ଆସନ୍ତାବର୍ଷ ଫେବ୍ରୁଆରୀ ୧୪ରେ ପ୍ଲସ ଟୁ ପରୀକ୍ଷା, ମାର୍ଚ୍ଚ ୧୩ ଯାଏ ଚାଲିବ…

ଭୁବନେଶ୍ୱର:  ଆସନ୍ତାବର୍ଷ ଫେବୃୟାରୀ ୧୪ତାରିଖରୁ ଆରମ୍ଭ ହେବ ଯୁକ୍ତ ଦୁଇ ବାର୍ଷିକ ପରୀକ୍ଷା  । ଉଭୟ କଳା,ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ପରୀକ୍ଷା ୨୦୨୪  ଫେବୃଆରୀ  ୧ ୪ ତାରିଖରୁ ଆରମ୍ଭ ହେବ । ଏହା  ମାର୍ଚ୍ଚ ୧୩ତାରିଖ ପର୍ଯ୍ୟନ୍ତ ଚାଲିବ ।  ଏନେଇ ଆଜି  ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବାର୍ଷିକ କ୍ୟାଲେଣ୍ଡର ଜାରି କରାଯାଇ ସୂଚନା ଦିଆଯାଇଛି

 ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ  ବା ସିଏଚ୍‌ଏସ୍‌ଇ ସୂଚନା ଅନୁଯାୟୀ,  ଏପ୍ରିଲ ଶେଷ କିମ୍ବା ମେ’ ମାସ ପ୍ରଥମ ସପ୍ତାହରେ ପରୀକ୍ଷା ଫଳ ପ୍ରକାଶ ପାଇବ। ବୋର୍ଡ ପରୀକ୍ଷା ପାଇଁ ଆସନ୍ତା ନଭେମ୍ବର ୧୦ରୁ ୨୫ ମଧ୍ୟରେ ଫର୍ମ ଫିଲଅପ୍‌ କରାଯିବ । ସେହିପରି ଏକ୍ସରେଗୁଲାର ଛାତ୍ରଛାତ୍ରୀମାନେ ଚଳିତବର୍ଷ ସେପ୍ଟେମ୍ବର ୧୫ରୁ ୩୦ମଧ୍ୟରେ ଫର୍ମ ଫିଲଅପ୍ କରିବେ । ଉଭୟ ରେଗୁଲାର ଓ ଏକ୍ସରେଗୁଲାର ଛାତ୍ରଛାତ୍ରୀଙ୍କ ଫର୍ମ ଫିଲଅପ୍ ଦସ୍ତାବିଜ ନଭେମ୍ବର ୨୭ରୁ ୩୦ତାରିଖ ମଧ୍ୟରେ ପରିଷଦରେ ଦାଖଲ କରାଯିବ।ପରିଷଦ ପ୍ରଥମଥର ପାଇଁ ପ୍ରାୟ ୬ମାସ ପୂର୍ବରୁ ଫର୍ମ ଫିଲଅପଠୁ ଆରମ୍ଭ କରି ପରୀକ୍ଷା ଓ ଫଳ ପ୍ରକାଶନ ସଂକ୍ରାନ୍ତରେ ସୂଚନା ଦେଇଛି ।

ସେହିପରି ଜାନୁଆରି ପ୍ରଥମ ସପ୍ତାହରେ ପ୍ରାକ୍ଟିକାଲ ପରୀକ୍ଷା ହେବ ବୋଲି ସିଏଚଏସ୍‌ ପକ୍ଷରୁ ବୁଧବାର ପ୍ରକାଶିତ ଏକାଡେମିକ କ୍ୟାଲେଣ୍ଡରରେ ଉଲ୍ଲେଖ ରହିଛି। ବାର୍ଷିକ ପରୀକ୍ଷା ନିମନ୍ତେ ଅନଲାଇନରେ ଡିସେମ୍ବର ୨୫ତାରିଖରେ ଆଡମିଟ୍ କାର୍ଡ ଇସ୍ୟୁ କରାଯିବ ।   ।

ସୂଚନାଯୋଗ୍ୟ, ଯୁକ୍ତ ଦୁଇ ଶିକ୍ଷାନୁଷ୍ଠାନଗୁଡ଼ିକରେ ପରିଷଦ ପକ୍ଷରୁ ସେପ୍ଟେମ୍ବରରୁ ଡିସେମ୍ବର ମାସ ମଧ୍ୟରେ ବିଭିନ୍ନ ପ୍ରକାରର କ୍ରୀଡ଼ା ଓ ଖେଳ କାର୍ଯ୍ୟକ୍ରମ ଶେଷ କରାଯିବ ।

nis-ad
Leave A Reply

Your email address will not be published.