ଆନନ୍ଦ ଉଲ୍ଲାସର ସହିତ ପ୍ରଫେଟ ମହମ୍ମଦଙ୍କ ଜନ୍ମ ଦିବସ, ଇଦ ମିଲାଦୁନ ନବୀ ପାଳନ

ବୀରମିତ୍ରପୁର : ସୁନ୍ଦରଗଡ଼ ଜିଲ୍ଲାର କୁଆଁରମୁଣ୍ଡା ବ୍ଲକ ଅନ୍ତର୍ଗତ ବୀରମିତ୍ରପୁର, କୁଆଁରମୁଣ୍ଡା ଓ ରାଏବଗା ଅଞ୍ଚଳରେ ଆଜି ମହମ୍ମଦଙ୍କ ଜନ୍ମ ଦିବସ ପାଳିତ ହୋଇଯାଇଛି ! ମୁସଲିମ ସମ୍ପ୍ରଦାୟର ଲୋକ ମାନେ ମହମ୍ମଦ ଜୟନ୍ତୀ ପର୍ବରେ ଧୁମ ଧାମରେ ଆନନ୍ଦ ଉଲ୍ଲାସ ସହିତ ପାଳନ କରିଥାନ୍ତି !

ରାସ୍ତାରେ ବେପରୁଆ ଗାଡ଼ିଚାଳନାର ଭିଡିଓ ଭାଇରାଲ ହେବା ପରେ ୫ ଗିରଫ, ୨ କାର ଜବତ

ରାଜଧାନୀରେ ବେପରୁଆ ଗାଡ଼ିଚାଳନା ଘଟଣାରେ କମିଶନରେଟ ପୁଲିସ ୫ ଜଣଙ୍କୁ ଗିରଫ କରିଥିବା ବେଳେ ୨ଟି ଗାଡ଼ି ଜବତ କରିଛି। ଭୁବନେଶ୍ୱରର ଜନପଥରେ ଟ୍ରାଫିକ ନିୟମକୁ ଉଲ୍ଲଂଘନ କରି ବେପରୁଆ ଭାବେ ଗାଡି ଚାଳନା କରିଥିଲେ ଏହି ଅଭିଯୁକ୍ତମାନେ। ସେମାନଙ୍କର ଆଉ କିଛି ସାଥୀ ମଧ୍ୟ ଅଛନ୍ତି।

ଆସନ୍ତାକାଲି ପୂର୍ବାହ୍ନ ୧୦ଟା ୫୦ରେ ପହଞ୍ଚିବେ ମୋଦି

ଭୁବନେଶ୍ବର: ଆସୁଛନ୍ତି ମୋଦି । ରାଜ୍ୟର ମହିଳାଙ୍କ ପାଇଁ ଶୁଭାରମ୍ଭ କରିବେ ସୁଭଦ୍ରା ଯୋଜନା । ଏଥିପାଇଁ ମୋଦିଙ୍କ ଗସ୍ତର ଏକ ବିସ୍ତୃତ ବିବରଣୀ ଦିଆଯାଇଛି । ଆସନ୍ତାକାଲି ପୂର୍ବାହ୍ନ ୧୦ଟା ୫୦ରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ ମୋଦି । ଏହାପରେ ବିମାନବନ୍ଦରରୁ ସିଧା

ଆଦିବାସୀ ଅଧୁଷିତ ଅଞ୍ଚଳର ୩ ଆଦିବାସୀ ଛାତ୍ରଛାତ୍ରୀ ଡାକ୍ତର ହେବେ

ବାଲିଗୁଡା : ଦୃଢ଼ ଇଚ୍ଛା ଶକ୍ତି ଓ କଠିନ ପରିଶ୍ରମ ଦ୍ୱାରା ସବୁ କିଛି ସମ୍ଭବ ହୋଇଥାଏ । ଏଭଳି ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଆଦିବାସୀ ଅଧ୍ଯୁଷିତ କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକର ୩ ଆଦିବାସୀ ଛାତ୍ରଛାତ୍ରୀ ଚଳିତ ବର୍ଷ ନିଟ୍ ପରୀକ୍ଷାରେ

ବିଳମ୍ବିତ ରାତିରେ କାର୍ ଦୁର୍ଘଟଣାଗ୍ରସ୍ତ : ରାସ୍ତା କଡ଼ରେ ଥିବା କାରକୁ ପଛପଟୁ ପିଟିଲା ଚଳନ୍ତା କାର୍, ଦୁଇ ଗୁରୁତର

ବାଲିଗୁଡ଼ା: ଭାରସାମ୍ୟ ହରାଇ ରବିବାର ବିଳମ୍ବିତ ରାତିରେ କାର୍ ଦୁର୍ଘଟଣା ଗ୍ରସ୍ତ । ୫୯ ନଂ ଜାତୀୟ ରାଜପଥ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ହନୁମାନ ମନ୍ଦିର ନିକଟରେ କାର୍ ଦୁର୍ଘଟଣା ଘଟିଥିବା ଦେଖିବାକୁ ମିଳିଛି । ମରାମତି ପାଇଁ ରାସ୍ତା କଡ଼ରେ ଠିଆ ହୋଇଥିବା ଏକ କାରକୁ ପଛପଟୁ ପିଟିଲା ଆଉ ଏକ

ସରକାରୀ ବ୍ୟବସ୍ଥାରେ ଚାଲିଥିବା ‘ଦୁର୍ନୀତି’ର ଗୁମର ଖୋଲିଲେ କେନ୍ଦ୍ରମନ୍ତ୍ରୀ ଗଡ଼କରୀ

ସରକାରୀ ବ୍ୟବସ୍ଥାରେ ଚାଲିଥିବା ‘ଦୁର୍ନୀତି’ ଅଭ୍ୟାସକୁ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ତଥା ବିଜେପି ଭେଟରାନ ନୀତୀନ ଗଡ଼କରୀ ତୀବ୍ର ସମାଲୋଚନା କରିଛନ୍ତି। ସେହିପରି ଯେଉଁ ସବୁ ଫାଇଲର ଓଜନ(ଟଙ୍କା) ଅଧିକ ସେଗୁଡ଼ିକ ଦ୍ରୁତଗତିରେ ଆଗକୁ ବଢ଼ିଥାଏ ବୋଲି ସେ କହିଛନ୍ତି। ପୁଣେରେ

ଗାଡ଼କଣ ଶବର ସାହିରେ ଆବାସ ଗୃହ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

ଭୁବନେଶ୍ଵର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସ୍ଵାଗତ ପାଇଁ ଚଳଚଂଚଳ ଭୁବନେଶ୍ଵରର ଗାଡ଼କଣ ଶବର ସାହି।ହିତାଧିକାରୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ।। ପ୍ରଧାନମନ୍ତ୍ରୀ ଭୁବନେଶ୍ଵର ବିମାନ ବନ୍ଦରରେ ପହଞ୍ଚିବା ପରେ ସିଧାସଳଖ ପହଞ୍ଚିବେ ଭୁବନେଶ୍ଵର ଗାଡ଼କଣ ଶବର ସାହିରେ। ପିଏମ ଆବାସ

ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ଜାରି ହେଲା ଟ୍ରାଫିକ କଟକଣା

ଭୁବନେଶ୍ଵର: ଆସନ୍ତାକାଲି ପ୍ରଧାନମନ୍ତ୍ରୀ ମୋଦିଙ୍କ ଭୁବନେଶ୍ବର ଗସ୍ତ ପାଇଁ ଜାରି ହେଲା ଟ୍ରାଫିକ କଟକଣା । କମିଶନରେଟ୍ ପୋଲିସ ପକ୍ଷରୁ ଜାରି ହେଲା ଟ୍ରାଫିକ ନିର୍ଦ୍ଦେଶନାମା । ଆସନ୍ତାକାଲି ସକାଳ ୭ଟା ୩୦ରୁ ଅପରାହ୍ନ ୩ଟା ଯାଏଁ ରହିବ ଏହି କଟକଣା । ଜୟଦେବ ବିହାର-ନାଲକୋ ଛକ-ଜୟଦେବ ବିହାର

ଆନ୍ଦୋଳନରତ ଜୁନିୟର ଡାକ୍ତରଙ୍କୁ ପଞ୍ଚମ ଥର ପାଇଁ ନିମନ୍ତ୍ରଣ କଲେ ମୁଖ୍ୟମନ୍ତ୍ରୀ

ଆନ୍ଦୋଳନରତ ଡାକ୍ତରଙ୍କୁ ମନାଇବା ପାଇଁ ପୁଣି ଥରେ ଟିଏମସି ସରକାରଙ୍କ ପ୍ରୟାସ। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଲୋଚନା ପାଇଁ ପଞ୍ଚମ ଥର ପାଇଁ ଆନ୍ଦୋଳନରତ ଜୁନିୟର ଡାକ୍ତରଙ୍କୁ ନିମନ୍ତ୍ରଣ କରିଛନ୍ତି। ପୂର୍ବରୁ ବିଭିନ୍ନ କାରଣ ନେଇ ମୁଖ୍ୟମନ୍ତ୍ରୀ ଏବଂ ଜୁନିୟର ଡାକ୍ତରଙ୍କ ମଧ୍ୟରେ

ବିଶ୍ଵବିନ୍ଧାଣୀ ବିଶ୍ଵକର୍ମାଙ୍କ ପୂଜା ପାଳିତ : ଉତ୍ସବମୁଖର ବାଲିଗୁଡା ସହର

ବାଲିଗୁଡା : ବିଶ୍ଵ ବିନ୍ଧାଣୀ ବିଶ୍ଵକର୍ମାଙ୍କ ପୂଜା ବାଲିଗୁଡା ସହର ସମେତ ଆଖପାଖ ଅଞ୍ଚଳରେ ବେଶ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଯାଇଛି। ସହରର ବିଭିନ୍ନ ସ୍ଥାନରେ ଦେବଶିଳ୍ପୀ ବିଶ୍ଵକର୍ମାଙ୍କ ପୂଜାକୁ ନେଇ ଉତ୍ସାହ ଦେଖିବାକୁ ମିଳିଛି। ଏନେଇ ଛୋଟ ବଡ ପ୍ରାୟ ୩୦ଟି ମଣ୍ଡପରେ ପୂଜା