ନୂଆଦିଲ୍ଲୀ : ପୁଣିଥରେ ଦୁଇ ଜଣ ପାଇଲଟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଏୟାର ଇଣ୍ଡିଆ। ଏହି ଦୁଇ ପାଇଲଟ ବିମାନ ଚଳାଇବା ବେଳେ ନିଜର ମହିଳା ବନ୍ଧୁଙ୍କୁ ବେଆଇନ ଭାବେ କକପିଟ୍ରେ ପ୍ରବେଶ କରିବାକୁ ଅନୁମତି ଦେଇଥିଲେ।
ଦିଲ୍ଲୀରୁ ଲେହ ଯିବା ବେଳେ ଏପରି ଘଟଣା ଘଟିଥିଲା। ଏଥିପାଇଁ ଏୟାର ଦୁଇ ପାଇଲଟଙ୍କୁ ବିମାନ ଚଳାଇବା ଦାୟିତ୍ୱ ହଟାଇ ଦେଇଛି। ପାଇଲଟ ଓ କୋ-ପାଇଲଟଙ୍କ ବିରୋଧରେ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।
ଦୁଇ ପାଇଲଟ ବେଆଇନ ଭାବେ ଜଣେ ମହିଳା ଯାତ୍ରୀଙ୍କୁ ଗତ ସପ୍ତାହରେ ଦିଲ୍ଲୀରୁ ଲେହ ଯାଉଥିବା ଏଆଇ-୪୪୫ ବିମାନର କକପିଟ୍ରେ ପ୍ରବେଶ କରିବାକୁ ଅନୁମତି ଦେଇଥିଲେ। ଏ ସମ୍ପର୍କରେ କ୍ୟାବିନ କ୍ରୁ ତୁରନ୍ତ ଏୟାର ଇଣ୍ଡିଆ ମ୍ୟାନେଜମେଣ୍ଟଙ୍କ ନିକଟରେ ଅଭିଯୋଗ କରିଥିଲେ। ଏହାପରେ କମ୍ପାନୀ ପକ୍ଷରୁ ଦୁଇ ପାଇଲଟଙ୍କୁ ଗ୍ରାଉଣ୍ଡେଡ ବା ବିମାନ ଚଳାଇବା ଦାୟିତ୍ୱରୁ ଅପସାରଣ କରାଯାଇଥିବା କମ୍ପାନୀ ପକ୍ଷରୁ କୁହାଯାଇଛି।
ଘଟଣା ଉପରେ ପ୍ରତିକ୍ରିୟା ରଖି ଡିଜିସିଏ କହିଛି, “ଡିଜିସିଏ ଏହି ଘଟଣା ସମ୍ପର୍କରେ ଜାଣିଛି ଓ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ପ୍ରଚଳିତ ନିୟମ ଅନୁସାରେ ଗ୍ରହଣ କରାଯାଇଛି। ଏୟାର ଇଣ୍ଡିଆ ଘଟଣାର ବିସ୍ତୃତ ତଦନ୍ତ ପାଇଁ ଗୋଟିଏ କମିଟି ଗଠନ କରିଛି।”
ଏହାପୂର୍ବରୁ ଏୟାର ଇଣ୍ଡିଆର ଜଣେ ପାଇଲଟ ସମାନ କାଣ୍ଡ ଘଟାଇଥିଲେ। ସେ ତାଙ୍କର ମହିଳା ବନ୍ଧୁଙ୍କୁ କକପିଟ୍ ମଧ୍ୟରେ ପ୍ରବେଶ ପାଇଁ ଅନୁମତି ଦେଇଥିଲେ। ଏଥିପାଇଁ ଡିଜିସିଏ ପାଇଲଟଙ୍କ ଲାଇସେନ୍ସକୁ ନିଲମ୍ବିତ କରିଥିଲା। ଏଥିସହ ଏୟାର ଇଣ୍ଡିଆ ଉପରେ ମଧ୍ୟ ୩୦ ଲକ୍ଷ ଟଙ୍କାର ଜୋରିମାନା ଲାଗୁ କରାଯାଇଥିଲା।
Sign in
Sign in
Recover your password.
A password will be e-mailed to you.
Prev Post
Next Post