ଚନ୍ଦ୍ରରେ ଲ୍ୟାଣ୍ଡ ହେବା ପୂର୍ବରୁ କ୍ରାସ ହେଲା ଲୁନା-୨୫

luna

ମସ୍କୋ: ଅନ୍ତରୀକ୍ଷକୁ ପଠାଯାଇଥିବା ଋଷର ମିଶନ ମୁନକୁ ବଡ ଝଟକା ଲାଗିଛି । ଚନ୍ଦ୍ରର ପୃଷ୍ଠ ସହିତ ଧକ୍କା ହୋଇ ବିଫଳ ହୋଇଛି ଲୁନା-୨୫। ରୁଷ୍‌ ୫୦ ବର୍ଷ ପରେ ଦ୍ୱିତୀୟ ଥର ମୁନ୍‌ ମିଶନ ଲଞ୍ଚ୍‌ କରିଥିଲା। ଅଧିକାରୀଙ୍କ ସୂଚନା ଅନୁସାରେ ଋଷର ଅନ୍ତରୀକ୍ଷ ଯାନ ଅନିୟନ୍ତ୍ରିତ କକ୍ଷରେ ବୁଲିବା ପରେ ଚନ୍ଦ୍ରମା ସହ ଧକ୍କା ହୋଇ କ୍ରାସ ହୋଇଯାଇଛି । ଅଗଷ୍ଟ ୨୧ରେ ଏହା ଚନ୍ଦ୍ରର ପୃଷ୍ଠରେ ଅବତରଣ କରିବାର ଥିଲା। କିନ୍ତୁ ବର୍ତ୍ତମାନ ରୋସ୍କୋସ୍ମୋସ୍‌ ଅନୁସାରେ, ଲୁନା-୨୫ ଚନ୍ଦ୍ର ସହିତ ଧକ୍କା ହୋଇଯିବାରୁ ମିଶନ ଫେଲ୍‌ ମାରିଛି। ଲ୍ୟାଣ୍ଡିଂର କିଛି ସମୟ ପୂର୍ବରୁ କ୍ରାସ୍‌ ହୋଇଛି ଲୁନା-୨୫।

ଅଗଷ୍ଟ ୧୧ରେ ରୁଷ୍‌ ଲୁନ୍‌-୨୫କୁ ଲଞ୍ଚ୍‌ କରିଥିଲା। ଏହା ପୂର୍ବରୁ ଖବର ଆସିଥିଲା କି ଋଷର ମୁନ ମିଶନ ଲୁନା ୨୫ ଲ୍ୟାଣ୍ଡିଂ ପୂର୍ବରୁ ଟେକ୍ନିକାଲ ଖରାପ ହୋଇଥିଲା । ଅଗଷ୍ଟ ୨୧ରେ ଏହା ସଫ୍ଟ ଲ୍ୟାଣ୍ଡିଂ ହେବାର ଥିଲା । ଏହି ସ୍ପେସ୍କ୍ରାପ୍ଟ ଅବତରଣ କରିବା ପୂର୍ବରୁ ଜରୁରୀକାଳିନ ସ୍ଥିତିର ସମ୍ମୁଖୀନ ହୋଇଥିବା ଜଣାପଡିଛି । ଏନେଇ ରୁଷିଆ ମହାକାଶ ଗବେଷଣା ସଂସ୍ଥା ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଥିଲା  । ମସ୍କୋ ଟାଇମ ଅନୁସାରେ ରାତି ୨ଟା ୧୦ ମିନିଟରେ ସ୍ପେସକ୍ରାପ୍ଟର କାର୍ଯ୍ୟ କରିବାରେ ବାଧା ସୃଷ୍ଟି ହୋଇଥିଲା । ଲୁନା-୨୫ ପ୍ରି-ଲ୍ୟାଣ୍ଡିଂ ଅରବିଟକୁ ସ୍ଥାନାନ୍ତର ହେବାକୁ ସଂକେତ ଦେଇଥିଲା । କିନ୍ତୁ ଏହି ସମୟରେ ସ୍ୱୟଂଚାଳିତ ଷ୍ଟେସନରେ ଏମରଜେନ୍ସି ସ୍ଥିତି ଦେଖାଦେଇଥିଲା  ।

Post Views: 6

nis-ad
Leave A Reply

Your email address will not be published.