ବଡ଼ବେତରା ଗ୍ରାମପଞ୍ଚାୟତରେ ୭୭ତମ ସ୍ବାଧୀନତା ଦିବସ ପାଳନ ଓ ବୃକ୍ଷରୋପଣ

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ବ୍ଲକ ଅର୍ନ୍ତଗତ ବଡବେତରା ଗ୍ରାମ ପଞ୍ଚାୟତରେ ୭୭ ତମ ସ୍ବାଧୀନତା ଦିବସ ପାଳନ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ଏହି ଉପଲକ୍ଷେ ସ୍ବାଧୀନତା ଦିବସ ଦିନ ସକାଳେ ପ୍ରଥମେ ପଞ୍ଚାୟତ କାର୍ଯ୍ୟାଳୟରେ ପତାକା ଉତ୍ତୋଳନ କରାଯାଇଥିଲା | ପରେ କାର୍ଯ୍ୟାଳୟସ୍ଥିତ ସଭାଗୃହରେ ଅନୁଷ୍ଠିତ ଏକ ସାଧାରଣସଭାରେ ସଭାପତିତ୍ବ କରିଥିଲେ ପଞ୍ଚାୟତର ସରପଞ୍ଚ ସଂଯୁକ୍ତା ମହାପାତ୍ର | ମୁଖ୍ୟ ଅତିଥିଭାବେ ଯୋଗଦେଇଥିଲେ ବିଶିଷ୍ଟ ଶିକ୍ଷାବିତ୍ ଓ ସମାଜେସବୀ ବାସୁଦେବ ଦାସ | ସମ୍ମାନିତ ଅତିଥିଭାବେ ଯୋଗଦେଇଥିଲେ ଶିକ୍ଷାବିତ୍ ବିଦ୍ୟୁତ ପ୍ରସାଦ ଦାସ, ଶରତଚନ୍ଦ୍ର ବେହୁରା, ସମାଜସେବୀ ନଗେନ୍ଦ୍ର ମହାପାତ୍ର, ବନବିହାରୀ ରାଉତରାୟ, ପରିକ୍ଷିତ ମନ୍ତ୍ରୀ ପ୍ରମୁଖ |

୭୭ବର୍ଷର ସ୍ବାଧିନତା ଦିବସ ପାଳନ ଅବସରରେ ଜନସାଧାରଣ ଦେଶର ବହୁକଷ୍ଟଲବ୍ଧ ସ୍ବାଧୀନତାର ସୁରକ୍ଷା ଲାଗି କଣ କରିବା ଆବଶ୍ୟକ ତାହା ଉପରେ ଅତିଥିମାନେ ଆଲୋକପାତ କରିବା ସହିତ ପଞ୍ଚାୟତର ବିଭିନ୍ନ ସମସ୍ୟା ଉପରେ ମଧ୍ୟ ଆଲୋଚନା କରିଥିଲେ | ସଭାପତି ତଥା ସରପଞ୍ଚ ସଂଯୁକ୍ତା ମହାପାତ୍ର ତାଙ୍କର ଦୁଇବର୍ଷର ଉପଲବ୍ଧି ବର୍ଣ୍ଣନା କରିବା ସହିତ ପଞ୍ଚାୟତର ଉନ୍ନତି ଲାଗି ସମସ୍ତଙ୍କ ସହଯୋଗ କାମନା କରିଥିଲେ | ଏହି ଅବସରରେ ପଞ୍ଚାୟତର ବିଭିନ୍ନ ବିଦ୍ୟାଳୟରେ ପଞ୍ଚାୟତ ତରଫରୁ ଅନୁଷ୍ଠିତ ବକ୍ତୃତା ପ୍ରତିଯୋଗିତାର ସର୍ବଶ୍ରେଷ୍ଠ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା | ଏଥିସହିତ ପଞ୍ଚାୟତ କାର୍ଯ୍ୟାଳୟରେ ଅନୁଷ୍ଠିତ ଜୀବନବିନ୍ଦୁ ରକ୍ତଦାନ କାର୍ଯ୍ୟକ୍ରମରେ ରକ୍ତଦାତାମାନଙ୍କୁ ମଧ୍ୟ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା | ଶେଷରେ ଅତିଥିମାନଙ୍କ ଦ୍ବାରା ବଡ଼ବେତରା ପଞ୍ଚାୟତର ବଡ଼ବେତରା ଗ୍ରାମସ୍ଥିତ ମହାପ୍ରଭୁ ଜଟେଶ୍ବରଙ୍କ ମନ୍ଦିର ପୁଷ୍କରିଣୀନିକଟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା | ସମଗ୍ର କାର୍ଯ୍ୟକ୍ରମକୁ ସରପଞ୍ଚ ପ୍ରତିନିଧି କିଶୋର ମହାପାତ୍ର ପରିଚାଳନା କରିଥିଲେ |

nis-ad
Leave A Reply

Your email address will not be published.