କର୍ଣ୍ଣାଟକ: DRDO ର ଏକ ତାପସ ଡ୍ରୋନ କର୍ଣ୍ଣାଟକର ଚିତ୍ରଦୁର୍ଗ ନିକଟ ଏକ ଗାଁରେ କ୍ରାସ ହୋଇଛି । ଟ୍ରାଏଲ ସମୟରେ ଡ୍ରୋସ କ୍ରାସ୍ ହୋଇଥିବା ସୂଚନା ମିଳିଛି । ଡିଆରଡିଓ ଦ୍ୱାରା ଡେଭଲପ କରାଯାଉଥିବା ଏହି ତାପସ ଡ୍ରୋନ ଦୁର୍ଘଟଣା ନେଇ ଡିଆରଡିଓ ପକ୍ଷରୁ ସୂଚନା ଦିଆଯାଇଛି ।
ଡିଆରଡିଓ ରକ୍ଷା ମନ୍ତ୍ରଣାଳୟକୁ ଦୁର୍ଘଟଣା ବିଷୟରେ ସୂଚନା ଦେବା ସହିତ ଏହା ପଛର କାରଣ ବିଷୟରେ ଯାଞ୍ଚ କରାଯାଉଛି ବୋଲି କହିଛନ୍ତି । ଡ୍ରୋନ ଗ୍ରାମାଞ୍ଚଳରେ ଦୁର୍ଘଟଣା ହେବା ବିଷୟରେ ସୂଚନା ମିଳିବା ପରେ ଗ୍ରାମବାସୀ ଦୁର୍ଘଟଣା ସ୍ଥଳକୁ ଦୌଡି ଯାଇଥିଲେ ।
ଆକାଶରେ ଗତିବିଧିକୁ ତଦାରଖ କରିବା ପାଇଁ ଏହାକୁ ନିର୍ମାଣ କରାଯାଇ ଟ୍ରାଏଲ କରାଯାଉଥିଲା । ଟେକ୍ନିକାଲ ଏୟାରବର୍ନ ବିୟଣ୍ଡ ହେରାଇଜନ-୨୦୧ ବା ତାପସ ବିଏଚ-୨୦୧ ଅଧିକ ସମୟ ପର୍ଯ୍ୟନ୍ତ ରହୁପାରୁଥିବା ଡ୍ରୋନ ।
Post Views: 6