ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଭେଟିଲେ ରଜନୀକାନ୍ତ…

yog

ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଭେଟିଛନ୍ତି ସାଉଥ୍‌ ସୁପରଷ୍ଟାର ରଜନୀକାନ୍ତ। ୟୁପିର ଲକ୍ଷ୍ନୌରେ ପତ୍ନୀ ଲତା ରଜନୀକାନ୍ତଙ୍କ ସହ ପହଞ୍ଚିଥିଲେ ‘ଥଲାଇଭି’। ବର୍ତ୍ତମାନ ରଜନୀକାନ୍ତଙ୍କ ଫିଲ୍ମ ‘ଜେଲର୍‌’ ବକ୍ସ ଅଫିସରେ ଜବରଦସ୍ତ ଆୟ କରୁଛି। ଯେବେଠାରୁ ଏହା ରିଲିଜ୍‌ ହୋଇଛି, ସେବେଠୁ ଦର୍ଶକଙ୍କଠାରୁ ଭଲ ରେସ୍‌ପନ୍ସ ମିଳୁଛି। ଏହାରି ଭିତରେ ରଜନୀକାନ୍ତ ଚାରିଧାମ ଯାତ୍ରା ଏବଂ ୟୁପି ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ଲାଗି ଗସ୍ତରେ ବାହାରିଛନ୍ତି।

ରଜନୀକାନ୍ତ ରବିବାର ବଦ୍ରୀନାଥଙ୍କୁ ଦର୍ଶନ କରିବା ପରେ ସିଧା ଲକ୍ଷ୍ନୌରେ ପହଞ୍ଚିଥିଲେ। ସେଠାରେ ସେ ପ୍ରଥମେ ଡେପୁଟି ସିଏମ୍‌ କେଶବ ପ୍ରସାଦ ମୌର୍ଯ୍ୟଙ୍କୁ ଭେଟିଥିଲେ। ଏହି ସମୟରେ ସୁପରଷ୍ଟାର୍‌ଙ୍କ ଫିଲ୍ମ ‘ଜେଲର୍‌’ର ସ୍ପେଶାଲ ସ୍କ୍ରିନିଂ ରଖାଯାଇଥିଲା। ଦ୍ୱିପ୍ରହର ୧ଟା ୩୦ରେ ଦୁହେଁ ଏକାଠି ବସି ଫିଲ୍ମ ଦେଖିଥିଲେ। ଲକ୍ଷ୍ନୌର ଫୋନିକ୍ସ ପ୍ଲାସିୟୋର ଆଇନକ୍ସ ମେଗାପ୍ଲେକ୍ସରେ ଫିଲ୍ମ ସ୍କ୍ରିନିଂ ହୋଇଥିଲା।

ଏହାପରେ ରଜନୀକାନ୍ତ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଭେଟିବା ପାଇଁ ତାଙ୍କ ବାସଭବନରେ ପହଞ୍ଚିଥିଲେ। ସୋସିଆଲ ମିଡିଆରେ ସାମ୍ନାକୁ ଆସିଥିବା ଭିଡିଓରେ ରଜନୀକାନ୍ତ ଗାଡ଼ିରୁ ଓହ୍ଲାଇ ସିଏମ୍‌ଙ୍କ ପାଦ ଛୁଉଁଥିବା ଦେଖିବାକୁ ମିଳୁଛି।

ସିଏମ୍‌ ଯୋଗୀ ଫୁଲତୋଡ଼ା ଦେଇ ରଜନୀକାନ୍ତଙ୍କୁ ସ୍ୱାଗତ କରିଥିଲେ ଏବଂ ଘର ଭିତରକୁ ସମ୍ପୂର୍ଣ୍ଣ ଆଦରର ସହିତ ପାଛୋଟି ନେଇଥିଲେ। ଏହି ସମୟରେ ଉଭୟଙ୍କ ମଧ୍ୟରେ କିଛି ବାର୍ତ୍ତାଳାପ ହୋଇଥିଲା। ସିଏମ୍‌ ରଜନୀକାନ୍ତଙ୍କୁ ଏକ ପୁସ୍ତକ ଓ ଶୋପିସ୍‌ ଉପହାର ଦେଇଥିଲେ। ପତ୍ନୀ ଲତା ଓ ରଜନୀକାନ୍ତ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ସହିତ ଫଟୋ ମଧ୍ୟ ଉଠାଇଥିଲେ।


Post Views: 6

nis-ad
Leave A Reply

Your email address will not be published.