ରିକ୍ଟର ସ୍କେଲରେ ତୀବ୍ରତା ୬.୩ ରେକର୍ଡ…

ଦିଲ୍ଲୀ: ଶକ୍ତିଶାଳୀ ଭୂକମ୍ପରେ ଥରିଲା କଲମ୍ବିଆ ମାଟି  । କଲମ୍ବିଆ ରାଜଧାନୀ ବଗୋଟାରେ ଭୂମିକମ୍ପ ଅନୁଭୂତ ହୋଇଛି  । ରିକ୍ଟର ସ୍କେଲରେ ଯାହାର ତୀବ୍ରତା ୬.୩ ରେକର୍ଡ କରାଯାଇଛି  । ଗତକାଲି ରାତି ୧୨ ଟା ସମୟରେ ଭୂମିକମ୍ପ ହୋଇଥିଲା  । ଫଳରେ ଲୋକେ ଭୟଭୀତ ହୋଇ ଘରୁ ବାହାରକୁ ପଳାଇଆସିଥିଲେ  । ଭୂମିକମ୍ପରେ କୌଣସି କ୍ଷତିକ୍ଷତି ଘଟିଥିବାର ସୂଚନା ମିଳିନାହିଁ  ।

କଲମ୍ବିଆ ଜିଓଲଜିକାଲ ସର୍ଭେ ଅନୁଯାୟୀ ଭୂମିକମ୍ପର ତୀବ୍ରତା ୬.୧ ଥିବାବେଳେ ୟୁଏସ ଜିଓଲଜିକାଲ ସର୍ଭେ ରିପୋର୍ଟରେ ୬.୩ ତୀବ୍ରତା ରେକର୍ଡ ହୋଇଛି । ଭୂମିକମ୍ପର କେନ୍ଦ୍ରସ୍ଥଳୀ ବଗୋଟାରୁ ଦକ୍ଷିଣରେ ୪୦ କିଲୋମିଟର ଦୂର ଇଏଲ କାଲଭରିଓ ସହରରେ ରହିଛି  । ତେବେ ଏହି ଭୂମିକମ୍ପ ପରେ ଲଗାତାର ଆଉ ଦୁଇ ଭୂକମ୍ପ ଅନୁଭୂତ ହୋଇଥିବା ସୂଚନା ମିଳିଛି  । ଯାହାର ତୀବ୍ରତା ଯଥାକ୍ରମେ ୫.୬ ଓ ୪.୮ ରେକର୍ଡ ହୋଇଛି  । ସେପଟେ ବଗୋଟା ମେୟର ଲୋକଙ୍କୁ ଭୟଭୀତ ନହେବାକୁ ପରାମର୍ଶ ଦେଇଛନ୍ତି  ।

nis-ad
Leave A Reply

Your email address will not be published.