ଡିଆଇଜି ପତ୍ନୀଙ୍କ ନିର୍ଯାତନା ସହି ନ ପାରି ହୋମଗାର୍ଡଙ୍କ ଆତ୍ମହତ୍ୟା ଉଦ୍ୟମ; ସଫେଇ ଦେଲେ ଡିଆଇଜି…

home

ଭୁବନେଶ୍ୱର:ବଢିଲା ଡିଆଇଜିଙ୍କ ଅଡୁଆ । ଆତ୍ମହତ୍ୟା ଉଦ୍ୟମ କରିଥିବା ମହିଳା ହୋମଗାର୍ଡଙ୍କ ବୟାନ ଡିଆଇଜିକୁ ବିବାଦ ଭିତରେ ଫସାଇ ଦେଇଛି । ଅବଶ୍ୟ ହୋମଗାର୍ଡଙ୍କ ଏପରି ଅଭିଯୋଗକୁ ଡିଆଇଜି ଖଣ୍ଡନ କରିଛନ୍ତି । ଏପରି ଅଭିଯୋଗ ଭୁଲ । ତାଙ୍କ କୌଣସି ନିର୍ଯାତନା ଦେଇ ନାହାନ୍ତି ବରଂ ତାଙ୍କୁ ପରିବାର ପରି ଦେଖୁଥିଲୁ ବୋଲି କହିଛନ୍ତି । ତଥାପି ଡିଆଇଜିଙ୍କ ପତ୍ନୀ ମହିଳା  ହୋମଗାର୍ଡକୁ ଦେଇଥିବା ନିର୍ଯାତନକୁ ନେଇ ବିଭିନ୍ନ ମହଲରୁ ତାଙ୍କୁ ନିନ୍ଦା କରାଯାଉଛି । ଏପଟେ ଜାତୀୟ ମାନବାଧିକାର କମିଶନରେ ଏହି ମାମଲାକୁ ନେଇ କେସ ଡାଏରୀ ରୁଜୁ ହୋଇଛି ।   ।

ଅନୁଗୋଳ ଜିଲ୍ଲା ରାଶୀଗୋଡାର ସୌରୀନ୍ଦ୍ରୀ ସାହୁ ଆତ୍ମହତ୍ୟା ଉଦ୍ୟମ କରି ଟ୍ରେନ ଲାଇନରେ ଶୋଇ ପଡିଥିଲେ । ଅବଶ୍ୟ ସେ ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଥିଲେ । ହେଲେ ତାଙ୍କର ଦୁଇ ଗୋଡ କଟି ଯାଇଥିଲା । ଏହାପରେ ସେ ହୋମଗାର୍ଡ ଡିଜିଙ୍କୁ ଚିଠି ଲେଖି ନିଜର ଦୁଃଖ ଜଣାଇଛନ୍ତି । ସେ ଚିଠିରେ ଲେଖିଛନ୍ତି ଯେ, ସେ ଗତ ୧୯ ବର୍ଷ ଧରି ହୋମଗାର୍ଡ ଭାବେ କାମ କରୁଛନ୍ତି । ସାତମାସ ତଳେ ତାଙ୍କୁ ଡିଆଇଜି  ପାହ୍ୟାର ଅଧିକାରୀ ବ୍ରିଜେଶ କୁମାର ରାଏଙ୍କ ଘରୋଇ କାମରେ ଘରୋଇ ସହାୟକଭାବେ କାମ କରୁଥିଲେ । ହେଲେ ସେଠାରେ ଡିଆଇଜିଙ୍କ ପତ୍ନୀ ତାଙ୍କୁ ନିର୍ଯାତନା ଦେଉଥିବା ସେ ଅଭିଯୋଗ କରିଥିଲେ

ହୋମଗାର୍ଡ ଜଣକ ଚିଠିରେ ଲେଖିଛନ୍ତି, ସେ ଘରର ସବୁ କାମ କରୁଥିଲେ । ହେଲେ ସାମାନ୍ୟ ଭୁଲ ହେଲେ ଡିଆଇଜିଙ୍କ ପତ୍ନୀ ତାଙ୍କୁ ଖୁବ ନିର୍ଯାତନା ଦେଉଥିଲେ । ମାଡ ମାରିବା ସହ ତାଙ୍କୁ ଚାକିରୀରୁ ବାହାର କରିଦେବାକୁ ଧମକ ଦେଉଥିଲେ । ଗତ ୪ ତାରିଖ ତାଙ୍କୁ ଗଳା ଧକ୍କା ଦେଇ ବାହାର କରି ଦେଇଥିବା ସେ ଚିଠିରେ ଉଲ୍ଲେଖ କରିଛନ୍ତି । ଏହାପରେ ଅପମାନିତ ହୋଇ ତଥା ଚାକିରୀ ଚାଲିଯିବା ଭୟରେ ସେ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ହେଲେ ଟ୍ରେନ ଲାଇନରୁ ଜୀବନ ଫେରି ପାଇଲେ ସିନା ଦୁଇଗୋଡ ସବୁଦିନ ପାଇଁ ହରାଇ ବସିଲେ ।

ଏପଟେ ଗଣମାଧ୍ୟମକୁ ବୟାନ ଦେଇ ନିଜ ପତ୍ନୀଙ୍କ ଦୋଷ ଘୋଡାଇବାକୁ ଚେଷ୍ଟା କରୁଛନ୍ତି ଡିଆଇଜି ବ୍ରିଜେଶ ରାଏ । ସେ ପାଲଟା ହୋମଗାର୍ଡଙ୍କୁ ଦୋଷ ଦେଇ କହିଛନ୍ତି, କୌଣସି ପ୍ରକାରର ନିର୍ଯ୍ୟାତନା ଦିଆଯାଇନଥିଲା ଆମେ ତାଙ୍କୁ ନିଜର ପରିବାର ଭଳି ଭାବୁଥିଲୁ ।  ସେ କେବେବି କୌଣସି ପ୍ରକରର ସମସ୍ୟା ନେଇ ମୋ ପାଖରେ କିମ୍ବା ତାଙ୍କ ହୋମଗାର୍ଡ କାମାଣ୍ଡାଣ୍ଟ, ଆରଆଇ ପାଖରେ ଅଭିଯୋଗ କରି ନାହାନ୍ତି । ବରଂ ତାଙ୍କ ବ୍ୟକ୍ତିଗତ ଜୀବନରେ ଅଶାନ୍ତି ଥିଲା । ସେ ସବୁବେଳେ ଅନ୍ୟମନସ୍କ ରହୁଥିଲେ । ତାଙ୍କ ବଡ ଝିଅର ସ୍ୱାସ୍ଥ୍ୟଗତ ସମସ୍ୟା ନେଇ ଚିନ୍ତାରେ ରହୁଥିଲେ । ତାଙ୍କ ଭଉଣୀଙ୍କ ପୁଅର ମୃତ୍ୟୁକୁ ନେଇ ମଧ୍ୟ ଚିନ୍ତା ଓ ଦୁଃଖରେ ଥିଲେ । ତାଙ୍କୁ ଅନ୍ୟତ୍ର କାମ କରିବା ପାଇଁ ମଧ୍ୟ କୁହାଯାଉଥିଲା । ସେ ଏପରି ନିଷ୍ପତ୍ତି କାହିଁକି ନେଲେ କେଜାଣି ? ତାଙ୍କୁ କେହି ଉସକାଇ ଏପରି କରିଥିବା ସେ ଅଭିଯୋଗ କରିଛନ୍ତି ।

Post Views: 6

nis-ad
Leave A Reply

Your email address will not be published.