Browsing Category

ବିଦେଶ

ଜଣେ କରୋନା ସଂକ୍ରମିତ ହେବାରୁ ୩ ଲକ୍ଷ ଲୋକଙ୍କୁ ଲକଡାଉନରେ ରଖିଲା ଚୀନ

ବେଜିଂ : ଚୀନରେ ପୁଣି କରୋନା ସଂକ୍ରମଣ ବଢିଚାଲିଛି । ଏହାର ମୁକାବିଲା ପାଇଁ ଚୀନ ସରକାର ଅତି କଠୋର କଟକଣା ଲାଗୁ କରୁଛନ୍ତି । ଏପରିକି ଗୋଟିଏ ସହରରେ ଜଣେ ଲୋକ ସଂକ୍ରମିତ ହୋଇଥିବା ଚିହ୍ନଟ ହେବା ପରେ ସମଗ୍ର ସହରକୁ ଲକଡାଉନ କରିଦିଆଯାଇଛି ।ଚୀନର ଏହି ସହରଟି ହେଉଛି ହେନାନ ପ୍ରଦେଶରେ ଥିବା…

ଇସ୍ତଫା ଦେଲେ ଶ୍ରୀଲଙ୍କା ରାଷ୍ଟ୍ରପତି, ୨୦ରେ ନିର୍ବାଚନ

କଲମ୍ବୋ: ଇସ୍ତଫା ଦେଲେ ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷ। ସେ ଆଜି ନିଜ ଇସ୍ତଫା ପତ୍ର ଲିଖିତ ଭାବେ ବାଚସ୍ପତିଙ୍କୁ ନିକଟକୁ ପଠାଇଛନ୍ତି। ଆସନ୍ତାକାଲି ବାଚସ୍ପତି ସାର୍ବଜନିନ ରୂପେ ଏନେଇ ଘୋଷଣା କରିବେ। ଏହି ଇସ୍ତଫା ପରଠାରୁ ଶ୍ରୀଲଙ୍କା ଉପରୁ ରାଜପକ୍ଷ ପରିବାରର ଶାସନ…

ଶାନ୍ତି ରକ୍ଷା କରିବାକୁ ବିକ୍ଷୋଭକାରୀଙ୍କୁ ଅପିଲ କଲେ ଶ୍ରୀଲଙ୍କା ସେନା ମୁଖ୍ୟ

କଲମ୍ବୋ: ଶ୍ରୀଲଙ୍କାରେ ସରକାରଙ୍କ ବିରୋଧରେ ଲୋକଙ୍କ ପ୍ରଦର୍ଶନ ଜାରି ରହିଛି। ଦେଶର ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷ ଏବଂ ପ୍ରଧାନମନ୍ତ୍ରୀ ରାନିଲେ ବିକ୍ରମସିଂଘେଙ୍କ ଇସ୍ତଫା ଘୋଷଣା ପରେ ମଧ୍ୟ ଏହି ଉତ୍ତେଜନା ବନ୍ଦ ହୋଇନାହିଁ। ବିକ୍ଷୋଭକାରୀମାନେ ରାଷ୍ଟ୍ରପତି ଭବନକୁ ଏଯାଏଁ କବଜା କରି…

ବାର୍‌ ଭିତରେ ଆଖିବୁଜା ଗୁଳିମାଡ଼, ୧୪ ମୃତ

କେପ୍‌ଟାଉନ୍‌: ବାର୍‌ ଭିତରେ ପୁଣି ଫୁଟିଲା ଗୁଳି। ଜୋହାନ୍ସବର୍ଗ ବାର୍‌ ଭିତରେ ଆଖିବୁଜା ଗୁଳିମାଡ। ଏଥିରେ ୧୪ ଜଣଙ୍କ ମୃତ୍ୟୁ ହୋଇଛି। ଦକ୍ଷିଣ ଆଫ୍ରିକାର ସୋବେଟା ଟାଉନ୍‌ସିପ୍‌ରେ ଏହି ଘଟଣା ଘଟିଛି। ଏନେଇ ପୁଲିସ ସୂଚନା ଦେଇଛି।ସୂଚନା ମୁତାବକ, ବିଳମ୍ବିତ ରାତିରେ ଏହି ଗୁଳିକାଣ୍ଡ ଘଟିଛି।…

ଶ୍ରୀଲଙ୍କା ଅବସ୍ଥା ସାଂଘାତିକ : ଦେଶଛାଡ଼ି ପଳାୟନ କରିବାକୁ ବାଧ୍ୟହେଲେ ରାଷ୍ଟ୍ରପତି, ଇସ୍ତଫା ଦେବାକୁ ରାଜି ହେଲେ…

ନୂଆଦିଲ୍ଲୀ: ଜଳୁଛି ଶ୍ରୀଲଙ୍କା। ଗତ କିଛି ମାସ ଧରି ଶ୍ରୀଲଙ୍କାର ଆର୍ଥିକ ଅବସ୍ଥା ଶୋଚନୀୟ ସ୍ଥିତିକୁ ଚାଲି ଆସିଥିବା ବେଳେ ଋଣ ବୋଝରେ ଦିନକୁ ଦିନ ତଳକୁ ଦବିବାରେ ଲାଗିଛି ଶ୍ରୀଲଙ୍କା। କିଛି ମାସ ହେଲାଣି ଦେଶରେ ଇନ୍ଧନ ଅଭାବ ସହ ସ୍କୁଲ ବନ୍ଦ ହେବା ଓ ଅଫିସ କାମ ଘରୁ ଆରମ୍ଭ ହେବା ପରେ…

ଭାରତୀୟ ବଂଶୋଦ୍ଭବ ଋଷି ସୁନାକ ବ୍ରିଟେନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହୋଇପାରନ୍ତି !

ନୂଆଦିଲ୍ଲୀ: ବୋରିସ୍ ଜନସନ ବ୍ରିଟେନର ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବା ପାଇଁ ରାଜି ହୋଇଛନ୍ତି। ହେଲେ ବୋରିସ୍ ଜନସନଙ୍କ ଇସ୍ତଫା ପରେ ବ୍ରିଟେନର ନୂତନ ପ୍ରଧାନମନ୍ତ୍ରୀ କିଏ ହେବେ? ଏହା ବିଷୟରେ ଏବେ ଆଲୋଚନା ଆରମ୍ଭ ହୋଇଛି। ଏ ମଧ୍ୟ‌ରେ ଭାରତୀୟ ବଂଶୋଦ୍ଭବ ଋଷି ସୁନାକ ବ୍ରିଟେନର…

ଇନ୍ଧନ ସଙ୍କଟ ଯୋଗୁ ଶ୍ରୀଲଙ୍କାରେ ବନ୍ଦ ହେଲା ସବୁ ସ୍କୁଲ

କଲମ୍ବୋ: ସାଂଘାତିକ ତୈଳ ସଙ୍କଟକୁ ଦୃଷ୍ଟିରେ ରଖି ଆଜି ଠାରୁ ଶ୍ରୀଲଙ୍କାରେ ସମସ୍ତ ସରକାରୀ ଓ ଘରୋଇ ସ୍କୁଲକୁ ବନ୍ଦ କରି ଦିଆଯାଇଛି। ଏ ସମ୍ପର୍କରେ ଶ୍ରୀଲଙ୍କାର ଶିକ୍ଷାମନ୍ତ୍ରୀ ଘୋଷଣା କରିଛନ୍ତି। ଜୁଲାଇ ୪ରୁ ସପ୍ତାହ ଧରି ସମସ୍ତ ସ୍କୁଲ ବନ୍ଦ ରହିବ ବୋଲି ସେ କହିଛନ୍ତି। ଏହାପୂର୍ବରୁ…

ଏଲନ ମସ୍କଙ୍କ ସମେତ ୫୦୦ ଧନୀଙ୍କ ସମ୍ପତ୍ତି ୧.୪ ଟ୍ରିଲୟନ ଡଲାର ଖସିଲା

ୱାଶିଂଟନ: ଚଳିତ ବର୍ଷର ପ୍ରଥମ ୬ ମାସରେ ବ୍ୟାପକ କ୍ଷତି ସହିଛନ୍ତି ବିଶ୍ୱର ଅଧିକାଂଶ ଧନୀ ବ୍ୟକ୍ତି। ମହାମାରୀ କରୋନାର ପ୍ରକୋପ ହ୍ରାସ ପାଇଥିଲେ ମଧ୍ୟ ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ଏଲନ ମସ୍କଙ୍କ ଠାରୁ ଆରମ୍ଭ କରି ଜେଫ ବେଜୋସ ଓ ଅନ୍ୟ ଧନୀ ବ୍ୟକ୍ତିମାନଙ୍କ ସମ୍ପତ୍ତି ହଠାତ୍ ହ୍ରାସ…

ଜାପାନୀ କମ୍ପାନି ଉଦ୍ଭାବନ କଲା ବନ୍ୟା ପ୍ରତିରୋଧକ ଭାସମାନ ଘର

ନୂଆଦିଲ୍ଲୀ: ‘ଇଚିଜୋ କୋମୁତେନ୍‌’ ନାମରେ ଗୋଟାଏ ଗୃହ ନିର୍ମାଣକାରୀ ଜାପାନୀ କମ୍ପାନି ବନ୍ୟାଉପଦ୍ରୁତ ଦେଶମାନଙ୍କରେ ସଙ୍କଟ ଦୂର ହେଲା ପରି ବନ୍ୟା ପ୍ରତିରୋଧକ ଭାସମାନ ବାସଗୃହ ଉଦ୍ଭାବନ କରିଛନ୍ତି।ଜଳ ନିରୋଧକ ହୋଇଥିବାରୁ ଉକ୍ତ ଘରର ଢାଞ୍ଚା ଅନନ୍ୟ ଏବଂ ଜଳପତ୍ତନ ବୃଦ୍ଧି ପାଇବା…

ରାଷ୍ଟ୍ରପତି ବାଇଡେନଙ୍କ ପତ୍ନୀ ଓ ଝିଅଙ୍କ ଉପରେ ବ୍ୟାନ ଲଗାଇଲା ରୁଷ

ମସ୍କୋ: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ପତ୍ନୀ ଓ ଝିଅଙ୍କ ସମେତ ୨୫ ଜଣ ଆମେରିକୀୟ ନାଗରିକଙ୍କ ଉପରେ ବ୍ୟାନ ଲଗାଇଛି ରୁଷ। ବ୍ୟାନ ଲାଗିବାର ଅର୍ଥ ଏମାନେ ରୁଷରେ ପ୍ରବେଶ କରିପାରିବେ ନାହିଁ। ପୂର୍ବରୁ ରୁଷ ରାଷ୍ଟ୍ରପତି ବାଇଡେନଙ୍କ ଉପରେ ମଧ୍ୟ ସମାନ କଟକଣା ଲଗାଇଥିଲା।ରୁଷର ବୈଦେଶିକ…