ନନ୍ଦନକାନନରେ ଆଖି ବୁଜିଲା ୯ ମାସର ସିଂହ ଶାବକ…

nandan

ବାରଙ୍ଗ: ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଝଟକା  । ଆଖି ବୁଜିଲା ୯ ମାସର ସିଂହ ଶାବକ  ।  ୯ ମାସ ତଳେ ୫ଟି ସିଂହ ଶାବକକୁ ଜନ୍ମ ଦେଇଥିଲା ସିଂହୀ ବିଜଲୀ  । ତେବେ ଗତ କିଛି ଦିନ ହେବ ୫ ସିଂହ ଶାବକ ଅସୁସ୍ଥ ହୋଇପଡିଥିଲେ । ସେଥିମଧ୍ୟରୁ ଆଜି ଏକ ସିଂହ ଶାବକର ମୃତ୍ୟୁ ଘଟିଛି । ବର୍ତ୍ତମାନ ପର୍ଯ୍ୟନ୍ତ  ମୃତ୍ୟୁର କାରଣ ଜଣାପଡିନି । ଆଜି ଓୟୁଏଟିର ଏକ ଟିମ୍ ବ୍ୟବଚ୍ଛେଦ କରିବା ପରେ ମୃତ୍ୟୁର କାରଣ ଜଣାପଡିବ  ।

୨୦୨୨ ନଭେମ୍ବର ୨୨ ତାରିଖରେ ସିଂହୀ ବିଜଲୀ ୫ଟି ଶାବକ ଜନ୍ମ ଦେଇଥିଲା । ମାଆର ସେବା ଯତ୍ନରେ ଶାବକ ମାନେ ଧିରେ ଧିରେ ସୁସ୍ଥ ହେଉଥିଲେ । ହେଲେ ଚଳି ମାସ ଆରମ୍ଭରୁ ସମସ୍ତ ଶାବକଙ୍କର ଦେହ ଅସୁସ୍ଥ ହେବାରେ ଲାଗିଥିଲା । ସମସ୍ତ ଶାବକଙ୍କର ଚିକିତ୍ସା ଚାଲିଥିଲା । ଗତ ୧୭ ତାରିଖରେ ଓୟୁଏଟିର ଏକ ଦୁଇ ଜଣିଆ ମେଡିକାଲ ଟିମ୍  ପ୍ରାଣୀ ଉଦ୍ୟାନ ଗ୍ରସ୍ତ କରି ୫ ଶାବକଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ  । କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ଆଜି ଏକ ଶାବକର ମୃତ୍ୟୁ ଘଟିଛି । ବର୍ତ୍ତମାନ ନନ୍ଦନକାନନରେ ସିଂହ ସଂଖ୍ୟା ୨୨କୁ ହ୍ରାସ ପାଇଛି ।

Post Views: 6

nis-ad
Leave A Reply

Your email address will not be published.