ପ୍ରଧାନମନ୍ତ୍ରୀ ଗତି ଶକ୍ତି ଜାତୀୟ ମାଷ୍ଟର ପ୍ଲାନ୍ ମଲଟି ମୋଡାଲ କନେକ୍ଟିଭିଟି ଅନ୍ତର୍ଗତ କେନ୍ଦ୍ର ସରକାର ଏହି ପ୍ରକଳ୍ପ କାର୍ଯ୍ୟ କରିବେ । ଏହି ପ୍ରକଳ୍ପଗୁଡ଼ିକ ୧୦୦ପ୍ରତିଶତ କେନ୍ଦ୍ର ସରକାରଙ୍କ ପାଣ୍ଠିରେ ଖର୍ଚ୍ଚ ହେବ । ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସାମ୍ବାଦିକମାନଙ୍କୁ ସୂଚନା ଦେଇ କହିଛନ୍ତି ଯେ, ଏସବୁ ପ୍ରକଳ୍ପ ଭାରତୀୟ ରେଳବାଇର ଆଧୁନିକୀକରଣରେ ସହାୟକ ହେବ । ଏହି ୭ଟି ପ୍ରକଳ୍ପ ଦେଶର ୯ଟି ରାଜ୍ୟ ଯଥା-ୟୁପି, ବିହାର, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ର, ବିହାର, ଗୁଜୁରାଟ, ଓଡ଼ିଶା, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗର ୩୪ଟି ଜିଲ୍ଲାରେ ରେଳମାର୍ଗ ନିର୍ମାଣ କରିବ । ଏହି ପ୍ରକଳ୍ପ ନିର୍ମାଣରେ ୭.୦୬କୋଟି ମାନବ ଦିବସ ସୃଷ୍ଟି ହେବ ବୋଲି ସେ କହିଛନ୍ତି ।
ସୂଚନାଯୋଗ୍ୟ, ପ୍ରାୟ ୨୨.୩୬କିମି ଦୀର୍ଘ ବିଶିଷ୍ଟ ନିର୍ଗୁଣ୍ଡି ଜଙ୍କସନରୁ ବାରଙ୍ଗ ରେଳ ଜଙ୍କସନ ମଧ୍ୟରେ ତୃତୀୟ ରେଳମାର୍ଗ ନିର୍ମାଣ ଏବଂ ପ୍ରାୟ ୩୬୩କିମି ଦୀର୍ଘ ଖୋର୍ଦ୍ଧା ରୋଡ-ବିଜୟନଗରମ୍ ତୃତୀୟ ରେଳମାର୍ଗ ନିର୍ମାଣ ପାଇଁ ଦୀର୍ଘଦିନ ଧରି ଦାବି ହୋଇ ଆସୁଥିଲା ।