ମଧ୍ୟମ ବର୍ଗଙ୍କ ପାଇଁ ନୂଆ ଯୋଜନା ଘୋଷଣା କଲେ ପ୍ରଧାନମନ୍ତ୍ରୀ; ବିଶ୍ୱକର୍ମା ଜୟନ୍ତୀରୁ ହେବ କାର୍ଯ୍ୟକାରୀ

ନୂଆଦିଲ୍ଲୀ:ଆଜି ସାରା ଦେଶ ପାଳୁଛି ସ୍ୱାଧୀନତା ଦିବସ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟମବର୍ଗଙ୍କ ପାଇଁ ଆଉ ଏକ ନୂଆ ଯୋଜନାର ଘୋଷଣା କରିଛନ୍ତି ।  ଏହି ଯୋଜନାରେ ବଣିଆ, ତନ୍ତୀ, ବାରିକ ପରି କାମ କରୁଥିବା ବର୍ଗର ଲୋକଙ୍କ ପାଇଁ ନୂଆ ଯୋଜନାର ଷୋଷଣା କରିଛନ୍ତି । ବିଶ୍ୱକର୍ମା ଜୟନ୍ତୀରେ ଏହି ଯୋଜନା କାର୍ଯକାରୀ ହେବ  । ଏହି ଯୋଜନାର ନାଁ ରହିଛି ବିଶ୍ୱକର୍ମା ଯୋଜନା ରଖାଯାଇଛି । ଏହି ଯୋଜନାର ଆରମ୍ଭରେ ୧୩ରୁ ୧୫ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯିବ।

ଆସନ୍ତା ୫ ବର୍ଷ ପାଇଁ ପ୍ରଧାନମନ୍ତ୍ରୀ ଗ୍ୟାରେଣ୍ଟି ଦେଇ କହିଥିଲେ, ଏହି ସମୟ ଭିତରେ ଦେଶକୁ  ତୃତୀୟ ଅର୍ଥ ଶକ୍ତି ଭାବେ ଉଭା କରିବାକୁ ଲକ୍ଷ୍ୟ  ରଖିଛନ୍ତି । ପ୍ରାୟ   ୧୩. ୫  କୋଟି ମଧ୍ୟବିତ୍ତ ପରିବାର ଏବେ ଗରିବିରୁ  ମୁକ୍ତି ପାଇଛନ୍ତି । ଗାଁର ଶକ୍ତି ବଢିଲେ ସହରର ଆର୍ଥିକ ଶକ୍ତି ମଧ୍ୟ ଦ୍ରୁତ ଗତିରେ ବଢିବ ବୋଲି ମୋଦୀ କହିଛନ୍ତି ।

ତେବେ ସରକାର ଆସନ୍ତା ମାସରେ ପାରିମ୍ପରିକ କୁଶଳୀ ଲୋକଙ୍କ ପାଇଁ୧୩ ହଜାରରୁ ୧୫ ହଜାର କୋଟି ଟଙ୍କା ଆବଣ୍ଟନ କରି ଏହି ବିଶ୍ୱକର୍ମା ଯୋଜନାର ଆରମ୍ଭ କରିବେ ।

nis-ad
Leave A Reply

Your email address will not be published.