ରାଗିଗଲେ, ଓକିଲଙ୍କୁ ଉଚ୍ଚ ସ୍ୱରରେ କଥା ନ କହିବାକୁ ତାଗିଦ କଲେ ସିଜେଆଇ

କୋଲକାତା ଦୁଷ୍କର୍ମ ଓ ହତ୍ୟା ଘଟଣାର ଶୁଣାଣି ବେଳେ ଜଣେ ଓକିଲଙ୍କ ଉପରେ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼। ନିକଟରେ ବିଜେପିରେ ମିଶିଥିବା ଓକିଲ ଜଣଙ୍କ ଉଚ୍ଚ ସ୍ୱରରେ ବାରମ୍ବାର ଶୁଣାଣିରେ ହସ୍ତକ୍ଷେପ କରିବାରୁ ତାଙ୍କ ଉପରେ ଚିଢ଼ି ଯାଇଛନ୍ତି

ଏସସିବି ମେଡିକାଲକୁ ବଡ଼ ସଫଳତା, ସଫଳ ହେଲା ଦ୍ୱିତୀୟ ଯକୃତ ପ୍ରତିରୋପଣ

କଟକ : ଏସସିବି ମେଡିକାଲ କଲେଜ ହସ୍ପିଟାଲରେ ଆଜି (ସୋମବାର ) ଦ୍ଵିତୀୟ ଯକୃତ ପ୍ରତିରୋପଣ ସଫଳ ହୋଇଛି । ନୟାଗଡ ଅଂଚଳର ୩୯ ବର୍ଷୀୟ ମାନସ ମୁଦୁଲିଙ୍କ ଶରୀରରେ ଅସ୍ତ୍ରୋପଚାର କରାଯାଇ ଯକୃତ ପ୍ରତିରୋପଣ କରାଯାଇଛି । ତାଙ୍କ ପତ୍ନୀ ଛବି ମଲ୍ଲିକ ଯକୃତ ଦାନ କରିଛନ୍ତି । ଏସସିବି ମେଡିକାଲର

ମାଲକାନଗିରି ସ୍ଥିତି ପାଇଁ ୨ ଅଧିକାରୀଙ୍କୁ ଦାୟିତ୍ବ

ମାଲକାନଗିରି: ମାଲକାନଗିରି ସ୍ଥିତି ପାଇଁ ୨ ବରିଷ୍ଠ ଅଫିସରଙ୍କୁ ଦାୟିତ୍ବ l ଆଇପିଏସ ସୁଧାଂଶୁ ଷଡ଼ଙ୍ଗୀ ଓ ଆଇଏଏସ ବିଷ୍ଣୁପଦ ସେଠୀଙ୍କୁ ମିଳିଲା ଦାୟିତ୍ବ l ଲଘୁଚାପଜନିତ ବର୍ଷାରେ ବେହାଲ ମାଲକାନଗିରିର ସ୍ଥିତି ଉପରେ ନଜର ରଖିବାକୁ ଏହି ୨ ଅଧିକାରୀଙ୍କୁ ଦାୟିତ୍ବ ଦେଇଛନ୍ତି ରାଜ୍ୟ ସରକାର l

ହରିୟାଣାରେ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କଲା ଆପ୍‌

ହରିୟାଣାରେ କଂଗ୍ରେସ ସହ ମେଣ୍ଟ କରି ବିଧାନସଭା ନିର୍ବାଚନ ଲଢ଼ିବାକୁ ଚାହୁଁଥିବା ଆପ୍‌ ଆଜି ବଡ଼ ପଦକ୍ଷେପ ନେଇଛି। କଂଗ୍ରେସ ସହ ହରିୟାଣା ପାଇଁ ସିଟ ଶେୟାରିଂ ଫର୍ମୁଲା ନ ଛିଡ଼ିବାରୁ ଆଜି ଆପ୍‌ ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ ୨୦ଟି ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଛି।

ଯୁକ୍ତ ୨ ପରୀକ୍ଷା ପ୍ରସ୍ତୁତି: ନଭେମ୍ବର ୧୫ ସୁଦ୍ଧା ସିସିଟିଭି ଲଗେଇବାକୁ ନିର୍ଦ୍ଦେଶ

ଭୁବନେଶ୍ୱର: ଆସନ୍ତା ନଭେମ୍ବର ୧୫ ସୁଦ୍ଧା ସବୁ ଯୁକ୍ତ ୨ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲଗେଇବାକୁ ନିର୍ଦ୍ଦେଶ। ପୂର୍ବରୁ ପରୀକ୍ଷା କେନ୍ଦ୍ର ଗୁଡ଼ିକରେ ଲାଗିଥିବା ସିସିଟିଭି ସବୁ କିଭଳି କାର୍ଯ୍ୟକ୍ଷମ ହେଉଛି ତା ରିପୋର୍ଟ ବି ଦେବାକୁ ସମସ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷଙ୍କୁ

ଅଭିଷେକ ବାନାର୍ଜୀଙ୍କ ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ

ତୃଣମୂଳ କଂଗ୍ରେସ ସାଂସଦ ତଥା ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ଅଭିଷେକ ବାନାର୍ଜୀଙ୍କୁ ଲାଗିଛି ବଡ଼ ଝଟକା। ପଶ୍ଚିମ ବଙ୍ଗରେ ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ମନି ଲଣ୍ଡରିଂ ଦିଗରେ ଖୋଳତାଡ଼ କରୁଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ଜାରି ସମନ

ଗଣେଶ ଭସାଣି ବେଳେ ଅଘଟଣ, ନଦୀରେ ବୁଡି ଛାତ୍ର ମୃତ

ଜଗତସିଂହପୁର : ଗଣେଶ ଭସାଣି ବେଳେ ଅଘଟଣ । ଗଣେଶ ଭସାଣି ପାଇଁ ବୃଦ୍ଧା ନଦୀକୁ ଯାଇଥିବା ବେଳେ ଘଟିଛି ଅଘଟଣ । ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣଙ୍କୁ ଜିଲ୍ଲା ମୁଖ୍ୟ ଚିକତ୍ସାଳୟ ରେ ଭର୍ତ୍ତି କରାଯାଇଛି । ସୂଚନା ଅନୁଯାୟୀ, ତିର୍ତ୍ତୋଲ କ୍ୟାରିୟର ଫୋକସ ରେ ଛାତ୍ର

ବନ୍ଦ ଘର ଭିତରୁ ମିଳିଲା ଅଧ୍ୟାପିକାଙ୍କ ମୃତଦେହ

କଟକ: ବନ୍ଦ ଘର ଭିତରୁ ମିଳିଲା ଅଧ୍ୟାପିକାଙ୍କ ମୃତଦେହ l ସିଡିଏ ସେକ୍ଟର-୯ ସ୍ଥିତ ଭଡ଼ା ଘରୁ ଅଧ୍ୟାପିକାଙ୍କ ମୃତଦେହ ଉଦ୍ଧାର l କଟକ ସ୍ଥିତ ଜାତୀୟ ଆଇନ ବିଶ୍ବବିଦ୍ୟାଳୟରେ କାର୍ଯ୍ୟରତ ଥିଲେ ମୃତ ଅଧ୍ୟାପିକା ଅନନ୍ୟା ଚକ୍ରବର୍ତ୍ତୀ l ସେ ପଶ୍ଚିମବଙ୍ଗ ବାସିନ୍ଧା ହୋଇଥିବା ସୂଚନା ମିଳିଛି l

ଭାରତରେ ମଙ୍କିପକ୍ସ ଆକ୍ରାନ୍ତ, ସନ୍ଦିଗ୍ଧ ଯୁବକଙ୍କ ରିପୋର୍ଟ ପଜିଟିଭ୍‌

ଭାରତରେ ପ୍ରବେଶ କରିଛି ମକ୍ସିପକ୍ସ ଭୂତାଣୁ। ଜଣେ ଯୁବକ ଏହି ଭୂତାଣୁରେ ସଂକ୍ରମିତ ହୋଇଛନ୍ତି। ଯୁବକ ଜଣଙ୍କ ମକ୍ସିପକ୍ସ ଚିହ୍ନଟ ହୋଇଥିବା ପଶ୍ଚିମ ଆଫ୍ରିକା ଦେଶରୁ ଆସିଥିଲେ। ସେ ମକ୍ସିପକ୍ସରେ ଆକ୍ରାନ୍ତ ଥିବା ପୂର୍ବରୁ ସନ୍ଦେହ କରାଯାଉଥିଲା। ତାଙ୍କୁ ଏକାନ୍ତବାସରେ ରଖାଯିବା ସହ ତାଙ୍କ

ବାହ୍ୟ ଜଗତରୁ ମାଲକାନଗିରି ବିଛିନ୍ନ, ଭାଙ୍ଗିଲା ପିଲିଗାଡା ବ୍ରିଜ

ମାଲକାନଗିରି : ବାହ୍ୟ ଜଗତରୁ ମାଲକାନଗିରି ବିଛିନ୍ନ । ଭାଙ୍ଗିଲା ପିଲିଗାଡା ବ୍ରିଜ । ଆନ୍ଧ୍ର ,ତେଲେଙ୍ଗାନା ଏବଂ ଓଡିଶା ମଧ୍ୟରେ ଯୋଗାଯୋଗ ବିଛିନ୍ନ । ଦୁଇ ଦିନ ଧରି ଲାଗି ରହିଥିବା ବର୍ଷାରେ ଭାଙ୍ଗିଲା ପିଲିଗଡା ଠାରେ ଥିବା ବ୍ରିଜ ।  ଓଡିଶାରୁ ଆନ୍ଧ୍ର କୁ ଯୋଗାଯୋଗ କରୁଥିବା ପିଲିଗଡା