ପ୍ରେମ ପାଇଁ ଦକ୍ଷିଣ କୋରିଆରୁ ଭାରତ ଚାଲିଆସିଲେ ଯୁବତୀ…

mar

ପାକିସ୍ତାନର ସୀମା ଏବଂ ଭାରତ ଅଞ୍ଜୁ ପରେ ଏବେ ଆଉ ଜଣେ ଦକ୍ଷିଣ କୋରିଆ ଯୁବତୀ ଏବେ ଚର୍ଚ୍ଚାରେ । ଯୁବତୀ ଜଣକ ଦକ୍ଷିଣ କୋରିଆରୁ ଆସି ଉତ୍ତରପ୍ରଦେଶର ପ୍ରେମିକଙ୍କୁ ବିବାହ କରିଛନ୍ତି । ଦକ୍ଷିଣ କୋରିଆ ନିବାସୀ ୩୦ ବର୍ଷୀୟ କିମ ବୋହ ଉତ୍ତରପ୍ରଦେଶର ଶାହାଜାହାନପୁର ଜିଲ୍ଲା ଅନ୍ତର୍ଗତ ପୁୱାୟାଁସ୍ଥିତ ଗୁରୁଦ୍ବାର ନାନକ ବାଗରେ ପ୍ରେମିକ ସୁଖଜିତ ସିଂଙ୍କୁ ବିବାହ କରିଛନ୍ତି । ବିବାହରେ ବର-କନ୍ୟାଙ୍କ ପକ୍ଷରୁ ସଂପର୍କୀୟ ଉପସ୍ଥିତ ଥିଲେ । ଦୁହେଁ ୬ ବର୍ଷ ହେଲାଣି ସଂପର୍କରେ ରହିଥିଲେ ।

ସୁଖଜିତ୍ ସିଂହ ଦକ୍ଷିଣ କୋରିଆର ବୁସେନ୍ରେ ଗୋଟାଏ କଫି ଦୋକାନର ବିଲ୍‌ କାଉଣ୍ଟରରେ କାମ କରୁଥିବା ବେଳେ ଦକ୍ଷିଣ କୋରିଆ ଯୁବତୀ କିମଙ୍କ ସହିତ ସାକ୍ଷାତ ହୋଇଥିଲା । ସେଠାରେ ଦୁହିଁଙ୍କ ଭିତରେ ନିବିଡ଼ତା ବଢିଥିଲା । ଆଉ ଦୁହେଁ ଦୁହିଁଙ୍କୁ ଭଲପାଇବସିଥିଲେ । ସୁଖଜିତ କିମଙ୍କ ସହିତ କଥା ହେବା ପାଇଁ ମାତ୍ର ଅଳ୍ପ କିଛି ମାସରେ କୋରିଆ ଭାଷା ମଧ୍ୟ ଶିଖିଯାଇଥିଲେ । ଆଉ ଏକାଠି ୬ ବର୍ଷ ରହିବା ପରେ ଦୁହିଁଙ୍କ ପରିବାର ସମ୍ମତିକ୍ରମେ ବିବାହ ପାଇଁ ନିଷ୍ପତ୍ତି ନେଇଥିଲୁ । ଦୁହେଁ ୧୮ ଅଗଷ୍ଟରେ ହିନ୍ଦୁ ରୀତିନୀତିରେ ବିବାହ କରିଥିଲେ ।

ଭାରତରେ ରହିବା ପାଇଁ କିମ୍ ବୋହ୍ ନି ୫ ବର୍ଷ ପାଇଁ ଭିସା ପାଇଛନ୍ତି। ଭାରତର ସଂସ୍କୃତି ଏବଂ ରୀତିନୀତି କିମଙ୍କୁ ବହୁତ ପସନ୍ଦ । ୩ ମାସ ପାଇଁ ଭାରତକୁ ଆସିଛନ୍ତି କିମ୍‌ । ଏହାପରେ ସେ ଦକ୍ଷିଣ କୋରିଆ ଫେରିଯିବେ । ପୁଣିଥରେ ପରେ ଭାରତ ଫେରିବା ପରେ ପତ୍ନୀଙ୍କ ସହିତ ସୁଖଜିତ ଦକ୍ଷିଣ କୋରିଆ ଫେରିଯିବେ ।


Post Views: 6

nis-ad
Leave A Reply

Your email address will not be published.