ଲୁଟ୍‌ ଅସ୍ତ୍ରଶସ୍ତ୍ର ସବୁ ଏଥିରେ ପକାନ୍ତୁ: ଶାନ୍ତି ପାଇଁ ମଣିପୁର ବିଧାୟକଙ୍କ ‘ଡ୍ରପ୍‌ ବକ୍ସ୍‌’

ଇମ୍ଫାଲ: ନିରାପତ୍ତା ବଳଙ୍କଠାରୁ ଲୁଟି ନିଆଯାଇଥିବା ଅସ୍ତ୍ରଶସ୍ତ୍ର ସବୁକୁ ଫେରାଇ ଆଣିବା ପାଇଁ ମିଣିପୁରର ଜଣେ ‘ବିଜେପି’ ବିଧାୟକ ତଥା କ୍ୟାବିନେଟ୍‌ ମନ୍ତ୍ରୀ ତାଙ୍କ ଘରେ ଗୋଟାଏ ‘ଡ୍ରପ୍‌ ବକ୍ସ’ ରଖି ଅଭିନବ ଉପାୟ କରିଛନ୍ତି।

ଏଭଳି ଉପାୟ କରିଥିବା ବିଧାୟକ ସୁସିନ୍ଦ୍ରୋ ମେଇତେଇ ନିରାପତ୍ତା ବଳଙ୍କ ପାଖରୁ ଅସ୍ତ୍ରଶସ୍ତ୍ର ଲୁଟ୍‌ କରିଥିବା ବ୍ୟକ୍ତିମାନଙ୍କୁ ଲୁଟ୍‌ ଅସ୍ତ୍ର ଫେରାଇ ଦେବା ପାଇଁ ନିବେଦନ କରିଛନ୍ତି। ତାଙ୍କ ଘର ବାହାରେ ଥିବା ଗୋଟାଏ ଆବୃତ ‘ସେଡ୍‌’ରେ (ଚାଳିଆ) ଲାଗିଥିବା ବିରାଟ ପୋଷ୍ଟର୍‌ରେ ଉଭୟ ଇଂରାଜୀ ଓ ମଣିପୁରୀ ଭାଷାରେ ଲେଖାଯାଇଛି: ଛଡ଼ାଇ ନେଇଥିବା ଅସ୍ତ୍ରଶସ୍ତ୍ର ସବୁକୁ ଦୟାପୂର୍ବକ ଏଠାରେ ପକାଇ ଦିଅନ୍ତୁ।

ତା’ ତଳକୁ ଲେଖାଯାଇଛି: ଅସ୍ତ୍ରଶସ୍ତ୍ର ପକାଇବାରେ କୁଣ୍ଠାବୋଧ କରନ୍ତୁ ନାହିଁ। ଏହାର ଅର୍ଥ ଅସ୍ତ୍ରଶସ୍ତ୍ର ସବୁ ସେମାନଙ୍କ ପାଖକୁ ପ୍ରଥମେ କେମିତି ଆସିଥିଲା ସେ କଥା ପଚରାଯିବ ନାହିଁ। ଏହାଛଡ଼ା, ‘ଡ୍ରପ୍‌ ବକ୍ସ’ ଯେଉଁମାନେ ଅସ୍ତ୍ରଶସ୍ତ୍ର ପକାଇବେ ସେମାନଙ୍କ ନାମ ବି ଗୋପନ ରଖାଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଛି।

ମନ୍ତ୍ରୀଙ୍କର ଏଭଳି ପଦ‌କ୍ଷେପକୁ ଜନସାଧାରଣ ପ୍ରଶଂସା କରିଛନ୍ତି।

ଉଲ୍ଲେଖଯୋଗ୍ୟ, ଗତ ମାସରେ ମଣିପୁରରେ ହିଂସାକାଣ୍ଡ ଆରମ୍ଭ ହେବା ସମୟରୁ ରାଜ୍ୟର ବିଭିନ୍ନ ପୋଷ୍ଟ୍‌ରେ ମୁତୟନ ହୋଇଥିବା ଫୋର୍ସଙ୍କ ପାଖରୁ ଏବଂ ଅସ୍ତ୍ରାଗାରରୁ ଦୁର୍ବୃତ୍ତମାନେ ପ୍ରାୟ ୪୦୦୦ ଅସ୍ତ୍ର ଓ ୫ ଲକ୍ଷ ଗୋଳାବାରୁଦ ଲୁଟ୍‌ କରି ନେଇଛନ୍ତି।

nis-ad
Leave A Reply

Your email address will not be published.