ଆସନ୍ତା ୭ରେ ଇଣ୍ଡୋନେସିଆ ଯିବେ ପ୍ରଧାନମନ୍ତ୍ରୀ ମୋଦି

pm modi

ଇଣ୍ଡୋନେସିଆ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେପ୍ଟେମ୍ବର ୭ରେ ହେବାକୁ ଥିବା ୨୦ତମ ଏସିୟାନ-ଭାରତ ଶିଖର ସମ୍ମିଳନୀ (ASEAN-India Summit 2023) ଏବଂ ୧୮ତମ ପୂର୍ବ ଏସିଆ ଶିଖର ସମ୍ମିଳନୀ ପାଇଁ ଇଣ୍ଡୋନେସିଆର ଜାକର୍ତ୍ତା ଗସ୍ତରେ ଯିବେ ମୋଦି।

ବୈଦେଶିକ ମନ୍ତ୍ରଣାଳୟ ସଚିବ (ଇଷ୍ଟ) କହିଛନ୍ତି କି, ଦିଲ୍ଲୀରେ ଜି-୨୦ ଶିଖର ସମ୍ମିଳନୀ ଆୟୋଜନ ହେବାକୁ ଯାଉଛି। ଏହି କାରଣରୁ ପିଏମ୍‌ ମୋଦିଙ୍କର ଏହା ଏକ ଛୋଟିଆ ଗସ୍ତ ହେବ। କହି ରଖୁଛୁ, ଭାରତର ଅଧ୍ୟକ୍ଷତାରେ ଆସନ୍ତା ୯ ଓ ୧୦ ତାରିଖରେ ଜି-୨୦ ସମ୍ମିଳନୀ ଆୟୋଜନ ହେବ। ଏହି ସମ୍ମିଳନୀ ଦୁଇ ଦିନ ଧରି ଚାଲିବ। ୧୯ଟି ଦେଶରୁ ନେତାମାନେ ଏଠାକୁ ଆସିବେ। ଏଥିପାଇଁ ସମଗ୍ର ଦିଲ୍ଲୀରେ ସୁରକ୍ଷା ବୃଦ୍ଧି କରାଯାଇଛି।

ASEANର ସଦସ୍ୟ ଦେଶ ସଂଖ୍ୟା ହେଉଛି ୧୦। ଏହି ଦେଶଗୁଡ଼ିକ ହେଉଛନ୍ତି, ବ୍ରୁନେଇ, କମ୍ବୋଡିଆ, ଇଣ୍ଡୋନେସିଆ, ଲାଓସ୍‌, ମାଲେସିଆ, ମିଆଁମାର, ଫିଲିପାଇନ୍ସ, ସିଙ୍ଗାପୁର, ଥାଇଲାଣ୍ଡ ଓ ଭିଏତ୍‌ନାମ। ASEANର ସ୍ଥାପନା ୧୯୬୭ ଅଗଷ୍ଟ ୮ରେ ହୋଇଥିଲା।


Post Views: 7

nis-ad
Leave A Reply

Your email address will not be published.