କନେଷ୍ଟବଳ ତୋଫାନ କୁମାର ପାତ୍ର ପ୍ରାୟ ଦେଢ଼ ବର୍ଷ ହେବ ତିହିଡ଼ି ଥାନାରେ କାର୍ଯ୍ୟ କରିଆସୁଥିଲେ। ସେ ତାଙ୍କ ସରକାରୀ କ୍ୱାର୍ଟର୍ସରେ ଏକା ରହୁଥିଲେ। ଗତକାଲି ବିଳମ୍ବିତ ରାତିରେ ଡ୍ୟୁଟି ସାରି ନିଜ କ୍ବାର୍ଟର୍ସକୁ ଫେରିଥିଲେ ତୋଫାନ । ତାପରେ ସେ ବେକରେ ଦଉଡ଼ି ଦେଇ ଝୁଲିପଡ଼ିଥିବା କୁହାଯାଉଛି। ତେବେ ଆଜି ସକାଳେ ପଡ଼ୋଶୀ ଲୋକ ଝରକା ବାଟେ ତୋଫାନ ଆତ୍ମହତ୍ୟା କରିଥିବା ଦେଖିବାକୁ ପାଇଥିଲେ। ଏହାପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଝୁଲନ୍ତା ମୃତଦେହକୁ ଉଦ୍ଧାର କରିଥିଲା। ତେବେ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି।
Post Views: 7