ଏହାର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ ହେବା ପରେ ଏ ସମ୍ପର୍କରେ ଜଣାପଡିଥିଲା । ତେବେ ଉଭୟ ପୀଡିତା ଓ ଅଭିଯୁକ୍ତ ଆଦିବାସୀ ସମାଜର ଅଟନ୍ତି । ଭାଇରାଲ୍ ଭିଡିଓ ଦେଖି ପ୍ରତାପଗଡ ଏସପି, ଡେପୁଟି ଏସପି ଓ ସ୍ଥାନୀୟ ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ । ଉକ୍ତ ଘଟଣାରେ ୭ଜଣଙ୍କୁ ଗିରଫ କରାଯାଇଛି । ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଟ୍ବିଟ୍ କରି ଘଟଣାକୁ ନିନ୍ଦା କରିବା ସହ କହିଛନ୍ତି, ପ୍ରତାପଗଡ ଜିଲ୍ଲାରୁ ମହିଳାଙ୍କୁ ନିବସ୍ତ୍ର କରିବାର ଭିଡିଓ ସାମ୍ନାକୁ ଆସିଛି । ସଭ୍ୟ ସମାଜରେ ଏଭଳି ଅପରାଧିମାନଙ୍କ କୌଣସି ସ୍ଥାନ ନାହିଁ ।
Post Views: 2