ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ, ମହିଳା ମୃତ

ମୋହନା: ଗଜପତି ଜ଼ିଲ୍ଲା ଅଡବା ଥାନା ଦମାଦୁଆ ଗ୍ରାମ ନିକଟରେ ବାଇକ ଦୁର୍ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ଚାଳକ ଗୁରୁତର ଆହତ ହୋଇଛନ୍ତି । ମୃତକ କନ୍ଧମାଳ ଜ଼ିଲ୍ଲା ଦାର୍ଶିଙ୍ଗବାଡ଼ି ଗ୍ରାମର ହେମନ୍ତୀ ନାୟକ ହୋଇଥିବା ବେଳେ ଆହତ ଜଣକ କନ୍ଧମାଳ ଜ଼ିଲ୍ଲା ବୁଡୁସୁଲା ଗ୍ରାମର ଜୟନ୍ତ ବଳିଆରସିଂ ବୋଲି ଜଣାପଡିଛି।

ସମ୍ପର୍କରେ ଦୁହେଁ ମାଉସୀ ପୁତୁରା ହେବେ। କୌଣସି କାର୍ଯ୍ୟରେ ଅଡବା ଆସି ନିଜ ଗ୍ରାମକୁ ଫେରୁଥିବା ବେଳେ ଭାରସାମ୍ୟ ହରାଇ ବାଇକ ଟି ଗଛରେ ପିଟି ହୋଇଯାଇଥିଲା ଘଟଣା ସ୍ଥଳରେ ହେମନ୍ତୀଙ୍କ ମୃତ୍ୟୁ ହୋଇଥଲା।  ଗୁରୁତର ଆହତ ଜୟନ୍ତଙ୍କୁ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି। ଅଡବା ପୋଲିସ ଦୁର୍ଘଟଣାଗ୍ରସ୍ତ ବାଇକ ଜବତ କରିବା ସହ ହେମନ୍ତୀଙ୍କ ମୃତଦେହ ଜବତ କରି ବ୍ୟବଛେଦ ପାଇଁ ବ୍ରହ୍ମପୁର ଏମକେସିଜି ମେଡିକାଲକୁ ପଠାଇଛି।

nis-ad
Leave A Reply

Your email address will not be published.