ସ୍ୱତନ୍ତ୍ର ଅଧିବେଶନକୁ ନେଇ ଦ୍ୱନ୍ଦ୍ୱ, ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ସୋନିଆ

sonia

ଆସନ୍ତା ୧୮-୨୨ ପାଞ୍ଚ ଦିନ ଧରି ବସିବାକୁ ଯାଉଛି ସଂସଦର ସ୍ୱତନ୍ତ୍ର ଅଧିବେଶନ। ଏନେଇ ପୂର୍ବରୁ କୌଣସି ସୂଚନା ନ ଥିବାବେଳେ ହଠାତ୍ ନୋଟିସ୍ ଜାରି କରାଯାଇଥିଲା। ଯାହାକୁ ନେଇ ଦ୍ୱନ୍ଦ୍ୱରେ ପଡ଼ି ଯାଇଛନ୍ତି କଂଗ୍ରେସ ସଂସଦୀୟ ଦଳର ମୁଖ୍ୟ ସୋନିଆ ଗାନ୍ଧୀ। କେଉଁ କାରଣରୁ ଏପରି ହଠାତ୍ ଅଧିବେଶନ ବସାଇବାର ଆବଶ୍ୟକତା ପଡ଼ିଲା ବୋଲି ଜାଣିବାକୁ ଚାହିଁଛନ୍ତି ସୋନିଆ।

ସେ ଏନେଇ ଆଜି ପ୍ରଧାନମନ୍ତ୍ରୀଙ୍କୁ ଏକ ପତ୍ର ଲେଖିଛନ୍ତି। ସେଥିରେ ଉଲ୍ଲେଖ କରି କହିଛନ୍ତି, “ଆପଣ ୧୮ ସେପ୍ଟେମ୍ବର ୨୦୨୩ରୁ ସଂସଦର ଏକ ସ୍ୱତନ୍ତ୍ର ପାଞ୍ଚ ଦିନିଆ ଅଧିବେଶନ ଡକାଇଛନ୍ତି। ମୁଁ ସୂଚାଇ ଦେବି ଯେ ଅନ୍ୟ ରାଜନୈତିକ ଦଳମାନଙ୍କ ସହିତ କୌଣସି ପରାମର୍ଶ ନକରି ଏହି ସ୍ୱତନ୍ତ୍ର ଅଧିବେଶନ ଡକାଯାଇଛି। ଏହି ବିଶେଷ ଅଧିବେଶନ ପଛର ଏଜେଣ୍ଡା ବାବଦରେ ଆମର କୌଣସି ଧାରଣା ନାହିଁ।”

ଏପରି ହଠାତ୍ ଅଧିବେଶନ ଡାକିବାର କାରଣ କଣ ବୋଲି ପ୍ରଧାନମନ୍ତ୍ରୀଙ୍କୁ ପଚାରିଛନ୍ତି ସୋନିଆ। ଏଥିସହ ସେ ଆହୁରି କହିଛନ୍ତି ଯେ, ବିରୋଧୀଙ୍କୁ ମିଳିଥିବା ସୂଚନା ଅନୁସାରେ ଏହି ବିଶେଷ ଅଧିବେଶନ କେବଳ ‘ସରକାରୀ କାର୍ଯ୍ୟକ୍ରମ’ ପାଇଁ ଡକାଯାଇଛି। ସୂଚନା ଅନୁସାରେ, ଅଗଷ୍ଟ ୩୧ରେ ସଂସଦୀୟ ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଏକ ବିଶେଷ ଅଧିବେଶନ ନେଇ ହଠାତ୍ ଘୋଷଣା କରିଥିଲେ। ଆସନ୍ତା ସେପ୍ଟେମ୍ବର ୧୮ରୁ ୨୨ ପର୍ଯ୍ୟନ୍ତ ୫ ଦିନ ଧରି ଅଧିବେଶନ ବସିବ ବୋଲି କହିଥିଲେ।


Post Views: 6

nis-ad
Leave A Reply

Your email address will not be published.