ସତ୍ୟେନ୍ଦ୍ର ଜୈନଙ୍କୁ ଆଶ୍ୱସ୍ତି, ସେପ୍ଟେମ୍ବର ୧ ପର୍ଯ୍ୟନ୍ତ ଅନ୍ତରୀଣ ଜାମିନ୍‌ ବଢ଼ାଇଲେ ସୁପ୍ରିମ୍‌କୋର୍ଟ…

satye

ଆମ୍‌ ଆଦମୀ ପାର୍ଟିର ନେତା ସତ୍ୟେନ୍ଦ୍ର ଜୈନଙ୍କୁ ବଡ଼ ଆଶ୍ୱସ୍ତି। ତାଙ୍କ ସ୍ୱାସ୍ଥ୍ୟ ଖରାପ ଆଧାରରେ ସୁପ୍ରିମ୍‌କୋର୍ଟ ଦେଇଥିବା ୬ ସପ୍ତାହର ଅନ୍ତରୀଣ ଜାମିନ୍‌କୁ ଏବେ ସେପ୍ଟେମ୍ବର ୧ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି। ମନି ଲଣ୍ଡରିଂ ମାମଲାରେ କୋର୍ଟ ତାଙ୍କ ଅନ୍ତରୀଣ ଜାମିନ୍‌କୁ ଅଗଷ୍ଟ ୨୫ରୁ ସେପ୍ଟେମ୍ବର ୧କୁ ବଢ଼ାଇଛନ୍ତି। ଇଡି ଏହି ମାମଲାର ତଦନ୍ତ କରୁଛି।

ଜଷ୍ଟିସ୍‌ ଏଏସ୍‌ ବୋପନ୍ନା ଓ ଜଷ୍ଟିସ୍‌ ଏମ୍‌ଏମ୍‌ ସୁନ୍ଦରେଶଙ୍କ ପୀଠ ଜୈନଙ୍କ ମେଡିକାଲ ରିପୋର୍ଟକୁ ଧ୍ୟାନରେ ରଖି ତାଙ୍କୁ ଆଶ୍ୱସ୍ତି ପ୍ରଦାନ କରିଛନ୍ତି। ସର୍ବୋଚ୍ଚ ଅଦାଲତ ଜୁଲାଇ ୨୪ରେ ଦେଇଥିବା ଅନ୍ତରୀଣ ଜାମିନ୍‌ ୫ ସପ୍ତାହ ପାଇଁ ବଢ଼ାଇଥିଲେ।

ଇଡି ତରଫରୁ ଉପସ୍ଥିତ ଅତିରିକ୍ତ ସଲିସିଟର ଜେନେରାଲ୍‌ ଏସ୍‌ଭି ରାଜୁ ଅନ୍ତରୀଣ ଜାମିନ୍‌ ବଢ଼ାଇବାକୁ କଡ଼ା ବିରୋଧ କରିଥିଲେ। ସୁପ୍ରିମ୍‌କୋର୍ଟ ମେ’ ୨୬ରେ ଜୈନଙ୍କୁ ମେଡିକାଲ ଆଧାରରେ ୬ ସପ୍ତାହର ଅନ୍ତରୀଣ ଜାମିନ୍‌ ଦେଇଥିଲେ।

କୋର୍ଟ କହିଥିଲେ ଯେ ଜଣେ ନାଗରିକର ନିଜ ଖର୍ଚ୍ଚରେ ଘରୋଇ ହସ୍ପିଟାଲରେ ପସନ୍ଦ ଅନୁସାରେ ଚିକିତ୍ସା କରାଇବାର ଅଧିକାର ରହିଛି। ଇଡି ସତ୍ୟେନ୍ଦ୍ର ଜୈନଙ୍କୁ ୪ କମ୍ପାନୀ ଜରିଆରେ ମନି ଲଣ୍ଡରିଂ ଅଭିଯୋଗରେ ଗତବର୍ଷ ମେ’ ୩୦ରେ ଗିରଫ କରିଥିଲା।

କହି ରଖୁଛୁ, ତିହାର ଜେଲରେ ମୁଣ୍ଡ ବୁଲାଇବା କାରଣରୁ ସତ୍ୟେନ୍ଦ୍ର ଜୈନ ଶୌଚାଳୟରେ ପଡ଼ିଯାଇଥିଲେ ଏବଂ ଏହାପରେ ତାଙ୍କୁ ଏକ ସରକାରୀ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ଏହା ପୂର୍ବରୁ ମଧ୍ୟ ସେ ଥରେ ଶୌଚାଳୟରେ ପଡ଼ିଯାଇଥିଲେ ଏବଂ ତାଙ୍କ ମେରୁଦଣ୍ଡ ହାଡ଼ରେ ଗଭୀର ଆଘାତ ଲାଗିଥିଲା।


Post Views: 6

nis-ad
Leave A Reply

Your email address will not be published.