ରାଜ୍ୟରେ ନିର୍ବାଚନ କମିଟି ଗଢ଼ିଲା କଂଗ୍ରେସ…

ଭୁବନେଶ୍ବର: ସାଧାରଣ ନିର୍ବାଚନ ପୂର୍ବରୁ ପ୍ରଦେଶ କଂଗ୍ରେସ କମିଟିର ନିର୍ବାଚନ କମିଟି ଘୋଷଣା ହୋଇଛି । କମିଟିର ଅଧ୍ୟକ୍ଷ ଭାବେ ପିସିସି ସଭାପତି ଶରତ ପଟ୍ଟନାୟକ ରହିଥିବାବେଳେ ଦଳର ବରିଷ୍ଠ ନେତାମାନଙ୍କ ସମେତ ଯୁବ ଓ ମହିଳା ଚେହେରାଙ୍କୁ ବି ସ୍ଥାନ ମିଳିଛି । ନିର୍ବାଚନ…

SI ଚୟନ ଅନିୟମିତତା ମାମଲାରେ ପୁଲିସ୍‌ ରିକ୍ରୁଟମେଣ୍ଟ ବୋର୍ଡ ଓ ରାଜ୍ୟ ସରକାରଙ୍କୁ ନୋଟିସ୍‌

ଓଡ଼ିଶା ପୁଲିସ ସବ୍‌ ଇନ୍ସପେକ୍ଟର(ଏସ୍‌ଆଇ) ଚୟନ ପ୍ରକ୍ରିୟା ଅନିୟମିତତା ପ୍ରସଙ୍ଗରେ ରାଜ୍ୟ ସରକାର ଓ ଓଡ଼ିଶା ପୁଲିସ ରିକ୍ରୁଟ୍‌ମେଣ୍ଟ ବୋର୍ଡ଼କୁ ନୋଟିସ୍‌ କରିଛନ୍ତି ହାଇକୋର୍ଟ। ଆବେଦନକାରୀ ସୁବାସ ସେନାପତିଙ୍କ ଆବେଦନକୁ ଗ୍ରହଣ କରି କୋର୍ଟ ଏହି ନୋଟିସ୍‌ ଜାରୀ…

ଠକ ଜ୍ୟୋତିଷକୁ ଗିରଫ କଲା ପୁଲିସ, ପୂର୍ବରୁ ରହିଛି ଦୁଷ୍କର୍ମ ଅଭିଯୋଗ

ଭୁବନେଶ୍ୱର: ପାରିବାରିକ ସମସ୍ୟାର ସମାଧାନ କରିବା ଆଳରେ ଲକ୍ଷାଧିକ ଟଙ୍କା ଠକିଥିବା ଜଣେ ଜ୍ୟୋତିଷକୁ ଉଠାଇ ଆଣିଛି କମିସନରେଟ୍‌ ପୁଲିସ। ଗିରଫ ଜ୍ୟୋତିଷ ହେଉଛି ଭଦ୍ରକର ନୀଳାମ୍ବର ପାଣି। ତାକୁ ଉଠାଇ ଆଣିବା ପରେ ଏକ ଅଜ୍ଞାତ ସ୍ଥାନରେ ରଖି ପଚରାଉଚରା କରୁଛି ପୁଲିସ।…

ଘୋଷଣା କଲେ ସୁର; ମନ୍ମଥ ହେବେ ଜଟଣୀ ବିଧାୟକ ପ୍ରାର୍ଥୀ…

ସୁର ରାଉତରାୟଙ୍କ ପରେ କିଏ ନେବ ଜଟଣୀର ଦାୟିତ୍ୱ? ସୁର ରାଉତରାୟଙ୍କ ବଡ଼ ପୁଅ ସିଦ୍ଧାର୍ଥ ରାଉତରାୟ ନେବେ ନା ତାଙ୍କ ସାନପୁଅ ମନ୍ମଥ ରାଉତରାୟ ନେବେ ତାକୁ ନେଇ ଚାଲିଥିଲା ଚର୍ଚ୍ଚା। ଆଜି ସେହି ଚର୍ଚ୍ଚାର ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ସୁର। ପୁଅ ମନ୍ମଥଙ୍କୁ ଉତ୍ତରାଧିକାରୀ…

ଆତଙ୍କବାଦୀ ହାଫିଜ୍ ସୟିଦର ଘନିଷ୍ଠ ସହଯୋଗୀ ଅବଦୁଲ ଭୁଟ୍ଟବୀର ମୃତ୍ୟୁ…

ନୂଆଦିଲ୍ଲୀ: ୨୬/୧୧ ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ହାଫିଜ୍ ସୟିଦର ଘନିଷ୍ଠ ସହଯୋଗୀ ଅବଦୁଲ ସଲାମ ଭୁଟ୍ଟବୀର ହୃଦଘାତରେ ମୃତ୍ୟୁ ଘଟିଛି। ପାକିସ୍ତାନରେ ସରକାରୀ ହାଜତରେ ଥିବା ସମୟରେ ହୃଦଘାତରେ ତାର ମୃତ୍ୟୁ ହୋଇଥିବା ଜାତିସଂଘ ପକ୍ଷରୁ ସୂଚନା ଦିଆଯାଇଛି। ମିଳିତ…

ନୀଳଗିରିକୁ ଗଡ଼ିବ ପ୍ରଥମ ପାସେଞ୍ଜର ଟ୍ରେନ, ଶୁଭାରମ୍ଭ କରିବେ ରେଳମନ୍ତ୍ରୀ…

ଭୁବନେଶ୍ୱର: ସ୍ୱାଧୀନତାର ୭୬ବର୍ଷ ପରେ ନୀଳଗିରିକୁ ଗଡ଼ିବ ପ୍ରଥମ ପାସେଞ୍ଜର ଟ୍ରେନ। ଏହା ସହିତ ନୀଳଗିରିବାସୀଙ୍କ ଦୀର୍ଘ ଦିନର ସ୍ୱପ୍ନ ପୁରଣ ହେବାକୁ ଯାଉଛି। ବାଲେଶ୍ୱରର ପୂର୍ବତନ ଜିଲ୍ଲା ମାଜିଷ୍ଟ୍ରେଟ୍ ତଥା ବର୍ତ୍ତମାନର କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱାନୀ ବୈଷ୍ଣବ…

ମନ୍ଦିରରେ ବସି ଭକ୍ତିରେ ’ଝାଞ୍ଜ’ ବଜାଇଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ମହାରାଷ୍ଟ୍ର ଗସ୍ତରେ ଅଛନ୍ତି। ନାସିକରେ ଏକ ରୋଡ୍ ସୋ’ କରିବା ପରେ ପ୍ରଧାନମନ୍ତ୍ରୀ ମୋଦୀ ରାମ କଥା କୁଣ୍ଡ ଏବଂ କଳା ମନ୍ଦିରରେ ପହଞ୍ଚି ପୂଜାର୍ଚ୍ଚନା କରିଛନ୍ତି। ତାଙ୍କ ସହ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ, ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର…

ମଡେଲ ଦିବ୍ୟା ପାହୁଜା ହତ୍ୟା ଘଟଣାରେ ଅଭିଯୁକ୍ତ ବଲରାଜ୍‌ ଗିଲ୍‌ ଗିରଫ

ନୂଆଦିଲ୍ଲୀ/ କୋଲକାତା: ମଡେଲ ଦିବ୍ୟା ପାହୁଜା ହତ୍ୟା ଘଟଣାରେ ପ୍ରତିଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଥିବା ବେଳେ ଘଟଣାରେ ଅନ୍ୟ ଜାଣ ଅଭିଯୁକ୍ତଙ୍କୁ ଗତକାଲି ପଶ୍ଚିମବଙ୍ଗରୁ ଗିରଫ କରାଯାଇଛି। ଏହି ହତ୍ୟା ମାମଲାରେ ପଳାତକ ଅଭିଯୁକ୍ତ ବଲରାଜ ଗିଲଙ୍କୁ…

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ପଞ୍ଚ ସ୍ତରୀୟ ସୁରକ୍ଷା ବ୍ୟବସ୍ଥା, ମୁତୟନ ହୋଇଛନ୍ତି ୪୪ ପ୍ଲାଟୁନ ଫୋର୍ସ

ପୁରୀ : ନୂଆ ଶ୍ରୀକ୍ଷେତ୍ର ଦେଖୁଛି ସାରା ବିଶ୍ବ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପାଇଁ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଲୋକାର୍ପଣ ଉତ୍ସବ ପାଇଁ ସୁରକ୍ଷା ବଳୟରେ ରହିବ ପୁରୀ ସହର । ୫ ଥାକିଆ ସୁରକ୍ଷା ବ୍ୟବସ୍ଥାରେ ରହିବ ପୁରୀ…

ରାଜ୍ୟସଭା ପାଇଁ ବାଟ ପରିଷ୍କାର, ଆପ୍‌ର ୩ ନେତା ନିର୍ନ୍ଦ୍ୱନ୍ଦ୍ୱରେ ନିର୍ବାଚିତ

ରାଜ୍ୟସଭାକୁ ଗଲେ ଆପ୍‌ର ୩ ପ୍ରାର୍ଥୀ। ଏନେଇ ଆନୁଷ୍ଠାନିକ ଭାବେ ଘୋଷଣା ହୋଇ ନ ଥିବା ବେଳେ ସେମାନେ ନିର୍ନ୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଥିବା ଜଣାଯାଇଛି। ଏହି ୩ ପ୍ରାର୍ଥୀ ହେଲେ ଆଦମୀ ପାର୍ଟି ନେତା ସଞ୍ଜୟ ସିଂହ, ନାରାୟଣ ଦାସଗୁପ୍ତା ଓ ଦିଲ୍ଲୀ ମହିଳା ଆୟୋଗର…