ରହସ୍ୟରେ ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜର ସିନିଅର ରେସିଡେଣ୍ଟ ଡାକ୍ତରଙ୍କ ମୃତ୍ୟୁ

ବ୍ରହ୍ମପୁର: ରହସ୍ୟରେ ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜର ସିନିଅର ରେସିଡେଣ୍ଟ ଡାକ୍ତରଙ୍କ ମୃତ୍ୟୁ । ସିନିୟର ରେସିଡେଣ୍ଟ ହଷ୍ଟେଲରୁ ଡାକ୍ତର ଶୁଭାନୀ ପଟ୍ଟନାୟକଙ୍କ ମୃତଦେହ ଉଦ୍ଧାର । ଡାକ୍ତର ଶୁଭାନୀ ଚର୍ମରୋଗ ବିଭାଗରେ ପିଜି କରୁଥିଲେ । ତାଙ୍କ ନିଜ ଗାଁ ନୟାଗଡ଼ରେ । ପରିବାର ଲୋକ ଗଞ୍ଜାମ ପୁରୁଷୋତ୍ତମପୁରରେ ରହୁଛନ୍ତି । ଡାକ୍ତର ଶୁଭାନୀ ଗତକାଲି କ୍ଲାସ ଆସିନନଥିବାରୁ ତାଙ୍କୁ ଫୋନ କରାଯାଇଥିଲା । ତାଙ୍କ ବାପା ମଧ୍ୟ ଫୋନ କରିଥିଲେ । ହେଲେ ସେ ଫୋନ ଧରିନଥିଲେ । ଏହା ପରେ ଘଟଣା ସମ୍ପର୍କରେ ଜଣା ପଡ଼ିଥିଲା । ମୃତଦେହ ବ୍ୟବଚ୍ଛେଦ କରିବା ସହ ପୋଲିସ ଘଟଣାର ତଦନ୍ତ ଚଳାଇଛି ।

କୁହାଯାଉଛି ବ୍ୟକ୍ତିଗତ କାରଣ ଯୋଗୁ ସେ ମାନସିକ ଚାପରେ ଥିଲେ । bi polar disorderରେ ପୀଡ଼ିତ ହୋଇ ଔଷଧ ମଧ୍ୟ ଖାଉଥିଲେ । ମାତ୍ରାଧିକ ଔଷଧ ସେବନରୁ ତାଙ୍କର ମୃତ୍ୟୁ ଘଟିଥିବା କୁହାଯାଉଛି । କେମିତି ହେଲା ଡାକ୍ତର ଶୁଭାନୀ ପଟ୍ଟନାୟକଙ୍କ ମୃତ୍ୟୁ ? ଯଦି ସେ ଆତ୍ମହତ୍ୟା କରିଛନ୍ତି କାରଣ କ’ଣ ? ଯଦି ସେ ବ୍ୟକ୍ତିଗତ ଭାବେ ମାନସିକ ଚାପରେ ଥିଲେ ଏ ସଂପର୍କରେ ପରିବାର ଲୋକ ଜାଣି ଥିଲେ ନା ନାହିଁ ?..

nis-ad
Leave A Reply

Your email address will not be published.