ପାଣ୍ଡିଆନଙ୍କ ଗସ୍ତକୁ ନେଇ ବିଜେପି ନେତାଙ୍କୁ ଉଠାଇ ନେଲା ପୋଲିସ, ପ୍ରଦୀପ ପାଣିଗ୍ରାହୀଙ୍କୁ ଅଟକାଇଲେ ବିଜେଡି କର୍ମୀ…
ଅନ୍ୟପକ୍ଷେ ୫ଟି ସଚିବଙ୍କ ଗଞ୍ଜାମ ଗସ୍ତକୁ ନେଇ ବିଜେପି ପକ୍ଷରୁ ମଧ୍ୟ କଡା ବିରୋଧ କରାଯାଇଛି । ଜିଲ୍ଲାରେ ଶିଳ୍ପ ପ୍ରତିଷ୍ଠା ନ ହେବା, ଦାଦନ ଖଟିବାକୁ ଲୋକେ ବାହାର ରାଜ୍ୟକୁ ଯିବା, ମେଡିକାଲରେ ଡାକ୍ତର ଅଭାବ ଭଳି ୧୧ଟି ପ୍ରସଙ୍ଗଙ୍କୁ ନେଇ ରାଜ୍ୟ ସରକାରଙ୍କୁ ବିଜେପି ଟାର୍ଗେଟ କରିଥିବାବେଳେ ୫ଟି ସଚିବଙ୍କ ୨ କିମି ରାସ୍ତାକୁ ହେଲିକପ୍ଟରରେ ଯିବା ଘଟଣାକୁ ନେଇ ବର୍ଷିଛି ବିଜେପି । ତେବେ କିଛି ଅଘଟଣ ଆଶଙ୍କାରେ ପୋଲିସ ୫ଟି ସଚିବଙ୍କ ଗଞ୍ଜାମ ଗସ୍ତ ପୂର୍ବରୁ ବିଜେପି ନେତା ତଥା ବିଜେପିର ସାଂଗଠନିକ ଜିଲ୍ଲା ଘୁମୁସରର ଯୁବ ମୋର୍ଚ୍ଚା ସଂପାଦକ ଆଲୋକ ଶତପଥୀଙ୍କୁ ଉଠାଇ ନେଇଛି । ଆଲୋକ ବେଗୁନିଆପଡ଼ାରେ ଛିଡ଼ା ହୋଇଥିବା ବେଳେ ଉଠାଇ ନେଇଛି ପୋଲିସ ।
୫ଟି ସଚିବଙ୍କ ଗସ୍ତକୁ ନେଇ ଜୋରଦାର ବିରୋଧଭାସ ଦେଖିବାକୁ ମିଳିଛି ଗଞ୍ଜାମରେ । ସଭାସ୍ଥଳଠାରୁ ଆରମ୍ଭ କରି ରାସ୍ତାକଡ ପର୍ଯ୍ୟନ୍ତ ପାଣ୍ଡିଆନ ବିରୋଧୀ ସ୍ଲୋଗାନମାନ ଲେଖାଯାଇଥିବା ଦେଖା ଯାଇଛି । ବିରୋଧ ସତ୍ତ୍ୱେ ପାଣ୍ଡିଆନ ଗଞ୍ଜାମରେ ପହଞ୍ଚି କବିସୂର୍ଯ୍ୟ ନଗରରେ ତାଙ୍କର କାର୍ଯ୍ୟକ୍ରମ ଆରମ୍ଭ କରି ଦେଇଛନ୍ତି । ମିଳିଥିବା ଶେଷ ସୂଚନା ଅନୁସାରେ ପ୍ରଦୀପ ପାଣିଗ୍ରାହୀଙ୍କୁ କନିଷିଠାରେ ବିଜେଡି କର୍ମୀମାନେ ବିରୋଧ କରିଥିବା ଦେଖିବାକୁ ମିଳିଛି ।
Post Views: 6