କୁନି ଝିଅ ସମସ୍ୟା ବଖାଣିବା ପରେ ପଦୁଗୁଡ଼ା ଗାଁ ପହଞ୍ଚିଲା ଦଶମନ୍ତପୁର ବ୍ଲକ୍ ପ୍ରଶାସନ

kuni

କୋରାପୁଟ: ସଫଳ ହେଲା କୁନି ଝିଅର ନିଆରା ଢଙ୍ଗରେ କରିଥିବା ଅଭିଯୋଗ। କୁନିଝିଅ ନିଜ ଅଞ୍ଚଳର ସମସ୍ୟା ବଖାଣିବା ପରେ ପଦୁଗୁଡ଼ା ଗାଁରେ ପହଞ୍ଚିଛି ଦଶମନ୍ତପୁର ବ୍ଲକ୍ ପ୍ରଶାସନ। ଆଦିବାସୀ ଅଧ୍ୟୁଷିତ କୋରାପୁଟ ଜିଲ୍ଲାର ଦଶମନ୍ତପୁର ଅଞ୍ଚଳବାସୀଙ୍କ ସମସ୍ୟାକୁ ଅଗଷ୍ଟ ୧୫ ତାରିଖ ସ୍ୱାଧୀନତା ଦିବସ ପାଳନ ଅବସରରେ ଅଭିନୟ ମାଧ୍ୟମରେ ଏକ ନିଆରା ଢଙ୍ଗରେ ଉପସ୍ଥାପନ କରିଥିଲେ ଜଣେ କୁନି ଝିଅ। ତାଙ୍କର ଏହି କୁଶଳୀ ଉପସ୍ଥାପନା ପ୍ରଶାସନକୁ ଦୋହଲାଇ ଦେଇଛି।

ଆଜି ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ କ୍ରମେ ଦଶମନ୍ତପୁର ବିଡିଓ, ସହକାରୀ ଯନ୍ତ୍ରୀ, ଜଳ ପରିବହନ ମିଶନ ବିଭାଗର କନିଷ୍ଠ ଯନ୍ତ୍ରୀ, ଶିକ୍ଷା ବିଭାଗ, ପ୍ରାଣୀ ବିଭାଗ କର୍ମଚୀରୀ, ଯୋଗାଣ ସହୟକ ପ୍ରମୁଖ ଗାଁରେ ପହଞ୍ଚି ପଦୁଗୁଡ଼ା ଗାଁର ସ୍ଥିତି ପରଖିଛନ୍ତି। ଗାଁର ସମସ୍ୟା ନେଇ ଗ୍ରାମବାସୀଙ୍କ ସହ ଆଲୋଚନ କରିଛନ୍ତି ଏହି ଦଳ। ଗାଁର ମୌଳିକ ସମସ୍ୟାର କିପରି ସମାଧାନ ହେବ ତାହା ଜିଲ୍ଲାପାଳଙ୍କୁ ଜଣାଇବେ ବୋଲି ବିଡିଓ ଗ୍ରାମବାସୀଙ୍କୁ ପ୍ରତିଶୃତି ଦେଇଛନ୍ତି।

ସୂଚନା ଥାଉକି ସ୍ୱାଧୀନତା ଦିବସରେ ଗାଁ ସମସ୍ୟାକୁ ନେଇ ଆଦିବାସୀ ଭାଷାରେ ମନ୍ତ୍ରୀଙ୍କ ଆଗରେ ବେଦନା ବଖାଣିଥିଲେ କୋରାପୁଟର ଚାରି ବର୍ଷର କୁନି ଛାତ୍ରୀ ସୋନାଲି ଦାସ। ଅଭିନୟ ମାଧ୍ୟମରେ ଦଶମନ୍ତପୁର ବ୍ଲକ୍ ଲୁଲା ପଞ୍ଚାୟତ ପଦୁଗୁଡା ଗାଁର ବାସ୍ତବ ଚିତ୍ରକୁ କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଓ ଜିଲ୍ଲାପାଳ ମହମ୍ମଦ ଅବଦୁଲ୍ ଅଖତରଙ୍କ ଆଗରେ ରଖିଥିଲେ। ଯାହାର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି।


Post Views: 6

nis-ad
Leave A Reply

Your email address will not be published.