ପୁଣି ଥରେ ଚନ୍ଦ୍ରପୃଷ୍ଠରେ ସଫଳତାର ସହ ଲ୍ୟାଣ୍ଡିଂ କଲା ବିକ୍ରମ, ଇସ୍ରୋ ଦେଲା ସୂଚନା

ce

ଚନ୍ଦ୍ରପଷ୍ଠେରେ ଚନ୍ଦ୍ରଯାନ-୩ ସଫଳ ଲ୍ୟାଣ୍ଡିଂ କରିବା ପରେ ପୁଣି ଥରେ ଚନ୍ଦ୍ରପୃଷ୍ଠରେ ସଫଳତାର ସହ ଲ୍ୟାଣ୍ଡିଂ କଲା ବିକ୍ରମ । ଏହା ମିଶନ ଲକ୍ଷ୍ୟ ସଫଳତାର ସହ ପୂରଣ କରିପାରିଛି। ସଫଳତାର ସହ ହପ୍ ପରୀକ୍ଷଣ କରିଛି। କମାଣ୍ଡ ମିଳିବା ପରେ ବିକ୍ରମ ଇଞ୍ଜିନ ଷ୍ଟାର୍ଟ କରି ଆଶାନୁରୂପ ଭାବେ ୪୦ ସେଣ୍ଟିମିଟର ଉପରକୁ ଉଠି ୩୦ରୁ ୪୦ ସେଣ୍ଟିମିଟର ଦୂରତାରେ ସୁରକ୍ଷିତ ଭାବରେ ଲ୍ୟାଣ୍ଡ କରିଥିଲା।

ଏହି କିକ୍ ଷ୍ଟାର୍ଟ ଭବିଷ୍ୟତରେ ନମୁନା ଫେରାଇ ଆଣିବା ସହ ମାନବ ମିଶନ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ। ବିକ୍ରମର ସମସ୍ତ ବ୍ୟବସ୍ଥା ଠିକ୍ ଭାବରେ କାମ କରୁଛି ଓ ସୁସ୍ଥ ରହିଛି।ଏହା ପୂର୍ବରୁ ଇସ୍ରୋ ଟ୍ଵିଟ୍‌ କରି ସୂଚନା ଦେଇଥିଲା କି, ସଫଳତାର ସହିତ ପ୍ରଥମ ପର୍ଯ୍ୟାୟ କାର୍ଯ୍ୟ ଶେଷ କରିଥିବା ‘ଚନ୍ଦ୍ରଯାନ-୩’ର ‘ରୋଭର୍ ପ୍ରଜ୍ଞାନକୁ ଚନ୍ଦ୍ରପୃଷ୍ଠରେ ନିରାପଦରେ ପାର୍କିଂ କରାଇ ‘ସ୍ଲିପ୍ ମୋଡରେ ରଖାଯାଇଛି । ଆସନ୍ତା ସେପ୍ଟେମ୍ବର ୨୨ରେ ଚନ୍ଦ୍ରରେ ସୂର୍ଯ୍ୟ ଉଦୟ ହେଲେ ରୋଭର ପ୍ରଜ୍ଞାନ ସକ୍ରିୟ ହେବ ।


Post Views: 6

nis-ad
Leave A Reply

Your email address will not be published.