ପ୍ରତିବର୍ଷ ଅଗଷ୍ଟ ୨୩ରେ ପାଳିତ ହେବ ଜାତୀୟ ମହାକାଶ ଦିବସ…

is

ନୂଆଦିଲ୍ଲୀ : ବିଦେଶରୁ ଫେରି ସିଧାସଳଖ ବେଙ୍ଗାଲୁରୁ ଗସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସକାଳ ପ୍ରାୟ  ୭ଟା ୧୫ ମିନିଟରେ ବେଙ୍ଗାଲୁରୁ ସ୍ଥିତ ଇସ୍ରୋ ଟେଲିମେଟ୍ରି ଟ୍ରାକିଂ ଆଣ୍ଡ କମାଣ୍ଡ ନେଟୱାର୍କ ପରିଦର୍ଶନ କରିଛନ୍ତି। ବେଙ୍ଗାଳୁରୁ ସ୍ଥିତ ଇସ୍ରୋ ମୁଖ୍ୟାଳୟରେ ପହଞ୍ଚି ଚନ୍ଦ୍ରଯାନ-୩ ମିଶନରେ ସମ୍ପୃକ୍ତ ଥିବା ବୈଜ୍ଞାନିକଙ୍କୁ ଭେଟି ପ୍ରଶଂସା କରିଛନ୍ତି। ଏଥିସହ ଇସ୍ରୋ ମୁଖ୍ୟ ଏସ୍ ସୋମନାଥଙ୍କୁ ଆଲିଙ୍ଗନ କରି ପିଠି ଥାପୁଡାଇଛନ୍ତି ମୋଦି । ଇସ୍ରୋ ବୈଜ୍ଞାନିକଙ୍କୁ ପ୍ରଶଂସା କରିବା ସହ କହିଛନ୍ତି, ଜୟ ଯବାନ, ଜୟ ବିଜ୍ଞାନ, ଜୟ ଅନୁସନ୍ଧାନ। ସମୟ ଥିଲା ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲବାହାଦୁର ଶାସ୍ତ୍ରୀ ଏକ ଜନସଭାରେ ‘ଜୟ ଯବାନ୍ , ଜୟ କିଶାନ’ ବୋଲି ନାରା ଦେଇଥିଲେ । ହେଲେ ଆଜିକା ଦିନରେ ପ୍ରଧାନମନ୍ତ୍ରୀ ମୋଦି  ଜୟ ବିଜ୍ଞାନ, ଜୟ ଅନୁସନ୍ଧାନ ‘ ବୋଲି ନାରା ଦେଇଛନ୍ତି ।

ବୈଜ୍ଞାନିକଙ୍କୁ ସମ୍ବୋଧନ କରିବା ବେଳେ ଭାବବିହ୍ବଳ ହୋଇପଡିଛନ୍ତି ପ୍ରଧାନମନ୍ତ୍ରୀ । ଏବଂ କହିଛନ୍ତି ଆପଣଙ୍କ ଗ୍ରହଣରେ ଏକ ଭିନ୍ନ ଖୁସି ଅନୁଭବ କରୁଛି । ଦକ୍ଷିଣ ଆଫ୍ରିକାରେ ଥାଇ ବି ମନ ଆପଣ ମାନଙ୍କ ସହ ଥିଲା  ବୋଲି କହିଛନ୍ତି  । ଅଗଷ୍ଟ ୨୩କୁ ଜାତୀୟ ମହାକାଶ ଦିବସ ଭାବେ ପାଳନ କରାଯିବ  । ଇସ୍ରୋ ବୈଂଗ୍ୟାନିକ ଙ୍କୁ ସମ୍ବୋଧନ ଅବସରରେ  ପ୍ରଧାନମନ୍ତ୍ରୀ ଏହି ଘୋଷଣା କରିଛନ୍ତି  । ଏହା ସହ ମୋଦୀ କହିଛନ୍ତି ଚନ୍ଦ୍ରଯାନ-୩ ଲ୍ୟାଣ୍ଡିଂ ପଏଣ୍ଟର ମଧ୍ୟ ନାମକରଣ କରାଯାଇଛି । ଯେଉଁଠାରେ ବିକ୍ରମ ଲ୍ୟାଣ୍ଡର ଅବତରଣ କରିଥିଲା, ସେହି ସ୍ଥାନର ନାଁ ଶିବଶକ୍ତି ରଖାଯାଇଛି । ପ୍ରଧାନମନ୍ତ୍ରୀ କହିଛନ୍ତି ଶିବଙ୍କଠାରେ ମାନବ କଲ୍ୟାଣର ସଂକଳ୍ପ ନିହିତ । ଆଉ ଶକ୍ତିରେ ସଂକଳ୍ପ ପୂରା କରିବାର ସାମର୍ଥ୍ୟ ରହିଥାଏ । ସେହିପରି ଚନ୍ଦ୍ରଯାନ-୨ର ପାଦଚିହ୍ନ ସ୍ଥାନକୁ ମଧ୍ୟ ନାମକରଣ କରିଛନ୍ତି ପ୍ରଧାନମନ୍ତ୍ରୀ । ଏହି ସ୍ଥାନର ନାଁ ତ୍ରିରଙ୍ଗା ରଖାଯିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।

ଚନ୍ଦ୍ରଯାନ-୩ର ଅବତରଣ ବେଳେ ପ୍ରଧାନମନ୍ତ୍ରୀ ମୋଦି ଦକ୍ଷିଣ ଆଫ୍ରିକାର ଜୋହନ୍ସବର୍ଗରେ ଥିଲେ । ଏହି ସମୟରେ ଚନ୍ଦ୍ରପୃଷ୍ଠରେ ସଫ୍ଟ ଲ୍ୟାଣ୍ଡିଂ କରିଥିଲା ଚନ୍ଦ୍ରଯାନ-୩ । ଦକ୍ଷିଣ ମେରୁରେ ସଫଳତାର ସହ ଅବତରଣ କରିଥିଲା ଚନ୍ଦ୍ରଯାନ-୩। ଦକ୍ଷିଣ ମେରୁରେ ସ୍ପେସକ୍ରାଫ୍ଟ ଅବତରଣ କରାଇବାରେ ବିଶ୍ବରେ ପ୍ରଥମ ଦେଶ ହୋଇଛି ଭାରତ । ମହାକାଶ ଗବେଷଣାରେ ନୂଆ ମାଇଲଷ୍ଟୋନ ସ୍ଥାପନ କରିଛି ଇସ୍ରୋ ।


Post Views: 6

nis-ad
Leave A Reply

Your email address will not be published.