୟ ତଥ୍ୟ ଉପସ୍ଥାପନ କରିବେ।

ସୂଚନାଥାଉ କି, ଜି-୨୦ ସମ୍ମିଳନୀ ସେପ୍ଟେମ୍ବର ୯ ଏବଂ ୧୦ ଦୁଇଦିନ ଧରି ଚାଲିବ  । ବିଭିନ୍ନ ଦେଶର ବଡ ବଡ ନେତା ଏହି ସମ୍ମିଳନୀରେ ଯୋଗ ଦେବେ । ଏହି ଅବସରରେ ଅନ୍ତର୍ଜାତୀୟ ସ୍ତରର ନେତାମାନେ 9 ତାରିଖ ଇଣ୍ଡିଆନ ଏଗ୍ରିକଲଚରାଲ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ (IARI) ବୁଲି ଦେଖିବେ । ଦେଶର ପାରମ୍ପରିକ କୃତି ସଂସ୍କୃତି, ଚାଷ ଶୈଳୀ, ଶସ୍ୟ ଉତ୍ପାଦନର ସଫଳତା ଉପରେ ଜାଣିବାର ସୁଯୋଗ ପାଇବେ । ଏହି ଅବସରରେ ଅତିଥିମାନଙ୍କୁ ସ୍ୱତନ୍ତ୍ର ସେଫଙ୍କ ଦ୍ୱାରା ପ୍ରସ୍ତୁତ ମାଣ୍ଡିଆ ପ୍ରସ୍ତୁତ ଖାଦ୍ୟ ପରଷାଯିବ ।


Post Views: 6

nis-ad
Leave A Reply

Your email address will not be published.