ବସ୍‌-ଟ୍ରକ୍‌ ଧକ୍କା, ୧୦ରୁ ଉର୍ଦ୍ଧ୍ୱ ଆହତ

କୁଆଁରମୁଣ୍ଡା //ରାଉଲକେଲା: ବସ୍‌-ଟ୍ରକ୍‌ ଧକ୍କା, ୧୦ରୁ ଉର୍ଦ୍ଧ୍ୱ ଆହତ । ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ରାଣୀ ସତିମନ୍ଦିର ନିକଟରେ ଦୁର୍ଘଟଣା ଘଟିଛି । ଝାଡଖଣ୍ଡ ଆରାରୁ ବୀରମିତ୍ରପୁରରୁ ଝାରସୁଗୁଡା ଯାଉଥିଲା ଯାତ୍ରୀବାହୀ ବସ୍‌ ।

ରାଣୀ ସତିମନ୍ଦିର ନିକଟରେ ଓଭରଟେକ୍‌ କରୁଥିବାବେଳେ ମାଲ୍‌ବାହୀ ଟ୍ରକ ସହ ଧକ୍କା ହୋଇଥିଲା । ଏଥିରେ ୧୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ସମସ୍ତଙ୍କୁ ବୀରମିତ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ବୀରମିତ୍ରପୁର ପୋଲିସ ଘଟଣାର ତଦନ୍ତ କରୁଛି।

nis-ad
Leave A Reply

Your email address will not be published.